ETV Bharat / bharat

କୋଭିଡ୍‌ ପ୍ରତିଷେଧକ ଟିକା: ଶେଷରେ ଆଶାର କିରଣ ଦେଖି ବଜାରରେ ଉତ୍ସାହ - ସୁନୀଲ ସିହ୍ନା

author img

By

Published : Nov 10, 2020, 12:33 PM IST

ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟକ୍‌ ମାର୍କେଟ ଡୋ ଜୋନ୍‌ସରେ ପ୍ରାୟ 3% କାରବାର ବଢ଼ିଥିବା ବେଳେ, ଏସ୍‌ଆଣ୍ଡପି 500ର ସୂଚକାଙ୍କ 1.17% ବୃଦ୍ଧି ପାଇଛି । କେବଳ ନାସ୍‌ଡାକ୍‌ ହେଉଛି ଏକମାତ୍ର ବ୍ୟତିକ୍ରମ, ଯେଉଁଠି କାରବାର ଶେଷରେ ବଜାର 1.5%ରୁ ଅଧିକ ନିମ୍ନରେ ରହିଥିଲା । ଅଧିକ ଖବର ପଢନ୍ତୁ...

କୋଭିଡ୍‌ ପ୍ରତିଷେଧକ ଟିକା: ଶେଷରେ ଆଶାର କିରଣ ଦେଖି ବଜାରରେ ଉତ୍ସାହ - ସୁନୀଲ ସିହ୍ନା
କୋଭିଡ୍‌ ପ୍ରତିଷେଧକ ଟିକା: ଶେଷରେ ଆଶାର କିରଣ ଦେଖି ବଜାରରେ ଉତ୍ସାହ - ସୁନୀଲ ସିହ୍ନା

କୋଭିଡ୍‌-19 ପ୍ରତିଷେଧକ ଟିକା ପ୍ରସ୍ତୁତିର ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣରେ ସଫଳତାର ହାର ବେଶ୍‌ ଅଧିକ ବୋଲି ଔଷଧ ପ୍ରସ୍ତୁତକାରୀ ବହୁରାଷ୍ଟ୍ରୀୟ କମ୍ପାନୀ ଫାଇଜର ଘୋଷଣା କରିଥିବା ସଂକ୍ରାନ୍ତ ଖବର ପ୍ରକାଶ ପାଇବା ପରେ ସାରା ବିଶ୍ବର ବିଭିନ୍ନ ଷ୍ଟକ୍‌ ମାର୍କେଟ୍‌ରେ ଉତ୍ସାହର ଲହରି ଦେଖାଦେଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟକ୍‌ ମାର୍କେଟ ଡୋ ଜୋନ୍‌ସରେ ପ୍ରାୟ 3% କାରବାର ବଢ଼ିଥିବା ବେଳେ, ଏସ୍‌ଆଣ୍ଡପି 500ର ସୂଚକାଙ୍କ 1.17% ବୃଦ୍ଧି ପାଇଛି । କେବଳ ନାସ୍‌ଡାକ୍‌ ହେଉଛି ଏକମାତ୍ର ବ୍ୟତିକ୍ରମ, ଯେଉଁଠି କାରବାର ଶେଷରେ ବଜାର 1.5%ରୁ ଅଧିକ ନିମ୍ନରେ ରହିଥିଲା । ଏ ସଂପର୍କରେ ନିଜ ପ୍ରତିକ୍ରିୟା ବ୍ୟକ୍ତ କରି ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଈଟିଭି ଭାରତକୁ କହିଛନ୍ତି ଯେ, ବଜାରର ଏହି ଅନ୍ଧକାରାଚ୍ଛନ୍ନ ଏବଂ ନୈରାଶ୍ୟଜନକ ସମୟ ଶେଷରେ ଆଶାର କିରଣ ଦେଖାଦେଇଛି ଏବଂ ବଜାରରେ ଏହା ଉତ୍ସାହ ଭରିଦେଇଛି ।

