ଥିରୁଅନନ୍ତପୁରମ: କୋରୋନା ରୋଗୀଙ୍କ ଆତ୍ମହତ୍ୟା । କେରଳର କୋଟାୟମରେ ଆମ୍ବୁଲାନ୍ସ ଡ୍ରାଇଭର ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା କୋରୋନା ରୋଗୀ ମେଡିକାଲରେ ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁଯାୟୀ, ଶୁକ୍ରବାର ମେଡିକାଲରେ ଜଣେ ନର୍ସ ଡ୍ୟୁଟିରେ ଥିବା ସମୟରେ ପୀଡିତା କୋରୋନା ରୋଗୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ପୀଡିତାଙ୍କୁ ସିକ୍ୟୁରିଟି କର୍ମଚାରୀଙ୍କ ଦ୍ବାରା ଉଦ୍ଧାର କରାଯାଇଥିଲା । ତେବେ ଦୁଷ୍କର୍ମରେ ଶିକାର ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।
ପ୍ରକାଶ ଥାଉକି, ମହିଳା ଜଣକ କୋରୋନା ଆକ୍ରାନ୍ତ ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଉଥିଲା । ଆଉ ସେହି ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ ମହିଳା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