ETV Bharat / bharat

କୋରୋନା ସଂକ୍ରମଣ ଭୟ: ମହାରାଷ୍ଟ୍ର ଜେଲରୁ ପାରୋଲରେ ଯିବେ 11000 କଏଦୀ - କୋରୋନା ଜେଲ

ଦେଶରେ ଆର୍ଥିକ ଓ ବାଣିଜ୍ୟିକ ରାଜଧାନୀ ମହାରାଷ୍ଟ୍ର ଏବେ କୋରୋନା ଆତଙ୍କରେ ସର୍ବାଧିକ ପୀଡିତ । ରାଜ୍ୟରେ କ୍ରମଶଃ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିସ୍ଥଳେ ଜେଲରେ କୋରୋନା ସଂକ୍ରମଣର ଭୟ ଆଶଙ୍କା କରି ରାଜ୍ୟ ସରକାର 11000 କଏଦୀଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

jail
jail
author img

By

Published : Mar 26, 2020, 11:38 PM IST

ମୁମ୍ବାଇ: କୋରୋନାରେ ଭାରତ ଅସ୍ତବ୍ୟସ୍ତ ହେବାର ପ୍ରଥମ ସୋପାନରେ ପହଞ୍ଚିଛି । ଦେଶରେ ଆର୍ଥିକ ଓ ବାଣିଜ୍ୟିକ ରାଜଧାନୀ ମହାରାଷ୍ଟ୍ର ଏବେ କୋରୋନା ଆତଙ୍କରେ ସର୍ବାଧିକ ପୀଡିତ । ରାଜ୍ୟରେ କ୍ରମଶଃ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିସ୍ଥଳେ ଜେଲରେ କୋରୋନା ସଂକ୍ରମଣର ଭୟ ଆଶଙ୍କା କରି ରାଜ୍ୟ ସରକାର 11000 କଏଦୀଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ:ANI
ଫଟୋ ସୌଜନ୍ୟ:ANI

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ରାଜ୍ୟ ଜେଲରେ ଯାତାୟାତକୁ ହ୍ରାସ କରିବା ଏବଂ କୋରୋନା ବିସ୍ତାରକୁ ରୋକିବା ପାଇଁ ସରକାର ପ୍ରାୟ 11,000 କଏଦୀଙ୍କୁ ପାରୋଲ କିମ୍ବା ସାମୟିକ ଭାବେ ରେ ମୁକ୍ତ କରିବେ। ସେ କହିଛନ୍ତି ଯେ 7 ବର୍ଷ କିମ୍ବା ତା’ଠାରୁ କମ୍ ଦଣ୍ଡାଦେଶ ମାମଲାରେ ଜେଲରେ ଥିବା ସମସ୍ତ କଏଦୀଙ୍କ ପାଇଁ ଏହି ନିଷ୍ପତି ଲାଗୁ ହେବ ।

ଏଠାରେ ସୂଚନା ଯୋଗ୍ୟ ଯେ, ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 694 ସଂକ୍ରମିତ ରହିଛନ୍ତି । 47 ବିଦେଶୀ ନାଗରିକ ରହିଛନ୍ତି । ସେହିଭଳି ବର୍ତ୍ତମାନ ସୁଦ୍ଧା କୋରୋନାରେ 16ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 45 ଜଣ ଆରୋଗ୍ୟ ହୋଇଛନ୍ତି ।

ଅନ୍ୟପଟେ ମହାରାଷ୍ଟ୍ରରେ ସଂକ୍ରମଣ ରିପୋର୍ଟ 121ରେ ପହଞ୍ଚିଛି । 3 ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।

@ANI, ଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.