କୋଲକାତା: କ୍ବାରେଣ୍ଟାଇନ ସେଣ୍ଟରରେ ନାହିଁ ଶୌଚାଳୟ । ଆଉ ପିଇବାକୁ ମିଳୁନି ପାଣି । ଖାଇବାକୁ ଦିଆଯାଉଥିବା ଖାଦ୍ୟ ବି ଅପରିଷ୍କାର ପାତ୍ରରେ ଦିଆଯାଉଛି । ଏତିକି ତ ଛାଡ ଏପର୍ଯ୍ୟନ୍ତ କୋଭିଡ-19 ଟେଷ୍ଟ ମଧ୍ୟ କରାଯାଇନାହିଁ । ଏମିତି ଅଭିଯୋଗ ଆସିଛି ପଶ୍ଚିମବଙ୍ଗ ଆସାନସୋଲ ଇଏସଆଇ ହସପିଟାଲରେ ଥିବା କ୍ବାରେନଣ୍ଟାଇନ ସେଣ୍ଟରରୁ ।
ଇଏସଆଇ ହସପିଟାଲରେ ସମୁଦାୟ 32 ଜଣ ବ୍ୟକ୍ତି କ୍ବାରେଣ୍ଟାଇନରେ ରହିଛନ୍ତି । ଆଉ ପିଇବାକୁ ଅଛି ଗୋଟିଏ ଲିଟର ପାଣି । ଯେଉଁ ଖାଦ୍ୟ ଦିଆଯାଉଛି ତାହା ବହୁତ ଅପରିଷ୍କାର ଗାଡିରେ ଅଣାଯାଉଛି । ଏନେଇ କ୍ବାରେଣ୍ଟାଇନରେ ଥିବା ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେଥିପାଇଁ ସେମାନେ କହିଛନ୍ତି ଯେ ଆମକୁ କିଛି ଦରକାର ନାହିଁ ଖାଲି କୋଭିଡ ଟେଷ୍ଟ କରିଦିଆ ଯାଉ । ଆଉ ଯଦି ଆମ ରିପୋର୍ଟ ନେଗେଟିଭ ଆସୁଛି ତେବେ ଆମକୁ ଘରକୁ ଯିବାକୁ ଦିଆଯାଉ । ଯେ ପର୍ଯ୍ୟନ୍ତ ରିପୋର୍ଟ ନମିଳିଛି କିଛି ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ସେମାନେ ଅଡି ବସିଛନ୍ତି ।
ଏପର୍ଯ୍ୟନ୍ତ ରାଜ୍ୟରେ 1786 କୋଭିଡ-19 ଆକ୍ରାନ୍ତ ଥିବାବେଳେ ସେଥିମଧ୍ୟରୁ 1243ଟି ଆକ୍ଟିଭ ମାମଲା ଓ 99 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ରହିଛି ।