ETV Bharat / bharat

ଦେଶରେ କୋଭିଡ୍ ସୁସ୍ଥ ହାର 77.88 ପ୍ରତିଶତକୁ ବୃଦ୍ଧି

author img

By

Published : Sep 14, 2020, 4:09 PM IST

ଦେଶରେ କୋରୋନା ସଂକ୍ରମଣ ବଢିବା ସହ ବୃଦ୍ଧି ପାଉଛି ସୁସ୍ଥହାର । ଗୋଟିଏ ଦିନରେ 94,372 ନୂତନ ମାମଲା ରିପୋର୍ଟ ହୋଇଥିବାବେଳେ 47 ଲକ୍ଷ ଅତିକ୍ରମ କରିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମୋଟ 37,02,595 ଲୋକ ଏହି ସଂକ୍ରମଣରୁ ସୁସ୍ଥ ହୋଇ ଜାତୀୟ ମୋଟ ସୁସ୍ଥ ହାର 77.88 ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଦେଶରେ କୋଭିଡ୍ ସୁସ୍ଥ ହାର 77.88 ପ୍ରତିଶତକୁ ବୃଦ୍ଧି
ଦେଶରେ କୋଭିଡ୍ ସୁସ୍ଥ ହାର 77.88 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବଢିବା ସହ ବୃଦ୍ଧି ପାଉଛି ସୁସ୍ଥହାର । ଗୋଟିଏ ଦିନରେ 94,372 ନୂତନ ମାମଲା ରିପୋର୍ଟ ହୋଇଥିବାବେଳେ 47 ଲକ୍ଷ ଅତିକ୍ରମ କରିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ସୁସ୍ଥହାର ଲଗାତାର ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମୋଟ 37,02,595 ଲୋକ ଏହି ସଂକ୍ରମଣରୁ ସୁସ୍ଥ ହୋଇ ଜାତୀୟ ମୋଟ ସୁସ୍ଥ ହାର 77.88 ପ୍ରତିଶତକୁ ବୃଦ୍ଧି ପାଇଛି । ଏହାସହ ମୃତ୍ୟୁ ହାର 1.65 ପ୍ରତିଶତକୁ ହ୍ରାସ ପାଇଛି । ସମୁଦାୟ କୋରୋନା ମାମଲା 47,54,356କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା 78,586କୁ ବୃଦ୍ଧି ପାଇଛି ।

ଦେଶରେ କୋଭିଡର 9,73,175 ସକ୍ରିୟ ମାମଲା ରହିଛି, ଯାହା ସମୁଦାୟ ମାମଲାର 20.47 ପ୍ରତିଶତ ଅଟେ । ଆଇସିଏମଆର ଅନୁଯାୟୀ, ଗତକାଲି ସମୁଦାୟ 10 ଲକ୍ଷ 71 ହଜାର 702 ନମୁନା ପରୀକ୍ଷା କରାଯାଇଛି । ଗତକାଲି ପର୍ଯ୍ୟନ୍ତ ସମୁଦାୟ 5 କୋଟି 62 ଲକ୍ଷ 60 ହଜାର 928 ନମୁନା ପରୀକ୍ଷା କରାଯାଇଛି ।

ଦେଶରେ ସବୁଠାରୁ ଅଧିକ ଆକ୍ଟିଭ୍ ମାମଲା ମହାରାଷ୍ଟ୍ରରେ ରହିଛି । ହସ୍ପିଟାଲରେ ୨ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ସଂକ୍ରମଣ ମାମଲାରେ ଦ୍ୱିତୀୟ ସ୍ଥାନରେ ତାମିଲନାଡୁ, ତୃତୀୟରେ ଦିଲ୍ଲୀ, ଚତୁର୍ଥରେ ଗୁଜରାଟ ଓ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗରେ ରହିଛି । ଏହି ୫ ରାଜ୍ୟରେ ସବୁଠାରୁ ଅଧିକ ଆକ୍ଟିଭ୍ ମାମଲା ରହିଛି । ଆକ୍ଟିଭ୍ ମାମଲା ମଧ୍ୟରେ ଦୁନିଆରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ମୃତ୍ୟୁ ମାମଲାରେ ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ଭାରତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.