ETV Bharat / bharat

ଦେଶରେ କୋରୋନା ଆରୋଗ୍ୟ ହାର 58.24 ପ୍ରତିଶତକୁ ବୃଦ୍ଧି

author img

By

Published : Jun 26, 2020, 1:24 PM IST

ଦେଶରେ କୋରୋନା ଆରୋଗ୍ୟ ହାର ଆଶାଜନକ ଓ ଆଶ୍ବସ୍ତିକର ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ଦେଶର ବର୍ତ୍ତମାନ କୋରୋନା ଆରୋଗ୍ୟ ହାର 58.24 ପ୍ରତିଶତକୁ ବୃଦ୍ଧି ପାଇଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ଦେଶରେ କୋରୋନା ଆରୋଗ୍ୟ ହାର ଆଶାଜନକ ଓ ଆଶ୍ବସ୍ତିକର ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ଦେଶର ବର୍ତ୍ତମାନ କୋରୋନା ଆରୋଗ୍ୟ ହାର 58.24 ପ୍ରତିଶତକୁ ବୃଦ୍ଧି ପାଇଛି ।

ସୂଚନା ଯେ, ଦେଶରେ କୋରୋନାରୁ 2 ଲକ୍ଷ 85 ହଜାର 637 ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 13 ହଜାର 940 ଲୋକ କୋଭିଡ କବଳରୁ ରକ୍ଷା ପାଇଛନ୍ତି । ବର୍ତ୍ତମାନ, ଦେଶରେ ସମୁଦାୟ ସକ୍ରିୟ କୋରୋନା ମାମଲା 1 ଲକ୍ଷ 89 ହଜାର 463 ରହିଛି ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 17 ହଜାର 296 ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମାମଲା 4 ଲକ୍ଷ 90 ହଜାର 401ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ କୋରୋନା ମହାମାରୀରେ ବିଗତ ଦିନରେ 407 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 15ହଜାର 301ରେ ପହଞ୍ଚିଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ, ଆଇସିଏମ୍ଆର କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ଲାବୋରେଟୋରୀ ଦ୍ବାରା ମୋଟ 2 ଲକ୍ଷ 15 ହଜାର 446 ଟି କୋରୋନା ନମୁନା ପରୀକ୍ଷା କରାଯାଇଛି । ଭାରତରେ କୋରୋନା ଆରମ୍ଭ ହେବା ପରଠାରୁ ଦେଶର ଲାବୋରେଟୋରୀଗୁଡିକ ଦ୍ବାରା ଏହା ସର୍ବାଧିକ ସଂଖ୍ୟକ ପରୀକ୍ଷଣ ଅଟେ | ବର୍ତ୍ତମାନ ସୁଦ୍ଧା ଦେଶରେ 77 ଲକ୍ଷ 76 ହଜାର 228 ପରୀକ୍ଷା କରାଯାଇଛି ।

ବର୍ତ୍ତମାନ ସୁଦ୍ଧା, ସମଗ୍ର ଭାରତରେ ସମୁଦାୟ 1016 ଲାବୋରେଟୋରୀକୁ କୋରୋନା ଟେଷ୍ଟିଂ ପାଇଁ ଅନୁମତି ପ୍ରଦାନ କରାଯାଇଛି । ସେଥିମଧ୍ୟରୁ 737 ସରକାରୀ ଲାବୋରେଟୋରୀ ଏବଂ 279 ଘରୋଇ ଲାବୋରେଟୋରୀ ଚେନ୍ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.