ETV Bharat / bharat

କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଦିଲ୍ଲୀରୁ ଆସୁଛନ୍ତି ଡାକ୍ତରୀ ଟିମ

author img

By

Published : Aug 24, 2020, 5:09 PM IST

10 ଦିନରୁ ଚିକିତ୍ସିତ ହେଉଥିବା କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ଶରୀରର ଅମ୍ଳଜାନ ସ୍ତର ସୋମବାର ଅଚାନକ ଖସିଯାଇଥିବା ସୂଚନା ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ । ଦିଲ୍ଲୀ ସ୍ଥାନାନ୍ତର ନେଇ ଚାଲିଛି ବିଚାର । ଅଧିକ ପଢନ୍ତୁ...

କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଦିଲ୍ଲୀରୁ ଆସୁଛନ୍ତି ଡାକ୍ତରୀ ଟିମ
କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଦିଲ୍ଲୀରୁ ଆସୁଛନ୍ତି ଡାକ୍ତରୀ ଟିମ

ପାଣାଜୀ: କୋରୋନାରେ ଆକ୍ରାନ୍ତ କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବା ଜଣାପଡିଛି । ମଣିପାଲ ହସ୍ପିଟାଲରେ 10 ଦିନରୁ ଚିକିତ୍ସିତ ହେଉଥିବା ଶ୍ରୀପଦଙ୍କ ଶରୀରର ଅମ୍ଳଜାନ ସ୍ତର ସୋମବାର ଅଚାନକ ଖସିଯାଇଥିବା ସୂଚନା ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ।

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ କହିବା ଅନୁଯାୟୀ ଆୟୁଷ ମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦିଲ୍ଲୀ ଏମ୍ସର ଏକ ଟିମ ଗୋଆ ଆସୁଛନ୍ତି । ତେବେ ସମୀକ୍ଷା ପରେ ଶ୍ରୀପଦଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯିବ କି ନାହିଁ ଏ ବିଷୟରେ ନିଷ୍ପତ୍ତି ନିଆଯିବ ।

କୋରୋନା ପଜିଟିଭ ଚିହ୍ନଟ ହେବା ପରେ ହୋମ ଆଇସୋଲେସନରେ ଥିବା କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କୁ ପାନାଜୀର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉତ୍ତର ଗୋଆରରୁ ବିଜେପିର ସାଂସଦ ଥିବା 67 ବର୍ଷିୟ ବିଜେପି ସାଂସଦ ଶ୍ରୀପଦ ନାୟକ ଓ ତାଙ୍କ ପତ୍ନୀ ଉଭୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.