ETV Bharat / bharat

କୋରୋନାର କାୟାରେ ଦକ୍ଷିଣ ଏସିଆ; ଫସିଥିବା ଭାରତୀୟଙ୍କୁ ଆଣିବ ଏୟାର ଏସିଆ - Covid-19 latest news

ଦକ୍ଷିଣ ଏସିଆରେ କୋରୋନା ଭାଇରସ ମାମଲା ବୃଦ୍ଧି ପାଉଥିବା ବେଳେ କୁଆଲାଲମ୍ପରୁରରେ ଫସି ରହିଥିବା ସମସ୍ତ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ଏୟାର ଏସିଆ ବିମାନ। ଅଧିକ ଖବର ପଢନ୍ତୁ...

Covid-19 outbreak
କୋରୋନାର କାୟାରେ ଦକ୍ଷିଣ ଏସିଆ, ଫସି ରହିଥିବା ଭାରତୀୟଙ୍କୁ ଆଣିବ ଏୟାର ଏସିଆ
author img

By

Published : Mar 18, 2020, 11:53 AM IST

ନୂଆଦିଲ୍ଲୀ: ଦକ୍ଷିଣ ଏସିଆରେ ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ର । ଭୟଙ୍କର କୋରୋନା ବିପତ୍ତିରୁ ମୁକୁଳିବାକୁ ଗମନାଗମନର ଅପେକ୍ଷାରେ ଥିବା ଛାତ୍ରଙ୍କ କଠିନ ସ୍ଥିତକୁ ପ୍ରଶଂସା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଗୋଟିଏ ପଟେ ଦକ୍ଷିଣ ଏସିଆରେ କୋରୋନା ଭାଇରସ ମାମଲା ବୃଦ୍ଧି ପାଉଥିବା ବେଳେ କୁଆଲାଲମ୍ପରୁରରେ ଫସି ରହିଥିବା ସମସ୍ତ ଭାରତୀୟ ଛାତ୍ର ଏବଂ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯିବା ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ଦିଲ୍ଲୀ ଏବଂ ଭାଇଜାଗ ଦେଇ ସେମାନଙ୍କ ପାଇଁ @ ଏୟାର ଏସିଆ ବିମାନକୁ ଅନୁମୋଦନ କରିଛୁ" ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ଲେଖିଛନ୍ତି । COVID-19 ର ସଂକ୍ରମଣକୁ ରୋକିବା ପାଇଁ ମାଲେସିଆର ପ୍ରଧାନମନ୍ତ୍ରୀ ଟାନ୍ ଶ୍ରୀ ମୁହୁଇଦ୍ଦିନ ୟାସିନ୍ ଦେଶ ତଥା ବାହାରେ ଥିବା ସମସ୍ତ ଯାତ୍ରାକୁ ବନ୍ଦ କରିବା ଭଳି କେତେକ ସୁଦୂରପ୍ରସାରୀ ପଦକ୍ଷେପ ଘୋଷଣା କରିଛନ୍ତି ।

ସେହିପରି ବିଦେଶୀ ପର୍ଯ୍ୟଟକ ଏବଂ ପରିଦର୍ଶକଙ୍କୁ ଦେଶକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିବା ମାଲେସିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ଟ୍ବିଟ କରି ସୂଚନା ଦେଇଛନ୍ତି । ସୋମବାର ଦିନ ମାଲେସିଆରେ 125 ଟି ନୂତନ କୋରୋନା ଭାଇରସ୍ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ଦେଶରେ ମୋଟ ମାମଲା ବୃଦ୍ଧି ପାଇ 553କୁ ପହଞ୍ଚିଛି। ରବିବାର ଦେଶରେ 190ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ ରାଜଧାନୀ କୁଆଲାଲମ୍ପୁର ନିକଟରେ ହଜାର ହଜାର ଲୋକ ଯୋଗ ଦେଇଥିବା ଏକ ଧାର୍ମିକ ସମାବେଶ ସହ ଜଡିତ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଏହି ଆଦେଶରେ ସମସ୍ତ ଧାର୍ମିକ, କ୍ରୀଡା, ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ସହିତ ଗତିବିଧି ଓ ଜନସମାବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.