ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ସଂକ୍ରମଣ ରିପୋର୍ଟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ 92ଟି ନୂଆ କୋରୋନା ରିପୋର୍ଟ ରେକର୍ଡ ହୋଇଛି । ଏହାସହ ସୋମବାର କୋରୋନା କାରଣରୁ 5 ଜଣଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ବର୍ତ୍ତମାନ କୋରୋନା ମାମଲା 3742 ଏବଂ ମୃତ୍ୟୁ ସଂଖ୍ୟା 122କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା 1863 ରହିଛି । ରବିବାର ରାଜ୍ୟରେ ସର୍ବାଧିକ 14 ମୃତ୍ୟୁ ରିପୋର୍ଟ ରେକର୍ଡ ହୋଇଥିଲା ।