ଜିଏସଟି ମୁକ୍ତ ହେଉ ସାନିଟାଜର ଏବଂ ମାସ୍କ, ମୋଦିଙ୍କୁ ସିଟିଆଇର ଚିଠି - pm modi
ଜିଏସଟି ମୁକ୍ତ ହେଉ ସାନିଟାଜର ଏବଂ ମାସ୍କ । ଏନେଇ ପିଏମ ମୋଦିଙ୍କୁ ସିଟିଆଇ ଲେଖିଲା ଚିଠି । ଅଧିକ ପଢନ୍ତୁ...
ନୂଆଦିଲ୍ଲୀ: କୋରୋନା ନେଇ ବ୍ୟବହୃତ ସମସ୍ତ ଉପକରଣକୁ ଜିଏସଟି ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ଦାବି । ବ୍ୟବସାୟ ସଙ୍ଗଠନ ସିଟିଆଇ ଏନେଇ ମୋଦିଙ୍କୁ ଲେଖିଛି ଚିଠି । ଦେଶରେ ଲଗାତର ଏହି ସଂକ୍ରମଣ ବଢୁଥିବାକୁ ଆଖିରେ ରଖି ସିଟିଆଇ ଏଭଳି ନିଷ୍ପତ୍ତି ନେଇଛନ୍ତି ।
କାରଣ ଏହି ରୋଗର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିରାକରଣ ବହାରିନାହିଁ । ତେଣୁ ଏଥିରେ ବ୍ୟବହାର କରାଯାଉଥିବା ସମସ୍ତ ଉପକରଣ ଲୋକେ ମାର୍କେଟରୁ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ବ୍ୟବସାୟୀଙ୍କୁ ମଧ୍ୟ ଏନେଇ ପ୍ରଭାବିତ ହେବାକୁ ପଡୁଛି । ତେଣୁ ଏହି ସମସ୍ତ ଜିନିଷ ଉପରୁ ଜିଏସଟି ଉଠାଇବା ନେଇ ପତ୍ର ଲେଖିଛନ୍ତି ।
ସାନିଟାଇଜର, ହ୍ୟାଣ୍ଡୱାସ, ମାସ୍କ ଆଦିରେ ବର୍ତ୍ତମାନ ମଧ୍ୟ ଜିଏସଟି ଲାଗୁ ହେଉଛି । ଏହି ସବୁ ଜରୁରୀ ଉପକରଣରୁ ଜିଏସଟିମୁକ୍ତ କରିବା ନେଇ ହୋଇଛି ଦାବି। ସମଗ୍ର ଦେଶରେ 6 କୋଟି ଏବଂ ଦିଲ୍ଲୀର 15 ଲକ୍ଷ ବ୍ୟବସାୟୀ ସରକାରଙ୍କ ସହ ଏଭଳି ସ୍ଥିତିରେ ଛିଡା ହୋଇଛନ୍ତି ବୋଲି କହିଛନ୍ତି ସିଟିଆଇର ମୁଖ୍ୟ ବ୍ରିଜେଶ ଗୋଏଲ ।