ETV Bharat / bharat

ଲକ୍‌ଡାଉନ୍‌: ସଙ୍କଟରେ ବାଣ କାରିଗରଙ୍କ ଜୀବିକା - ବାଣ କାରିଗରଙ୍କ ଜୀବିକା

କୋରୋନା ମୁକାବିଲା ଲାଗି ଲକ୍‌ଡାଉନ୍‌ରେ ସାରା ଦେଶ । କଳକାରଖାନାଠୁ ଆରମ୍ଭ କରି ଦୋକାନ ବଜାର ସବୁ ବନ୍ଦ । ରାସ୍ତାଘାଟରେ ଅଖ-ଚକ ଠପ୍‌ । ଏପରି ଘଡିସନ୍ଧି ମୂହୁର୍ତ୍ତରେ ସଙ୍କଟରେ ପଡିଛି ତାମିଲନାଡୁ ବ୍ରିଦ୍ଧନଗରରେ ଥିବା ଦେଶର ସବୁଠାରୁ ବଡ ବାଣକାରଖାନା । ଫଳରେ ବାଣ କାରିଗରଙ୍କ ଜୀବନଜୀବିକା ଅନ୍ଧାର ଭିତରକୁ ଠେଲିହୋଇଯାଉଛି । ଅଧିକ ପଢନ୍ତୁ...

COVID-19 lockdown
ଲକ୍‌ଡାଉନ୍‌: ସଙ୍କଟରେ ବାଣ କାରିଗରଙ୍କ ଜୀବିକା
author img

By

Published : Apr 14, 2020, 9:51 AM IST

ଚେନ୍ନାଇ: କୋରୋନା ମୁକାବିଲା ଲାଗି ଲକ୍‌ଡାଉନ୍‌ରେ ସାରା ଦେଶ । କଳକାରଖାନାଠୁ ଆରମ୍ଭ କରି ଦୋକାନ ବଜାର ସବୁ ବନ୍ଦ । ରାସ୍ତାଘାଟରେ ଅଖ-ଚକ ଠପ୍‌ । ଏପରି ଘଡିସନ୍ଧି ମୂହୁର୍ତ୍ତରେ ସଙ୍କଟରେ ପଡିଛି ତାମିଲନାଡୁ ବ୍ରିଦ୍ଧନଗରରେ ଥିବା ଦେଶର ସବୁଠାରୁ ବଡ ବାଣକାରଖାନା । ଫଳରେ ବାଣ କାରିଗରଙ୍କ ଜୀବନଜୀବିକା ଅନ୍ଧାର ଭିତରକୁ ଠେଲିହୋଇଯାଉଛି ।

2019 ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କୌଣସି ପ୍ରକାର ପରିବେଶ ଉପଯୁକ୍ତ ବାଣ ତିଆରି କରି ଅଣ୍ଟାସଳଖୁ ଥିବା ଏହି କାରିଗରଙ୍କ ଆର୍ଥିକ ଅଣ୍ଟାକୁ ଭାଙ୍ଗିବାକୁ ବସିଛି ଲକ୍‌ଡାଉନ୍‌ । ଦେଶର 85 ପ୍ରତିଶତ ବାଣ ଚାହିଦା ମେଣ୍ଟାଉଥିବା ଏହି କାରିଗରଙ୍କର ଜୀବନଜୀବିକା ଏବେ ଲକ୍‌ ହେବା ଉପରେ ।

ଲକ୍‌ଡାଉନ୍‌: ସଙ୍କଟରେ ବାଣ କାରିଗରଙ୍କ ଜୀବିକା

ଚକ୍ରି ବାଣ, ଘଡି ବାଣ, ରକେଟ୍‌ ବାଣ, ଲଙ୍କାବାଣ, ସୁନଫୋଟକା ଆଦି ଅନେକ ପ୍ରକାର ବାଣ ଏହି କାରଖାନାରେ ପ୍ରସ୍ତୁତ ହୁଏ । ଗତବର୍ଷ ସୁପ୍ରିମକୋର୍ଟ ପରିବେଶ ଉପଯୁକ୍ତ ବାଣ ତିଆରି କରିବାକୁ କହିବାପରେ ଏଠାରେ ସଙ୍କଟ ସ୍ଥିତି ଦେଖାଦେଇଥିଲା । ପରେ ନିଜକୁ ପୁଣି ସମୟ ସହିତ ତାଳ ଦେଇ ଯିବାଲାଗି ପ୍ରସ୍ତୁତ କଲାବେଳକୁ ଲକ୍‌ଡାଉନ୍‌ ସବୁ କିଛି ସାରିଦେଲା ।

ତେଣୁ ଏହି ସମୟରେ ସରକାର କାରିଗରଙ୍କୁ ସହାୟତାର ହାତ ବଢାନ୍ତୁ ବୋଲି ଦାବି ହେଉଛି । ଅନ୍ୟପଟେ କାରିଗରଙ୍କ ସ୍ଥିତି ଦେଖି ବ୍ରିଦ୍ଧନଗରର ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରତି କାରିଗରଙ୍କୁ 7500 ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.