ମୁମ୍ବାଇ: କୋରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସମଗ୍ର ବିଶ୍ବ ଏବେ କଠିନ ସମୟ ଦେଇ ଗତି କରୁଛି । ଏହା ମଧ୍ୟରେ ଗତ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ରବିବାର ସମଗ୍ର ଦେଶ ଜନତା କର୍ଫ୍ୟୁ ପାଳନ କରିଥିଲା । ମାତ୍ର ମୁମ୍ବାଇର କିଛି ଲୋକ ଏହାକୁ ନମାନିବାରୁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର କଲ୍ୟାଣ ଅଞ୍ଚଳରେ ଜନତା କର୍ଫ୍ୟୁ ପାଳନ ସମୟରେ ଆଠ ଜଣ ଲୋକ ରାସ୍ତାରେ କ୍ରିକେଟ୍ ଖେଳୁଥିଲେ । ଯାହାକୁ ନେଇ ଉକ୍ତ 8ଜଣ ଲୋକଙ୍କୁ ପୋଲିସ ଗିରଫ କରିଛି ।
ପ୍ରକାଶ ଥାଉକି, ସମଗ୍ର ବିଶ୍ବ ଏବେ କୋରୋନା କବଳରେ । ବିଶ୍ବର ପାଖାପାଖି 3 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ କୋରୋନା ଆକ୍ରାନ୍ତ ହୋଇଥିବାବେଳେ 12000 ଉର୍ଦ୍ଧ୍ବ ଲୋକେ ଏହି ମାରାତ୍ମକ ଭାଇରସ କାରଣରୁ ମୃତ୍ୟୁବରଣ କରିସାରିଲେଣି ।