ETV Bharat / bharat

ଦେଶରେ କୋଭିଡ୍ ସୁସ୍ଥ ହାର 81.25 ପ୍ରତିଶତକୁ ବୃଦ୍ଧି - COVID-19

କ୍ରମାଗତ ପଞ୍ଚମ ଦିନରେ ଦେଶରେ ସୁସ୍ଥ ହାର ନୂତନ ରେକର୍ଡ କରିଛି । ଗତ 24 ଘଣ୍ଟା ମଧ୍ୟରେ 89,746 ଜଣ ସୁସ୍ଥ ହୋଇଥିବା ବେଳେ 83,347 ଟି ନୂତନ ମାମଲା ଚିହ୍ନଟ ହୋଇଛି। ଫଳରେ ଆଜି ସୁସ୍ଥ ହାର 81.25 ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

COVID-19 recovery rate reaches 81.25 %
ଦେଶରେ କୋଭିଡ୍ ସୁସ୍ଥ ହାର 81.25 ପ୍ରତିଶତକୁ ବୃଦ୍ଧି
author img

By

Published : Sep 23, 2020, 1:58 PM IST

ନୂଆଦିଲ୍ଲୀ: କ୍ରମାଗତ ପଞ୍ଚମ ଦିନରେ ଦେଶରେ ସୁସ୍ଥ ହାର ନୂତନ ରେକର୍ଡ କରିଛି । ଗତ 24 ଘଣ୍ଟା ମଧ୍ୟରେ 89,746 ଜଣ ସୁସ୍ଥ ହୋଇଥିବା ବେଳେ 83,347 ଟି ନୂତନ ମାମଲା ଚିହ୍ନଟ ହୋଇଛି। ଫଳରେ ଆଜି ସୁସ୍ଥ ହାର 81.25 ପ୍ରତିଶତକୁ ବୃଦ୍ଧି ପାଇଛି । ଭାରତ ଏବେ ବିଶ୍ବରେ ସର୍ବାଧିକ ସୁସ୍ଥ ମାମଲାରେ ପ୍ରଥମ ସ୍ଥାନରେ ରହିଛି । ନୂତନ ମାମଲା ଅପେକ୍ଷା ଭାରତ 17 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥ ହାର ଅଧିକ ରହିଛି ।

ତେବେ ସୁସ୍ଥ ମାମଲାରେ 75% ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁ, ଓଡିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଏବଂ ହରିୟାଣାରୁ ହିଁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଏହା ସହ ମହାରାଷ୍ଟ୍ର ଦୈନିକ 20,000 ରୁ ଅଧିକ ସୁସ୍ଥ ହେଉଛନ୍ତି । କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁସ୍ଥହାର ନିଶ୍ଚିତ କରିଛି ଯେ ଦେଶର ସକ୍ରିୟ ମାମଲା ହ୍ରାସ ପାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.