ଏହି କାରବାର ସମୟ ମଧ୍ୟରେ ଡୋ ଜୋନ୍‌ସ ଏବଂ ଏସ୍‌ଆଣ୍ଡପି 500ର କାରବାର, ସାଂପ୍ରତିକ ସମୟର ଗୋଟିଏ ଦିନରେ ରେକର୍ଡ ପରିମାଣ ବୃଦ୍ଧି ପାଇଥିଲା । ସୋମବାର ଦିନ, ଡୋ ଜୋନ୍‌ସ ଦିନକ ଭିତରେ 1600 ପଏଣ୍ଟ (5.7%) ବୃଦ୍ଧି ପାଇ 29,934ରେ ପହଞ୍ଚିଥିଲା, ଯାହାକି ଫେବ୍ରୁଆରୀ 12 ତାରିଖଠାରୁ ଏ ପର୍ଯ୍ୟନ୍ତ ସର୍ବାଧିକ । ସେହିପରି ଏସ୍‌ଆଣ୍ଡପି 500 ସର୍ବାଧିକ 3,646ରେ ପହଞ୍ଚିଥିଲା, ଯାହାକି ସେପ୍‌ଟେମ୍ବର 2 ତାରିଖରୁ ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ । କିନ୍ତୁ ପରେ, କାରବାର ବନ୍ଦ ହେବା ସମୟରେ, ଉଭୟ ସୂଚକାଙ୍କରେ ସାଧାରଣ ଧରଣର ବୃଦ୍ଧି ଲକ୍ଷ୍ୟ କରାଯାଇଥିଲା ।

ଇଣ୍ଡିଆ ରେଟିଂସ୍‌ ସଂସ୍ଥାର ମୁଖ୍ୟ ଅର୍ଥନୀତିଜ୍ଞ ସୁନୀଲ ସିହ୍ନା କହିଲେ, “ବଜାର ନିରାଶାର ଅନ୍ଧକାରରେ ବୁଡ଼ି ରହିଥିବା ସମୟରେ, ଅଚାନକ କଳାବାଦଲ ତଳୁ ଆଶାର କିରଣ ଦେଖାଦେଇଛି । ଏହା ଏଭଳି ଏକ ସମୟରେ ଘଟିଛି, ଯେତେବେଳେ କି ବିଭିନ୍ନ ୟୁରୋପୀୟ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣର ଲହରି ଦେଖାଦେଇଛି ଏବଂ ଏହା ଫଳରେ ଗତ ଛଅ ମାସ ଭିତରେ ଯାହା କିଛି କାର୍ଯ୍ୟକ୍ରମ ହୋଇଥିଲା, ତାହା ପୁଣି ପଛକୁ ଫେରି ପ୍ରାରମ୍ଭିକ ସ୍ତରରେ ପହଞ୍ଚିଯାଇଛି ।”

ଏଭଳି ପରିସ୍ଥିତିରେ, ଷ୍ଟକ୍‌ ମାର୍କେଟ ସମେତ ସମସ୍ତେ ଏହିଭଳି ଖବରକୁ ସ୍ବାଗତ କରିବେ ବୋଲି ସିହ୍ନା କହିଥିଲେ । ଈଟିଭି ଭାରତକୁ ସିହ୍ନା କହିଲେ, “ସମସ୍ତେ ଖୁସି ଅଛନ୍ତି ଓ ବଜାରରେ ମଧ୍ୟ ଏକ ପ୍ରକାର ଉତ୍ସାହଜନକ ପ୍ରତିକ୍ରିୟା ଦେଖାଦେଇଛି ।” ସୋମବାର ଦିନ ଫାଇଜର କମ୍ପାନୀ ଘୋଷଣା କରିଥିଲା ଯେ, କୋଭିଡ୍‌ ଭୂତାଣୁ ସଂକ୍ରମଣ ବିରୋଧରେ ସେମାନେ ପ୍ରସ୍ତୁତ କରୁଥିବା କୋଭିଡ୍‌ ପ୍ରତିଷେଧକ ଟିକାର ସଫଳତା ହାର 90% ରହିଛି । ଏହି ଖବର ସହିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ଙ୍କ ବିଜୟ ଭଳି କେତେକ ଖବର କାରଣରୁ ଅଂଶଧନ ବଜାରର କାରବାର ଅଗ୍ରଗାମୀ ହୋଇଥିଲା ।

