ETV Bharat / bharat

COVID-19 ଫ୍ଲୁ ଠାରୁ ପ୍ରଭାବ କମ୍‌, ଅଧିକ ବିପଜ୍ଜନକ: WHO

ମହାମାରୀ କୋରୋନା ଭାଇରସ COVID-19 ସ୍ବାଇନ ଫ୍ଲୁ କିମ୍ବା ଅନ୍ୟ ଭୂତାଣୁ ଅପେକ୍ଷା କମ୍ ପ୍ରଭାବଶାଳୀ ହେଲେ ଅଧିକ ବିପଦଜ୍ଜନକ ବୋଲି WHO ପକ୍ଷରୁ କୁହାଯାଇଛି ।

COVID-19: ଫ୍ଲୁଠାରୁ ପ୍ରଭାବ କମ୍‌,ହେଲେ ଅଧିକ ବିପଜ୍ଜନକ: WHO

author img

By

Published : Mar 4, 2020, 11:50 PM IST

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ COVID-19 ସ୍ବାଇନ ଫ୍ଲୁ କିମ୍ବା ଅନ୍ୟ ଭୂତାଣୁ ଅପେକ୍ଷା କମ୍ ପ୍ରଭାବଶାଳୀ ଭାବରେ କାୟା ବିସ୍ତାର କରିଛି। ହେଲେ ଅନ୍ୟ ଫ୍ଲୁ ରୋଗ ଅପେକ୍ଷା COVID-19 ଦ୍ବାରା ହେଉଥିବା ରୋଗର ପ୍ରଭାବ ଅଧିକ ଗୁରୁତର ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ ଫ୍ଲୁ ଅପେକ୍ଷା COVID-19 କମ୍ ପ୍ରଭାବଶାଳୀ ଭାବରେ ବ୍ୟାପିଥାଏ । ଯଦି ଏହି ଭାଇରସ ଶରୀରରେ ଥାଇ ଜଣେ ଅସୁସ୍ଥ ହୋଇନଥାଏ, ତାହାଲେ କୋରୋନା ବ୍ୟାପିବାର ସମ୍ଭାବନା କମ, କିନ୍ତୁ ଇନ୍‌ଫ୍ଲୁଏଞ୍ଜା କ୍ଷେତ୍ରରେ ଜଣେ ଅସୁସ୍ଥ ନଥାଇ ମଧ୍ୟ ଏହି ଭାଇରସ ସଂକ୍ରମଣର ଶିକାର ହୋଇଥାଏ ।

ସ୍ଥିତି ଉପରେ ସ୍ପଷ୍ଟ ଚିତ୍ର ପାଇବା ପାଇଁ WHO ଭାଇରସ୍ ଉପରେ ସଂଗୃହିତ ତଥ୍ୟ ଉପରେ ଅଧ୍ୟୟନ କରୁଛି | WHO ମୁଖ୍ୟ କହିଛନ୍ତି ଯେ, ଯେହେତୁ ଆମେ ଜୀବାଣୁ ଉପରେ ଅଧିକ ତଥ୍ୟ ପାଇଛୁ, ଏହା ପ୍ରଭାବରେ ହେଉଥିବା ରୋଗକୁ ମଧ୍ୟ ଜାଣିବାକୁ ପାଉଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ଏହି ଭୂତାଣୁ SARS, MERS କିମ୍ବା ସ୍ବାଇନ ଫ୍ଲୁ ନୁହେଁ। ଏହା ସ୍ବତନ୍ତ୍ର ବିଶେଷତ୍ବ ରଖୁଥିବା ଏକ ସ୍ବତନ୍ତ୍ର ଭାଇରସ । ଉଭୟ COVID-19 ଏବଂ ଇନ୍‌ଫ୍ଲୁଏଞ୍ଜା ଶ୍ବାସ ଜନିତ ରୋଗ ସୃଷ୍ଟି କରିଥାଏ ଏବଂ ସମାନ ରୂପେ ତରଳ ପଦାର୍ଥରୁ ତରଳ ପଦାର୍ଥ ମାଧ୍ୟମରେ ବିସ୍ତାର କରିଥାଏ। ତଥାପି COVID-19 ଏବଂ ସ୍ବାଇନ ଫ୍ଲୁ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ପାର୍ଥକ୍ୟ ଅଛି। କେତେକ ଦେଶ ସ୍ବାଇନ ଫ୍ଲୁ ଏବଂ ଅନ୍ୟାନ୍ୟ ଶ୍ବାସ ରୋଗ ପାଇଁ ସର୍ଭିଲାନ୍ସ ସିଷ୍ଟମ ବ୍ୟବହାର କରି COVID-19 ଉପରେ ଅନୁସନ୍ଧାନ କରୁଛନ୍ତି ।

ଚୀନରୁ COVID-19ର ଆସିଥିବା ମାମଲାକୁ ଅନୁସନ୍ଧାନ କରି ଜଣାପଡିଛି ଯେ 1 ପ୍ରତିଶତଙ୍କ କ୍ଷେତ୍ରରେ ଏହି ଭାଇରସର ଲକ୍ଷଣ ଦେଖାଯାଏ ନାହିଁ । ଅନ୍ୟପକ୍ଷେ ଅଧିକାଂଶଙ୍କ ଠାରେ ଦୁଇ ଦିନ ମଧ୍ୟରେ ଲକ୍ଷଣ ପରିଲକ୍ଷିତ ହୋଇଥାଏ । COVID-19 ସଂକ୍ରମଣର ମୋଟ 90,893 ମାମଲା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ ପ୍ରଭାବରେ 3110 ମୃତ୍ୟୁ ହୋଇସାରିସାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.