ETV Bharat / bharat

କୋଭିଡ୍‌-19: ସୀମାବଦ୍ଧ ମାନସିକତା ଏବଂ ଅବସାଦଗ୍ରସ୍ତ ପ୍ରବାସୀ - ରାଷ୍ଟ୍ରଦୂତ ଅନିଲ ତ୍ରିଗୁଣାୟତ

ଦେଶ ଭିତରେ ଏବଂ ବାହାର ଦୁନିଆକୁ ଲାଗି ରହିଥିବା ସ୍ଥଳ ସୀମା ବନ୍ଦ କରିଦିଆଯାଇଛି । ସବୁ ଅର୍ଥନୀତିରେ ମାନ୍ଦାବସ୍ଥା, ଶିଳ୍ପ ସଂସ୍ଥା ବନ୍ଦ ଏବଂ ଦେଶଗୁଡ଼ିକରେ ତାଲାବନ୍ଦ ସ୍ଥିତି । ଅଧିକ ପଢନ୍ତୁ...

Covid – 19
କୋଭିଡ୍‌-19: ସୀମାବଦ୍ଧ ମାନସିକତା ଏବଂ ଅବସାଦଗ୍ରସ୍ତ ପ୍ରବାସୀ
author img

By

Published : Apr 29, 2020, 11:31 AM IST

ସାରା ବିଶ୍ବକୁ ନିଶ୍ଚଳ ଅବସ୍ଥାକୁ ନେଇ ଆସିବା ସହିତ ଏକ ମାତ୍ରାଧିକ ଆତ୍ମରକ୍ଷାତ୍ମକ ମନୋଭାବ ସୃଷ୍ଟି କରିଛି କୋଭିଡ୍‌-19 । ଗମନାଗମନ କ୍ଷେତ୍ରରେ କଟକଣା ବଢ଼ିବା ସହିତ ବିଭିନ୍ନ ଦେଶ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । କେବଳ ବିଦେଶରେ ଫସି ରହିଥିବା କିମ୍ବା କେତେକ ସ୍ବତନ୍ତ୍ର ବର୍ଗର ନାଗରିକଙ୍କୁ ନିଜ ଦେଶକୁ ଫେରାଇ ଆଣିବା କିମ୍ବା ଉଦ୍ଧାର କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି । ଦେଶ ଭିତରେ ଏବଂ ବାହାର ଦୁନିଆକୁ ଲାଗି ରହିଥିବା ସ୍ଥଳ ସୀମା ବନ୍ଦ କରିଦିଆଯାଇଛି । ସବୁ ଅର୍ଥନୀତିରେ ମାନ୍ଦାବସ୍ଥା, ଶିଳ୍ପ ସଂସ୍ଥା ବନ୍ଦ ଏବଂ ଦେଶଗୁଡ଼ିକରେ ତାଲାବନ୍ଦ ସ୍ଥିତି । ଯାତ୍ରା ଓ ପର୍ଯ୍ୟଟନ ଏବେ ଅତୀତର କଥା ପାଲଟିଛି, ଅନ୍ତତଃପକ୍ଷେ ନିକଟ ଅତୀତର କଥା । ବିଭିନ୍ନ ବିମାନ ଚଳାଚଳ ଏବଂ ଅନ୍ୟାନ୍ୟ ସାଧନ ସାମଗ୍ରୀ ପରିବହନ ସଂସ୍ଥା ଏବେ ଆର୍ଥିକ ଦୁଃସ୍ଥିତିରୁ ମୁକୁଳିବା ଏବଂ କାରବାର ବଞ୍ଚାଇ ରଖିବା ଲାଗି ଯତ୍‌କିଞ୍ଚିତ ଜୀବନରକ୍ଷାକାରୀ ଉପାୟ ସନ୍ଧାନରେ ଲାଗିଛନ୍ତି । ଏଭଳି ସ୍ଥିତିରେ ନାଗରିକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହିତ ଶିଳ୍ପ ଜଗତ ଓ ଅର୍ଥନୀତିର ହାତ ଧରି ବାଟ କଢ଼ାଇ ନେବା ହିଁ ବିଶ୍ବ ନେତାମାନଙ୍କ ପାଇଁ ଚିନ୍ତାର ମୂଳ କାରଣ । ପୃଥକ୍‌ବାସ ଏବଂ ସାମାଜିକ ଦୂରତା ବଜାୟ ରଖିବାର ଏଭଳି ଏକ କଠୋର ପରିସ୍ଥିତିରେ, ଏମିତି କେତେକ ପ୍ରତିବନ୍ଧକ ଦିଗରେ ପଦକ୍ଷେପ ନିଆଯାଇଛି, ଯେଉଁଗୁଡ଼ିକ କି ଯାତ୍ରା, ପର୍ଯ୍ୟଟନ କିମ୍ବା ପ୍ରବାସନ ଉଦ୍ଦେଶ୍ୟରେ ଅନ୍ୟ ଦେଶକୁ ଲୋକଙ୍କ ଅବାଧ ଗମନାଗମନକୁ ପ୍ରଭାବିତ କରିପାରେ ।

