ETV Bharat / bharat

କୋରୋନା ପ୍ରୋଟୋକଲ ସହ କେରଳ ବିଧାନସଭା ଅଧିବେଶନ ଆରମ୍ଭ - Covid-19

କେରଳ ବିଧାନସଭାର 20ତମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି । କୋରୋନା ପ୍ରଟକୋଲର ପାଳନ କରି ଏହି ଅଧିବେଶନ ଆରମ୍ଭ ହୋଇଥିଲା ।

କେରଳ ବିଧାନସଭା ଅଧିବେଶନ ଆରମ୍ଭ
କେରଳ ବିଧାନସଭା ଅଧିବେଶନ ଆରମ୍ଭ
author img

By

Published : Aug 24, 2020, 5:10 PM IST

ଥିରୁଅନନ୍ତପୁରମ: କେରଳ ବିଧାନସଭାର 20ତମ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି । କୋରୋନା ପ୍ରଟକୋଲର ପାଳନ କରି ଏହି ଅଧିବେଶନ ଆରମ୍ଭ ହୋଇଥିଲା । ବିଧାନସଭାରେ ପ୍ରବେଶ ପୂର୍ବରୁ ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀଙ୍କର ସ୍କ୍ରିନିଂ ଏବଂ ଆଣ୍ଟିଜେନ ଟେଷ୍ଟ କରିବା ପରେ ସେମାନଙ୍କୁ ବିଧାନସଭା ଗୃହରେ ପ୍ରବେଶ ଅନୁମତି ଦିଆଯାଇଥିଲା । ବିଧାୟକ ହଷ୍ଟେଲରେ ଏହି ପରିକ୍ଷଣ ବ୍ୟବସ୍ଥା ହୋଇଥିଲା ।

ତେବେ ପରିକ୍ଷଣ ବେଳେ ପେରୁମ୍ବାଭୁର ବିଧାୟକ ଅଲଡୋଜ କୁନାପାଲିଙ୍କ ବ୍ୟକ୍ତିଗତ କର୍ମଚାରୀ କୋରୋନାରେ ସଂକ୍ରମିତ ଥିବା ଜଣାପଡିଛି । ତେବେ ଏହାପରେ ବିଧାୟକ ଜଣକ ସଂଗରୋଧରେ ରହିଥିବା ଜଣାପଡିଛି । ବିଧାନସଭାର ସମସ୍ତ ଦ୍ବାରରେ ସଦସ୍ୟଙ୍କୁ ମାସ୍କ ଏବଂ ଫେସ ସିଲ୍ଡ ପ୍ରଦାନ କରାଯାଇଥିଲା । ଗୋଟିଏ ବେଞ୍ଚରେ ଦୁଇ ଜଣଙ୍କ ବଦଳରେ ଜଣେ ବସିବାର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟକ ବେଞ୍ଚକୁ ସାନିଟାଇଜ ମଧ୍ୟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.