ETV Bharat / bharat

କୋରୋନା ନିୟନ୍ତ୍ରଣରେ ନିୟୋଜିତ ନୋଡାଲ ଅଫିସର ଡ୍ୟୁଟିରେ ଅବହେଳା କରି ନିଲମ୍ବିତ - କୋରୋନା ଭାଇରସ ମହାମାରୀ

କୋରୋନା ଭାଇରସ ପାଇଁ ଡ୍ୟୁଟିରେ ଅବହେଳା ଯୋଗୁଁ ନୋଡାଲ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଜମ୍ମୁ କାଶ୍ମୀର ସରକାର । କୋରନା ଭାଇରସକୁ ନେଇ ବ୍ୟାପକ ସଚେତନତା ସୃଷ୍ଟିକରି ସ୍କୁଲ, କଲେଜ, ସିନେମା ହଲ, ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକୁ ଆସନ୍ତା 31 ତାରଖ ପର୍ଯ୍ୟନ୍ତ ବନ୍ଦ ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

covid19-conrtol-employee-suspended-in-jammu-kashmir
COVID19 ନିୟନ୍ତ୍ରଣରେ ନିୟୋଜିତ ନୋଡାଲ ଅଫିସର କାର୍ଯ୍ୟରେ ଅବହେଳା ଯୋଗୁଁ ବରଖାସ୍ତ
author img

By

Published : Mar 13, 2020, 5:29 PM IST

ଶ୍ରୀନଗର: ସାରା ବିଶ୍ବରେ କୋରନା ମହାମାରୀରେ ପରିଣତ ହୋଇଛି । ଏହାର ମୁକାବିଲାରେ ଜମ୍ମୁକାଶ୍ମୀର ସରକାର ବେଶ ତତ୍ପର । କିନ୍ତୁ କୋରୋନା ଭାଇରସ ଡ୍ୟୁଟିରେ ଅବହେଳା କରିବା ଯୋଗୁଁ ନୋଡାଲ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କୋରୋନା ଭାଇରସ ନିୟନ୍ତ୍ରଣ ବିଭାଗରେ ନିୟୋଜିତ ନୋଡାଲ ଅଫିସର ସଫକତ ଖାନଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀରର ସୂଚନା ଓ ଲୋକସମ୍ପର୍କ ବିଭାଗ । ସରକାର କୋରନା ଭାଇରସକୁ ନେଇ ବ୍ୟାପକ ସଚେତନତା ସୃଷ୍ଟିକରି ସ୍କୁଲ, କଲେଜ, ସିନେମା ହଲ, ଗହଳିପୂର୍ଣ୍ଣ ସ୍ଥାନ ଗୁଡିକୁ ଆସନ୍ତା 31 ତାରଖ ପର୍ଯ୍ୟନ୍ତ ବନ୍ଦ ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବଶ୍ବସ୍ବାସ୍ଥ୍ୟ ସଂଗଠନ କୋରନାକୁ ମହାମାରୀ ଘୋଷଣା ପରେ ସାରା ବିଶ୍ବରେ ଭୟର ବାତାବରଣ ଖେଳିଯାଇଛି । ଲୋକଙ୍କୁ ସମସ୍ୟା ପ୍ରତିଷେଧାତ୍ମକ ବିଷୟରେ ସଚେତନ କରାଯାଉଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 76 ଟି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଗୁରୁବାର କର୍ଣ୍ଣାଟକରେ ପ୍ରଥମ କୋରୋନା ରୋଗୀ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.