ETV Bharat / bharat

କୋରୋନା ଯୁଦ୍ଧରେ ଜିତିଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Aug 16, 2020, 8:49 PM IST

ରବିବାର କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀରାମୁଲୁଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

କୋରୋନା ଯୁଦ୍ଧରେ ଜିତିଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ
କୋରୋନା ଯୁଦ୍ଧରେ ଜିତିଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କୋରୋନାକୁ ମାତ୍‌ ଦେଲେ କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀରାମୁଲୁ । ରବିବାର ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ଶ୍ରୀରାମୁଲୁ ଅଗଷ୍ଟ 9 ରେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ପରୀକ୍ଷଣ ପରେ ସେ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ ଶିବାଜିନଗର ବୌରିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ଥିବାବେଳେ ଶ୍ରୀରାମୁଲୁ ଘର ଖାଦ୍ୟ ବଦଳରେ ଡାକ୍ତରଖାନା ପକ୍ଷରୁ ଦିଆଯାଉଥିବା ଖାଦ୍ୟ ଖାଇଥିଲେ। 8 ଦିନର ଚିକିତ୍ସା ପରେ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ।

ତେବେ ଡିସଚାର୍ଜ ହେବାପରେ ସେ ଡାକ୍ତରଖାନା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ହସ୍ପିଲାଟରେ ଭର୍ତ୍ତି ହେବାର ଦୁଇ ଦିନ ପର୍ଯ୍ୟନ୍ତ ମୋର ଜ୍ବର ଓ କାଶ ହୋଇଥିଲା। ବର୍ତ୍ତମାନ ମୁଁ ସମ୍ପୁର୍ଣ୍ଣ ସୁସ୍ଥ ଅଛି । ମୋ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଡାକ୍ତରଖାନାରେ ମୋର ଯତ୍ନ ନେଇଥିବା କର୍ମଚାରୀଙ୍କୁ ଧନ୍ୟବାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

COVID-19
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.