ଏପ୍ରିଲ 22 ତାରିଖ ଦିନ, “କୋଭିଡ୍‌-19 ପ୍ରାଦୁର୍ଭାବ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ଅବସରରେ ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରମ ବଜାର ପ୍ରତି ବିପଦ ସୃଷ୍ଟିର ସମ୍ଭାବନା ବହନ କରୁଥିବା ବିଦେଶୀ ନାଗରିକଙ୍କ ପ୍ରବେଶକୁ ନିଲମ୍ବନ କରିବା ସଂକ୍ରାନ୍ତ ଘୋଷଣାନାମା”ରେ ସ୍ବାକ୍ଷର କରି ରାଷ୍ଟ୍ରପତି ଟ୍ରମ୍ପ୍‌ ଘୋଷଣା କରିଛନ୍ତି ଯେ, “ନିର୍ଦ୍ଦିଷ୍ଟ ଭାବେ ଦେଶ ଭିତରେ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଥିବା ଏବଂ ଶ୍ରମର ଚାହିଦା ହ୍ରାସ ପାଇଥିବା ସ୍ଥିତିରେ, ବିଦେଶୀ ନାଗରିକଙ୍କ ବସବାସ ସଂକ୍ରାନ୍ତ ଆମ ରାଷ୍ଟ୍ରର ପ୍ରାଶାସନିକ ବ୍ୟବସ୍ଥା କ୍ଷେତ୍ରରେ ଆମକୁ ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରମ ବଜାର ଉପରେ ବିଦେଶୀ କର୍ମୀଙ୍କ ପ୍ରଭାବ ସମ୍ପର୍କରେ ସଚେତନ ହେବାକୁ ପଡ଼ିବ । ଖୁବ କମ ‌ସଂଖ୍ୟକ ଚାକିରି ଉପଲବ୍‌ଧ ହେଉଥିବା ସମୟରେ, ବେକାର ଏବଂ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଆମେରିକାବାସୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ, ସେମାନଙ୍କୁ, ଆଇନଗତ ଭାବେ ଆମେରିକାର ନୂତନ ସ୍ଥାୟୀ ବାସିନ୍ଦାଙ୍କ ସହ ପ୍ରତିଯୋଗିତା ଆଶଙ୍କାରୁ ଦୂରେଇ ରଖିବା ବ୍ୟତୀତ ଅନ୍ୟ ଉପାୟ ନାହିଁ । କୋଭିଡ୍‌-19 ପ୍ରାଦୁର୍ଭାବରୁ ମୁକୁଳିବା ଲାଗି ପ୍ରଚଳିତ ଭିସା ପ୍ରକ୍ରିୟାକରଣରେ ନିହିତ ପ୍ରତିରୋଧକ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ । ଅଧିକନ୍ତୁ, ଆମେ କେବଳ ଆମେରିକାବାସୀ ଏବଂ ଏଠାରେ ବସବାସ କରୁଥିବା ପ୍ରବାସୀମାନଙ୍କୁ ଅଗ୍ରାଧିକାର ଦେବା ଆବଶ୍ୟକ ହେଉଥିବା ସମୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୀମିତ ସମ୍ବଳ ଯୋଗୁଁ ଆମର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡୁଛି । ଉପରୋକ୍ତ ବିଷୟବସ୍ତୁ ଭିତ୍ତିରେ ମୁଁ ସ୍ଥିର କରିଛି ଯେ, ଆଗାମୀ 60 ଦିନ ସମୟ ମଧ୍ୟରେ କୌଣସି ବିଦେଶୀ ନାଗରିକଙ୍କୁ ପ୍ରବାସୀ ଭାବରେ ପ୍ରବେଶ କରାଇ ଦିଆଗଲେ ଏହା ଯୁକ୍ତରାଷ୍ଟ୍ର ଆମେରିକାର ସ୍ବାର୍ଥ ପ୍ରତି କ୍ଷତିକାରକ ସାବ୍ୟସ୍ତ ହେବ ।”

