ଭଦୋଦରା: ରାଜରାସ୍ତାରେ କୁମ୍ଭୀର ଛୁଆ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଗୁଜୁରାଟର ଭଦୋଦରା ଅଞ୍ଚଳରେ । ଭଦୋଦରା ସହରର ପୋଲୋ ଗ୍ରାଉଣ୍ଡ ନିକଟରେ ରାସ୍ତାରୁ ଏକ କୁମ୍ଭୀର ଛୁଆ କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ବୁଧବାର ଠାରୁ ଭଦୋଦରା ସହିତ ନିକଟସ୍ଥ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଗତ 24 ଘଣ୍ଟା ମଧ୍ୟରେ ପାଖାପାଖି 500 ମିଲିଲିଟର ବର୍ଷା ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିଲା । ଏପରିକି କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏପରି ସ୍ଥଳେ ଏକ କୁମ୍ଭୀର ଛୁଆ ନିକଟସ୍ଥ ମୋମୋଥ ନଦୀରୁ ପାଣିରେ ଭାସି ଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହି କୁମ୍ଭୀର ଛୁଆର ଲମ୍ବ ପାଖାପାଖି 10 ରୁ 12 ଫୁଟ ହେବ । ସେପଟେ ବର୍ଷା ପାଣିରେ ଜଳବନ୍ଦୀ ଥିବା କିଛି ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର କରାଯାଉଥିବା ସୂଚନା ମିଳିଛି ।