ETV Bharat / bharat

ଆଇସିୟୁରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ, ଦିଆଯିବ ପ୍ଲାଜମା ଥେରାପି - ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଆଯିବ ପ୍ଲାଜମା ଥେରାପି । ବୁଧବାର ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା । ସତ୍ୟେନ୍ଦ୍ର ଜୈନଙ୍କ କୋରୋନା ଯୋଗୁଁ ଫୁସଫୁସ ସଂକ୍ରମିତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାରେ ସଂକ୍ରମିତ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Jun 19, 2020, 7:03 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଆଯିବ ପ୍ଲାଜମା ଥେରାପି । ସତ୍ୟେନ୍ଦ୍ର ଜୈନଙ୍କ କୋରୋନା ଯୋଗୁଁ ଫୁସଫୁସ ସଂକ୍ରମିତ ହୋଇଛି । ଆଗାମୀ ସମୟରେ ମନ୍ତ୍ରୀଙ୍କର ସ୍ବାସ୍ଥ୍ୟବସ୍ଥା ଜଟିଳ ହେବା ଆଶଙ୍କାରେ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିମୋନିଆ ମଧ୍ୟ ହୋଇଛି । ବୁଧବାର ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଚିକିତ୍ସା ପରେ ଗୁରୁବାର ସତ୍ୟେନ୍ଦ୍ରଙ୍କ ଅବସ୍ଥା ଠିକ୍ ଥିଲା । ହେଲେ ଶରୀରରେ ଜ୍ବର କମିନଥିଲା । ଅମ୍ଳଜାନ ସ୍ତରରେ ହଠାତ୍ ହ୍ରାସ ପାଇବା ପରେ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲ୍ (RGSSH) ରେ ଭର୍ତ୍ତି ହୋଇଥିବା ଜୈନଙ୍କୁ ବର୍ତ୍ତମାନ ସାକେତ ର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ଦିଲ୍ଲୀ ସରକାର କହିଛନ୍ତି, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିକିତ୍ସା ଉପରେ ସରକାର ନଜର ରଖିଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ, ‘55 ବର୍ଷିୟ ମନ୍ତ୍ରୀଙ୍କୁ ଅମ୍ଳଜାନର ସ୍ତର (Spo2) ହ୍ରାସ ପାଇଥିବାରୁ ବର୍ତ୍ତମାନ ଅମ୍ଳଜାନ ସପୋର୍ଟରେ ତାଙ୍କୁ ପୂର୍ଣ୍ଣକାଳୀନ ରଖାଯାଇଛି । କାରଣ ତାଙ୍କର Spo2 ସ୍ତର 89 କୁ ଖସି ଆସିଛି । ଅମ୍ଳଜାନର ସାଧାରଣ ସ୍ତର ପ୍ରାୟ 95 ଥାଏ । ଏଥିସହ ତାଙ୍କୁ ନିମୋନିଆ ରୋଗ ହୋଇଥିବାରୁ ତେଣୁ ଆମେ ତାଙ୍କୁ ଡାକ୍ତରଖାନାର ଆଇସିୟୁକୁ ସ୍ଥାନାନ୍ତର କରୁଛୁ ।’

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସତ୍ୟେନ୍ଦ୍ରଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । କୋଭିଡ-19 ସଂକ୍ରମଣ ସହ ସଂଗ୍ରାମ କରୁଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ବୋଲି ଶାହା ଟ୍ବିଟ କରି କହିଛନ୍ତି । ସେହିପରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସଂସ୍ପର୍ଷରେ ଯେଉଁମାନେ ଆସିଥିଲେ ସେମାନଙ୍କୁ ଖୋଜି କ୍ବାରେଣ୍ଟାଇନରେ ରଖିବାକୁ ବ୍ୟବସ୍ଥା କରାଯାଉଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.