ସଂପ୍ରତି ନିଲମ୍ବିତ ଆମେରିକୀୟ ଭିସାକୁ ପୁଣି କାର୍ଯ୍ୟକ୍ଷମ କରାଇବା ଲାଗି ବହୁ ଅଧିକ ସମୟ ଲାଗିବ । 2015-16ରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ନିର୍ବାଚନୀ ଭାଷଣରେ ସେ “ପ୍ରଥମେ ଆମେରିକା” ଉପରେ ଗୁରୁତ୍ବାରୋପ କରିଥିଲେ ଏବଂ ତଦନୁସାରେ ଏହା କରାଯାଉଛି । ଏଥିରୁ ଏହି ନିଷ୍କର୍ଷ ମଧ୍ୟ ଉତ୍ପନ୍ନ ହେଉଛି ଯେ ଯୁକ୍ତରାଷ୍ଟ୍ର ଆମେରିକାର ସବୁ ସମସ୍ୟା ପାଇଁ ପ୍ରବାସୀ ଶ୍ରମ ଶକ୍ତି ହିଁ ଦାୟୀ ଏବଂ ଏହାକୁ ଏକ ଅତ୍ୟନ୍ତ ଶକ୍ତିସଂପନ୍ନ ରାଷ୍ଟ୍ର ରୂପେ ଗଢ଼ି ତୋଳିବାରେ ବିଦେଶୀ ନାଗରିକମାନଙ୍କର ଯେ ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଛି ସେ କଥାକୁ ଏବେ ଭୁଲି ଯିବାକୁ ପଡୁଛି ।

ଅନୁରୂପ ଭାବେ, ଯେଉଁ ୟୁରୋପୀୟ ଦେଶ ସମୂହରେ ଉଗ୍ର ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହେଉଛନ୍ତି, ସେଠାକାର ରାଜନୈତିକ ଭାଷାରେ ମଧ୍ୟ ପ୍ରବାସୀ ବିରୋଧୀ ଅଳଙ୍କରଣ ଦେଖିବାକୁ ମିଳୁଛି । ସ୍ବଳ୍ପ ସମୟ ପାଇଁ ରାଜନୈତିକ ଯୌକ୍ତିକତା ରହିଥିଲେ ହେଁ ଏହା ଏକ ବିପଜ୍ଜନକ ଧାରା ବିଦେଶରେ ବସବାସ କରୁଥିବା 3 କୋଟିରୁ ଅଧିକ ଭାରତୀୟ ବେଶ୍‌ ସଫଳତା ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରବାସୀ ଭାରତୀୟ (NRI) ଏବଂ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି (PIO) ଏବଂ ସେମାନେ ବିଦେଶରେ ବିଶ୍ବସନୀୟ ଭାବେ ନିଜ ନିଜକୁ ସ୍ଥାପିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ପାଶ୍ଚାତ୍ୟ ଦେଶର ବିଭିନ୍ନ ବଡ଼ ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀର ମୁଖ୍ୟ ପଦବୀରେ ଅବସ୍ଥାପିତ । ସେମାନେ ବିଜ୍ଞାନ, ଔଷଧ, ଶିଳ୍ପ, କୃଷି ଏବଂ ଉଦ୍ୟୋଗ କ୍ଷେତ୍ରରେ ଖୁବ୍‌ ସଫଳତା ଲାଭ କରିଛନ୍ତି । ସିଲିକନ୍‌ ଭ୍ୟାଲିରେ ଭାରତୀୟ ସଫ୍‌ଟୱେୟାର ବୃତ୍ତିଧାରୀ ଏବଂ ବିଭିନ୍ନ କମ୍ପାନୀ ସୁନା ଭଳି ମାନକ ସ୍ଥାପନ କରିସାରିଛନ୍ତି ଏବଂ ଯୁକ୍ତରାଷ୍ଟ୍ର ଆମେରିକାକୁ ଏକ ସର୍ବାଧିକ ଉନ୍ନତ ଜ୍ଞାନସଂପନ୍ନ ଅର୍ଥନୀତିରେ ପରିଣତ କରିବା କ୍ଷେତ୍ରରେ ସେମାନଙ୍କର ଅବଦାନ ରହିଛି । ସେମାନେ ଏଚ୍‌1ବି ବୃତ୍ତିଧାରୀ ଭିସାର ସର୍ବବୃହତ୍‌ ଦାବିଦାର ଗୋଷ୍ଠୀ ହୋଇଥିଲେ ହେଁ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଏବେ ଭାରତ ଓ ଆମେରିକା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ଚାଲିଛି ।

