ETV Bharat / bharat

ଚୁକ୍ତିଭିତ୍ତିକ ସ୍ବାସ୍ଥ୍ୟକର୍ମୀଙ୍କ ଅବଧି ବୃଦ୍ଧି ପାଇଁ ସମସ୍ତ ମେଡିକାଲକୁ ନିର୍ଦ୍ଦେଶ - ମହାରାଷ୍ଟ୍ର ନ୍ୟୁଜ

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଗ୍ରେଟର ମୁମ୍ବାଇ (MCGM)ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯେଉଁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ନିକଟରେ କଣ୍ଟ୍ରାକ୍ଟ ଅବଧି ଶେଷ ହେବାକୁ ଯାଉଛି ସେମାନଙ୍କ କଣ୍ଟ୍ରାଣ୍ଟ ଅବଧିକୁ ବୃଦ୍ଧି କରିବା ପାଇଁ ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି ।

_corona
ସ୍ବାସ୍ଥ୍ୟକର୍ମୀଙ୍କ କଣ୍ଟ୍ରାକ୍ଟ ଅବଧି ବୃଦ୍ଧି ପାଇଁ ସମସ୍ତ ମେଡିକାଲକୁ ନିର୍ଦ୍ଦେଶ
author img

By

Published : Apr 23, 2020, 12:17 PM IST

ମୁମ୍ବାଇ: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଗ୍ରେଟର ମୁମ୍ବାଇ (MCGM)ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯେଉଁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ନିକଟରେ କଣ୍ଟ୍ରାକ୍ଟ ଅବଧି ଶେଷ ହେବାକୁ ଯାଉଛି ସେମାନଙ୍କ କଣ୍ଟ୍ରାଣ୍ଟ ଅବଧିକୁ ବୃଦ୍ଧି କରିବା ପାଇଁ ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ରିହାନମୁମ୍ବାଇ ମହାନଗର ପାଲିକାଙ୍କ ସୂଚନା ଅନୁଯାୟୀ, ମ୍ୟୁନିସିପାଲିଟି କର୍ପୋରେସନ୍ ସହରର ବିଭିନ୍ନ ଡାକ୍ତରଖାନାର ସମସ୍ତ ଡିନ୍ ଏବଂ ମେଡିକାଲ୍ ଅଧୀକ୍ଷକଙ୍କୁ ସେମାନଙ୍କ କର୍ମଚାରୀଙ୍କ କଣ୍ଟ୍ରାକ୍ଟ ଅବଧି ବ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ମ୍ୟୁନିସିପାଲିଟି କର୍ପୋରେସନ୍ ସହରରେ କୋରୋନା ରୋଗୀଙ୍କ ଆଡମିଶନ ଏବଂ ଚିକିତ୍ସା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (SOP ଜାରି କରିଥିଲା ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5652 ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 789 ସୁସ୍ଥ ହୋଇଥିବା ବେଳେ 269 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.