ETV Bharat / bharat

ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

କୋରୋନାରେ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜଙ୍କ ସ୍ବସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା । ଅଧିକ ପଢନ୍ତୁ...

ନିଲ ଭିଜଙ୍କ ସ୍ବସ୍ଥ୍ୟବସ୍ଥା ସ୍ଥିର
ନିଲ ଭିଜଙ୍କ ସ୍ବସ୍ଥ୍ୟବସ୍ଥା ସ୍ଥିର
author img

By

Published : Dec 18, 2020, 9:36 AM IST

ଚଣ୍ଡିଗଡ:କୋରୋନାରେ ଆକ୍ରାନ୍ତ ହୋଇଥିବା ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ କୋରୋନା ଟିକା ନେବା ପରେ କୋରୋନା ସଂକ୍ରମଣର ଶିକାର ହୋଇଥିଲେ ।

ସୂଚନାଅନୁସାରେ, ଭାରତ ବାୟୋଟେକର କୋଭିଡ-19 ଟିକା କୋଭାକ୍ସିନର ଟ୍ରାଏଲ ଡୋଜ ନେଇ ଥିଲେ ମନ୍ତ୍ରୀ ଅନିଲ ବିଜ । ଏହା ପରେ ସେ କୋରୋନା ପରୀକ୍ଷା କରିଥିଲେ । ପରୀକ୍ଷା ପରେ ଡିସେମ୍ବର 5ରେ ସେ କୋରୋନା ସଂକ୍ରମଣର ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ଗୁରୁଗ୍ରାମର ଆମ୍ବାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଡିସେମ୍ବର 14ରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରୋହତକର ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ମେଦାନ୍ତ ମେଡିକାଲ ଅଧୀକ୍ଷକ ଡ.ଏକେ ଦୁବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.