ETV Bharat / bharat

ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର: ବେଡ ନ ମିଳିବାରୁ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ! - ଚିକିତ୍ସା ଅବହେଳାରୁ କୋରୋନା ରୋଗୀଙ୍କ ମୃତ୍ୟୁ

କୋରୋନା ରୋଗୀଙ୍କୁ ଅବହେଳା। ମେଡିକାଲରେ ବେଡ ନ ମିଳିବାରୁ କୋରୋନା ଆକ୍ରାନ୍ତଙ୍କର ହୋଇଛି ମୃତ୍ୟୁ। ପୁଣେର ଖାନ୍ନାପୁର ଗାଁରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ....

COVID patient dies at home, body carried on handcart in Pune for cremation
କୋରୋନା ରୋଗୀଙ୍କୁ ଅବହେଳା,ବେଡ ନ ମିଳିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ
author img

By

Published : Sep 13, 2020, 1:53 PM IST

ମୁମ୍ବାଇ: କୋରୋନା ରୋଗୀଙ୍କୁ ଅବହେଳା। ମେଡିକାଲରେ ବେଡ ନ ମିଳିବାରୁ କୋରୋନା ଆକ୍ରାନ୍ତଙ୍କର ହୋଇଛି ମୃତ୍ୟୁ ! ଏପରିକି ମୃତ୍ୟୁର ପରେ ତାଙ୍କ ମୃତଦେହକୁ ଠେଲା ଗାଡିରେ ମଧ୍ୟ ବୁହା ଯାଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ ବିଭାଗର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ପୁଣେର ଖାନ୍ନାପୁର ଗାଁରେ। ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ଗାଁର ଜଣେ ଯୁବକ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏପରିକି ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବାରୁ ମେଡିକାଲ ଯିବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ଫଳରେ ସେ ଏକ ମେଡିକାଲରୁ ଯାଇଥିଲେ ହେଲେ ବେଡ ନ ମିଳିବାରୁ ସେ ସେଠାରୁ ଚାଲି ଆସିଥିଲେ । ଫଳରେ ଘରେ ସେ ମୃତ୍ୟୁ ବରଣ କରିଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳର ସରପଞ୍ଚ । ସେପଟେ, ପୁଣେ ଜିଲ୍ଲା ପରିଷଦ ସିଇଓ କହିଛନ୍ତି ଆକ୍ରାନ୍ତ ଜଣକ ମେଡିକାଲକୁ ଯାଇଥିଲେ । ତାଙ୍କର କୋଭିଡ ରିପୋର୍ଟ ଆସି ନଥିଲା । ହେଲେ କାହାକୁ କିଛି ନ କହି ସେଠାରୁ ସେ ଚାଲିଆସିଥିଲେ । ଏପରିକି, ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଠେଲା ଗାଡିରେ ବୁହାଯାଇଥିଲା ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.