ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁସ୍ଥ ହାର ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି । ସୁସ୍ଥ ହାର ବର୍ତ୍ତମାନ 69.80 ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ଚାରି ଦିନ ଧରି ଦୈନିକ 60,000 ରୁ ଅଧିକ ମାମଲା ରେକର୍ଡ ହୋଉଥିବା ବେଳେ ଆଜି ଗୋଟିଏ ଦିନରେ କୋଭିଡ୍ ମାମଲା 55,000 ତଳକୁ ଖସିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ସେହିପରି ମୃତ୍ୟୁ ହାର 2 ପ୍ରତିଶତରୁ କମ୍ ହୋଇ 1.99 ପ୍ରତିଶତରେ ରେକର୍ଡ କରାଯାଇଛି।
ଦେଶରେ ସକ୍ରିୟ କୋରୋନା ମାମଲା 6 ଲକ୍ଷ 39 ହଜାର 9 ଶହ 29 ଥିବାବେଳେ 15 ଲକ୍ଷ 83 ହଜାର 4 ଶହ 89 ଜଣ ଲୋକ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ 53 ହଜାର 6 ଶହ କୋରୋନା ଚିହ୍ନଟ ପରେ ଏହା ମୋଟ 22 ଲକ୍ଷ 68 ହଜାର 675ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 45 ହଜାର 2 ଶହ 57 ରେ ପହଞ୍ଚିଛି। ଗତକାଲି ପର୍ଯ୍ୟନ୍ତ ମୋଟ 2 କୋଟି 52 ଲକ୍ଷ 81 ହଜାର 8 ଶହ 48 ନମୁନା ପରୀକ୍ଷା କରାଥିବା ବେଳେ ଗତକାଲି କେବଳ 6 ଲକ୍ଷ 98 ହଜାର 2 ଶହ 90 ନମୁନା ପରୀକ୍ଷା କରାଯାଇଥିଲା ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ସୂଚନା ଦେଇଛି ।