ETV Bharat / bharat

ମୋଦିଙ୍କ ଉପରେ ବର୍ଷିଲେ ସିପିଆଇ ରାଷ୍ଟ୍ରୀୟ ସଚିବ - ଅତୁଲ ଅଞ୍ଜନ

ସିଏଏ ଓ ଏନଆରସିକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଥିବାବେଳେ ମୋଦିଙ୍କ ଉପରେ ବର୍ଷିଛନ୍ତି ସିପିଆଇ ରାଷ୍ଟ୍ରୀୟ ସଚିବ । ରାଜସ୍ଥାନର ଅଲୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସିପିଆଇ ରାଷ୍ଟ୍ରୀୟ ସଚିବ ଅତୁଲ ଅଞ୍ଜନ ।

ମୋଦିଙ୍କ ଉପରେ ବର୍ଷିଲେ ସିପିଆଇ ରାଷ୍ଟ୍ରୀୟ ସଚିବ

author img

By

Published : Feb 16, 2020, 4:20 PM IST

ଜୟପୁର: ସିଏଏ ଓ ଏନଆରସି ବିରୋଧରେ ରାଜସ୍ଥାନର ଅଲୱରରେ ଜୋରଦାର ବିରୋଧ କରାଯାଇଛି । ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିପିଆଇର ରାଷ୍ଟ୍ରୀୟ ସଚିବ ଅତୁଲ ଅଞ୍ଜନ ଯୋଗ ଦେଇ ଆରଏସଏସ ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସିଏଏ କେନ୍ଦ୍ର ସରକାରଙ୍କ ଏକ ଚାଲ ଓ ମୋଦି ସରକାର ଦେଶକୁ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ ଅତୁଲ ଅଞ୍ଜନ ।

ମୋଦିଙ୍କ ଉପରେ ବର୍ଷିଲେ ସିପିଆଇ ରାଷ୍ଟ୍ରୀୟ ସଚିବ

ଦେଶରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା, ଗରିବୀ, ବେକାରୀ ସଂଖ୍ୟା ବୃଦ୍ଧି ଭଳି ସମସ୍ୟାରୁ ସମସ୍ତଙ୍କ ନଜର ହଟାଇବାକୁ ସିଏଏ ଓ ଏନଆରସି ଅଣାଯାଇଛି । ଆଉ ଏହା ସରକାରଙ୍କ ରାଜନୈତିକ ଗୋଟି ଚାଳନା ।

ଆରଏସଏସଙ୍କ ବ୍ୟାଣ୍ଡରେ ଯେଉଁ ଗୀତ ବାଜେ ତାହା ତାଙ୍କର ନିଜସ୍ବ ନୁହେଁ । ଏହା ଏକ କମ୍ୟୁନିଷ୍ଟ ଦଳ ପକ୍ଷରୁ ଲେଖା ଯାଇଛି । ଏପରିକି ଆରଏସଏସ ପୂର୍ବରୁ ହ୍ୟାପ ପ୍ୟାଣ୍ଟ ପିନ୍ଧୁଥିବାବେଳେ, ବର୍ତ୍ତମାନ ତାଙ୍କର ଫୁଲ ପ୍ୟାଣ୍ଟ ହୋଇଯାଇଛି ବୋଲି କହିଥିଲେ ଅତୁଲ । ସିଏଏ ଓ ଏନଆରସି ଆନ୍ଦୋଳନ ଯୋଗୁଁ ଦେଶକୁ ବହୁ କ୍ଷୟକ୍ଷତିର ସାମ୍ନା କରିବାକୁ ପଡୁଛି । କିନ୍ତୁ ସରକାର ଏନେଇ କୌଣସି ଆଲୋଚନା କରୁନଥିବାର ମଧ୍ୟ କହିଥିଲେ ସିପିଆଇର ରାଷ୍ଟ୍ରୀୟ ସଚିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.