ETV Bharat / bharat

କୋରୋନା ଆତଙ୍କ: ଦିଲ୍ଲୀରେ ବଢୁଛି ସନ୍ଦିଗ୍ଧଙ୍କ ସଂଖ୍ୟା - କୋରୋନା ଅପଡେଟ

ଦେଶର ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାସହ ଅଧିକ ଲୋକ ସଂକ୍ରମିତ ଆଶଙ୍କାରେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଅଧିକ ପଢନ୍ତୁ..

କୋରୋନା ଆତଙ୍କ: ଦିଲ୍ଲୀରେ ବଢୁଛି ସନ୍ଦିଗ୍ଧଙ୍କ ସଂଖ୍ୟା

author img

By

Published : Mar 30, 2020, 10:10 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାସହ ଅଧିକ ଲୋକ ସଂକ୍ରମିତ ଆଶଙ୍କାରେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଦିଲ୍ଲୀ ଲୋକ ନାୟକ ହସ୍ପିଟାଲରେ କୋରୋନା ସନ୍ଦିଗ୍ଧଙ୍କ ସଂଖ୍ୟା 174 ପହଞ୍ଚିଛି ।

ଜବାହାରଲାଲ ମାର୍ଗରେ ଥିବା ଏହି ହସ୍ପିଟାଲରେ କୋଭିଡ 19 ଦ୍ବାରା ସଂକ୍ରମିତ ଥିବା ଆଶଙ୍କାରେ 2 ଦିନରେ ମୋଟ 119 ଲୋକ ଭର୍ତ୍ତି ହୋଇଛନ୍ତି । ରବିବାର 85 ଲୋକ ଆସିଥିବାବେଳେ ସୋମବାର 34 ଜଣ ରୋଗୀ ଆସିଛନ୍ତି । ଏମାନଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯିବା ସହ କୋରୋନା ଆକ୍ରାନ୍ତ ଥିବା ସନ୍ଦେହ ହୋଇଛି । ଏମାନଙ୍କର ସମସ୍ତ ଚିକିତ୍ସା ସୁବିଧା କରାଯିବା ସହ ଆଇସୋଲେସନ ୱାର୍ଡର ବ୍ୟବସ୍ଥା ହୋଇଛି ବୋଲି ହସ୍ପିଟାଲର ବରିଷ୍ଠ ଅଧିକାରୀ କହିଛନ୍ତି ।

ଲୋକ ନାୟକ ହସ୍ପିଟାଲରେ ମୋଟ କୋରୋନା ସନ୍ଦିଗ୍ଧଙ୍କ ସଂଖ୍ୟା 174 ଛୁଇଁଛି । ସମସ୍ତଙ୍କର ଉପଯୁକ୍ତ ଚିକିତ୍ସା ଚାଲିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ନିଜାମୁଦ୍ଦିନରୁ ସର୍ବାଧିକ ରୋଗୀ ରହିଛନ୍ତି । ଏଠାରୁ 163 ଲୋକ କୋରୋନା ସଂକ୍ରମିତ ଥିବା ଆଶଙ୍କାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.