ETV Bharat / bharat

ମହାମାରୀ କୋରୋନା: ଚଳିତ ବର୍ଷ ବନ୍ଦ ରହିବ କୈଳାସ ମାନସରୋବର ଯାତ୍ରା - କୌଳାଶ ମାନୋସରୋବର ଯାତ୍ରା

କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଏ ବର୍ଷର କୈଳାସ ମାନସରୋବର ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଏହାସହ ନାଥୁଲା ପାସ୍ ଦେଇ ସୀମା ବାଣିଜ୍ୟ ମେ ମାସରେ ଆରମ୍ଭ ହେବାର ଥିଲା ତାହା ମଧ୍ୟ ବନ୍ଦ ରହିଛି । ଅଧିକ ଖବର ପଢନ୍ତୁ...

Kailash Mansarovar Yatra
ମହାମାରୀ କୋରୋନା: ଚଳିତ ବର୍ଷ ବନ୍ଦ ରହିବ କୈଳାଶ ମନୋସରୋବର ଯାତ୍ରା
author img

By

Published : Apr 24, 2020, 11:15 AM IST

ଗ୍ୟାଙ୍ଗଟକ: କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଏ ବର୍ଷର କୈଳାସ ମାନୋସରୋବର ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଏହାସହ ନାଥୁଲା ପାସ୍ ମାଧ୍ୟମରେ ଭାରତ ଏବଂ ଚୀନ୍ ମଧ୍ୟରେ ହେଉଥିବା ସୀମା ବାଣିଜ୍ୟ ଚଳିତ ବର୍ଷ ହେବ ନାହିଁ ବୋଲି ସିକ୍କିମ୍ ପର୍ଯ୍ୟଟନ ମନ୍ତ୍ରୀ ବିଏସ୍ ପନ୍ଥ କହିଛନ୍ତି।

ସୂଚନା ଅନୁସାରେ, ନାଥୁଲା ପାସ୍ ଦେଇ ସୀମା ବାଣିଜ୍ୟ ମେ ମାସରେ ଆରମ୍ଭ ହେବାର ଥିଲା । ଏହାସହ ଏହି ମାର୍ଗ ଦେଇ କୈଳାସ ମାନସରୋବର ଯାତ୍ରା ଜୁନ୍ ମାସରେ ଯାତ୍ରା ଆରମ୍ଭ ହୋଇଥାନ୍ତି। କିନ୍ତୁ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସବୁ କିଛି ବନ୍ଦ କରାଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରତିବର୍ଷ ଜୁନ୍-ସେପ୍ଟେମ୍ବରରୁ ଦୁଇଟି ଭିନ୍ନ ମାର୍ଗ - ଲିପୁଲେଖ୍ ପାସ୍ (ଉତ୍ତରପ୍ରଦେଶ) ଏବଂ ନାଥୁଲା ପାସ୍ (ସିକ୍କିମ୍) ମାଧ୍ୟମରେ ଏହି ଯାତ୍ରା ଆୟୋଜନ କରିଥାଏ। ପ୍ରତିବର୍ଷ ଶହ ଶହ ଲୋକ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି।

ସୂଚନା ଥାଉକି, ଚାରି ଦଶନ୍ଧିରୁ ଅଧିକ ବ୍ୟବଧାନ ପରେ 2006 ମସିହାରେ ଭାରତ ଏବଂ ଚୀନ ମଧ୍ୟରେ ନାଥୁଲା ସୀମା ବାଣିଜ୍ୟ ପୁନଃ ଆରମ୍ଭ ହୋଇଥିଲା। ସେହିପରି ଏହି ପାସ ମାଧ୍ୟମରେ 2 ବର୍ଷ ହେବ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଥିଲା ବୋଲି ପନ୍ତ କହିଛନ୍ତି। ମନ୍ତ୍ରୀ ଏହା ମଧ୍ୟ୍ୟ କହିଛନ୍ତି, କୋରୋନା ପ୍ରଭାବରେ ସିକ୍କିମର ପର୍ଯ୍ୟଟନ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହେବା ସହ ରାଜ୍ୟ ସରକାର 10 କୋଟିରୁ ଅଧିକ ରାଜସ୍ୱ ହରାଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.