ETV Bharat / bharat

ଖୁସି ଖବର: ଦେଶରେ କୋଭିଡ୍ ସୁସ୍ଥ ହାର 78.86 ପ୍ରତିଶତକୁ ବୃଦ୍ଧି

author img

By

Published : Sep 19, 2020, 1:09 PM IST

ଦେଶରେ କୋରୋନା ସଂକ୍ରମଣ ବଢିବା ସହ ବୃଦ୍ଧି ପାଉଛି ସୁସ୍ଥହାର । ଦେଶରେ ଗୋଟିଏ ଦିନରେ ସର୍ବାଧିକ 87 ହଜାର 472 ରୋଗୀ ସୁସ୍ଥ ହୋଇ ମୋଟ ସୁସ୍ଥହାର 78.86 ପ୍ରତିଶତକୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ମୋଟ 41 ଲକ୍ଷ 12 ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

COVID recovery rate improves to 78.86 per cent
ଦେଶରେ କୋଭିଡ୍ ସୁସ୍ଥ ହାର 78.86 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବଢିବା ସହ ବୃଦ୍ଧି ପାଉଛି ସୁସ୍ଥହାର । ଦେଶରେ ଗୋଟିଏ ଦିନରେ ସର୍ବାଧିକ 87 ହଜାର 472 ରୋଗୀ ସୁସ୍ଥ ହୋଇ ମୋଟ ସୁସ୍ଥହାର 78.86 ପ୍ରତିଶତକୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ 41 ଲକ୍ଷ 12 ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ କ୍ରମାଗତ ଭାବେ ସୁସ୍ଥ ହାର ବୃଦ୍ଧି ପାଉଥିବା ବେଳେ ସକ୍ରିୟ ମାମଲା ଦିନକୁ ଦିନ ହ୍ରାସ ପାଉଛି । ଏବଂ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 19.52 ପ୍ରତିଶତରେ ରହିଛି, ଯାହା 10 ଲକ୍ଷ 17 ହଜାର ଅଟେ । ସେହିପରି ଦେଶରେ ମୃତ୍ୟୁ ହାର 1.62 ପ୍ରତିଶତକୁ ହ୍ରାସ ପାଇ ବିଶ୍ବବ୍ୟାପୀ ସର୍ବନିମ୍ନ ସ୍ତରରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ, ଏକ ହଜାର 174 ଜଣଙ୍କର ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା 84 ହଜାର 372ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.