ETV Bharat / bharat

ଆଗ୍ରାରେ କୋଭିଡ 19 ସ୍ଥିତି ଖରାପ, ହସ୍ପିଟାଲରେ ମିଳୁନି ସ୍ଥାନ - ଆଗ୍ରା କୋରୋନା ଅପଡେଟ

ଆକ୍ରାନ୍ତଙ୍କ ପରୀକ୍ଷା ଶୀଘ୍ର ହେଇଯାଉଛି । କିନ୍ତୁ ପରିବାର ଲୋକଙ୍କ ଟେଷ୍ଟ କରିବାକୁ ବହୁତ ଦିନ ଅପେକ୍ଷା କରିବାକୁ ପଡୁଛି । ଅଧିକ ପଢନ୍ତୁ...

ଆଗ୍ରାରେ କୋଭିଡ 19 ସ୍ଥିତି ଖରାପ, ହସ୍ପିଟାଲରେ ମିଳୁନି ସ୍ଥାନ

author img

By

Published : Apr 26, 2020, 12:00 AM IST

ଆଗ୍ରା: କୋଭିଡ 19 ଯୋଗୁଁ ଉତ୍ତର ପ୍ରଦେଶରେ ସ୍ଥିତି ଗମ୍ଭୀର ହୋଇଛି । ଏଠାରେ 2000 ପାଖାପାଖି ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଆଗ୍ରାରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ରୂପେ ସମସ୍ୟା ଘେରରେ ରହିଛି ।

ଏନେଇ ଆଗ୍ରା ମେୟର ନବୀନ ଜୈନ ସୂଚନା ଦେଇଛନ୍ତି । ନର୍ସିଂ ହୋମରେ ସ୍ଥିତି ଏତେ ଖରାପ ହୋଇଛି ଯେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଭର୍ତ୍ତି କରିବାକୁ ସକ୍ଷମ ହେଉନାହାନ୍ତି । ସେହିପରି କୋଭିଡ 19 ଟେଷ୍ଟର ଫଳାଫଳ ଆସିବାରେ ବିଳମ୍ବ ହେଉଛି । ଆକ୍ରାନ୍ତଙ୍କ ପରୀକ୍ଷା ଶୀଘ୍ର ହେଉଥିବା ବେଳେ ପରିବାର ଲୋକଙ୍କ ଟେଷ୍ଟ କରିବାକୁ ବହୁତ ଦିନ ଅପେକ୍ଷା କରିବାକୁ ପଡୁଛି । ଘରୋଇ କ୍ଲିନିକରେ ଲୋକେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିବା ମେୟର କହିଛନ୍ତି ।

ସେହିପରି ହାର୍ଟ ଆଟାକ୍ ଶିକାର ଲୋକଙ୍କ ପାଇଁ ଚିକିତ୍ସାର କୌଣସି ସୁବିଧା ନାହିଁ । ଆଗ୍ରାବାସୀ ଭୟଭୀତ ଓ ଆତଙ୍କିତ ଅଛନ୍ତି । ସଂକ୍ରମଣ ବଢିଚାଲିଲେ ଅଟକାଇବା କଷ୍ଟକର ହୋଇପଡିବ । ଏନେଇ ଏପ୍ରିଲ 21ରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.