ଆମେରିକାର ସମସ୍ତ ତିନିଟି ବୃହତ୍‌ ଷ୍ଟକ୍‌ ମାର୍କେଟ ଉଚ୍ଚତର ହାର ସହିତ ଆରମ୍ଭ ହୋଇଥିଲା । ଏସ୍‌ଆଣ୍ଡପି 500 ଏବଂ ଡୋ ଜୋନ୍‌ସର କାରବାର ଏକ ତୃତୀୟାଂଶରୁ ଅଧିକ ପଏଣ୍ଟ ଉଚ୍ଚରେ ରହି ଆରମ୍ଭ ହୋଇଥିବା ବେଳେ ନାସ୍‌ଡାକ୍‌ର କାରବାର ଅଧା ପ୍ରତିଶତରୁ ଅଧିକ ରହି ଆରମ୍ଭ ହୋଇଥିଲା । ସକାରାତ୍ମକ ଦୂରଗାମୀ ପ୍ରଭାବ ଅର୍ଥନୀତି ଓ ବଜାର ସ୍ଥିତି ଉପରେ ନଜର ରଖିଆସିଥିବା ସିହ୍ନା କହନ୍ତି ଯେ, ଏଭଳି ପରିସ୍ଥିତିରେ କେବଳ ସ୍ବାଭାବିକ ଅବସ୍ଥାକୁ ଫେରିଆସିବା ହିଁ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାରରେ ସହାୟତା କରିବ । ସେ କହିଲେ, “ଅର୍ଥବ୍ୟବସ୍ଥା ପୁଣି ପୂର୍ବାବସ୍ଥାକୁ ଫେରିଆସିଲେ, କମ୍ପାନୀ ସମୂହର ଅଗ୍ରଗତି ହେବ ଏବଂ ଏଥିପାଇଁ କିଛି ଅଭିନବ ପନ୍ଥାର ଆବଶ୍ୟକତା ରହିବ ନାହିଁ । ଏହା କେବଳ ସ୍ବାଭାବିକ ଅବସ୍ଥାକୁ ଫେରି ଆସିବା କଥା ।”

ଭାରତରେ, ଉଭୟ ପ୍ରମୁଖ ଷ୍ଟକ୍‌ ମାର୍କେଟ୍‌ ବମ୍ବେ ଷ୍ଟକ୍‌ ଏକ୍‌ସଚେଞ୍ଜ ଏବଂ ନ୍ୟାସନାଲ ଷ୍ଟକ୍‌ ଏକ୍‌ସଚେଞ୍ଜ କାରବାରରେ ସୋମବାର ଦିନ ସର୍ବକାଳୀନ ବୃଦ୍ଧି ଲକ୍ଷ୍ୟ କରାଯାଇଥିଲା । କାରବାର ବନ୍ଦ ହେବା ସମୟରେ 30ଟି ଅଂଶଧନର ବିଏସ୍‌ଇ ସୂଚକାଙ୍କ 704 ପଏଣ୍ଟ (1.68%)ର ସର୍ବକାଳୀନ ବୃଦ୍ଧି ପାଇ 42,597ରେ ବନ୍ଦ ହୋଇଥିବା ବେଳେ 50ଟି ଅଂଶଧନର ସୂଚକାଙ୍କ ଏନ୍‌ଏସଇ ବା ନିଫ୍‌ଟିରେ ମଧ୍ୟ 197.50 ପଏଣ୍ଟ (1.61%)ର ସର୍ବକାଳୀନ ବୃଦ୍ଧି ସହିତ ବନ୍ଦ ହୋଇଥିଲା ।

ସୁନୀଲ ସିହ୍ନା ଆହୁରି କହିଲେ, “ଆଜିକାର ସ୍ଥିତି ଅନୁସାରେ ବଜାର ପରିଚାଳିତ ହୁଏନାହିଁ । ବରଂ ଆଉ 4-6 ମାସ ପରେ ବିଭିନ୍ନ କମ୍ପାନୀର କାରବାର କିପରି ରହିବ ତାହା ଉପରେ ନଜର ରଖାଯାଏ । ଯଦି ଏହି ବିଶ୍ବବ୍ୟାପୀ ମହାମାରୀ ସମସ୍ୟାର ଏକ ସମାଧାନ ପନ୍ଥା ବାହାରି ପାରିବ, ତେବେ ଆଉ ଛଅ ମାସ ପରେ ପରିସ୍ଥିତି ସ୍ବାଭାବିକ ହୋଇଯିବ ଏବଂ ସବୁକିଛି ପୂର୍ବାବସ୍ଥାକୁ ଫେରିଆସିବ ।” ସିହ୍ନାଙ୍କ ମତରେ, “ବଜାରରେ ଏହି ଆଶା କରାଯାଉଛି ଏବଂ ଏଥିପାଇଁ ଉତ୍ସାହଜନକ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।”

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.