ଅନେକ ପ୍ରବାସୀ ଭାରତୀୟ ସଫଳ ରାଜନୀତିଜ୍ଞରେ ପରିଣତ ହୋଇଛନ୍ତି ଏବଂ କେତେକ ଦେଶରେ ସେମାନେ, ପ୍ରଧାନ ମନ୍ତ୍ରୀ ଏବଂ ରାଷ୍ଟ୍ର ମୁଖ୍ୟ ମଧ୍ୟ ହୋଇପାରିଛନ୍ତି । ଗର୍ବର କଥା ଯେ ମିଳିତ ଗଣରାଜ୍ୟ ବା ୟୁକେର ଅର୍ଥମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏହି ବର୍ଗ ଅନ୍ତର୍ଗତ । ୟୁକେର ପ୍ରଥମ ଦଶଟି ଶୀର୍ଷ ସ୍ଥାନରେ ଥିବା ଶିଳ୍ପପତିମାନଙ୍କ ମଧ୍ୟରେ ପ୍ରଥମେ ସେଠାରେ ଉଦ୍ୟୋଗ ଆରମ୍ଭ କରିଥିବା ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗୀମାନେ (EIO) ଅଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ 40 ଲକ୍ଷ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଅଛନ୍ତି ଏବଂ ରାଷ୍ଟ୍ରପତି ଟ୍ରମ୍ପ୍‌ କେବଳ ହୁଷ୍ଟନ୍‌ର ପ୍ରସିଦ୍ଧ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ନୁହେଁ, ବରଂ ଗତ ଫେବ୍ରୁଆରୀରେ ଭାରତ ଗସ୍ତରେ ଆସିଥିବା ସମୟରେ ମଧ୍ୟ ସେମାନଙ୍କ ସଂପର୍କରେ ବେଶ୍‌ ସମୁଜ୍ଜ୍ବଳ ଭାବରେ ବର୍ଣ୍ଣନା କରିଥିଲେ । ପ୍ରବାସୀ ଭାରତୀୟ ଏବଂ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିମାନେ ସେମାନେ ବସବାସ କରୁଥିବା ଦେଶ ଏବଂ ଭାରତ ମଧ୍ୟରେ ଏକ ନିର୍ଭରଯୋଗ୍ୟ ସଂଯୋଗ ସେତୁରେ ପରିଣତ ହୋଇଛନ୍ତି । ଅତୀତର ‘ପଳାୟନକାରୀ ପ୍ରତିଭା’ ଆଧୁନିକ ସମୟରେ “ବିଶ୍ବସନୀୟ ପ୍ରତିଭା”ର ରୂପ ନେଇଛି ।

ସେହିଭଳି, ପଶ୍ଚିମ ଏସିଆରେ ବସବାସ କରୁଥିବା ନବେ ଲକ୍ଷ ଭାରତୀୟ, ଏ ଅଞ୍ଚଳର, ବିଶେଷତଃ ତୈଳ କାରବାର ସମୃଦ୍ଧ ଉପସାଗରୀୟ ଦେଶଗୁଡ଼ିକର ଅର୍ଥନୀତିରେ ଅସାଧାରଣ ବିକାଶ ଧାରାର ଏକ ଅଭିନ୍ନ ଅଙ୍ଗ । ସେମାନଙ୍କ ମଧ୍ୟରେ ଅଛନ୍ତି ଉଚ୍ଚ ପ୍ରତିଭାସଂପନ୍ନ ବୃତ୍ତିଧାରୀ, ବ୍ୟାଙ୍କର୍‌, ଉଦ୍ୟୋଗୀ, ନର୍ସ୍‌ ଏବ ପାରା ମେଡିକାଲ କର୍ମଚାରୀଙ୍କ ସମେତ ଡାକ୍ତରୀ ବୃତ୍ତିଧାରୀ ଏବଂ ଶାରୀରିକ ଶ୍ରମଜୀବୀମାନେ । କର୍ମକ୍ଷେତ୍ରରେ ସେମାନଙ୍କ ଉଦ୍ୟମ, ଆନୁଗତ୍ୟ ଏବଂ ଶୃଙ୍ଖଳା ଜ୍ଞାନକୁ ବିଭିନ୍ନ ସ୍ଥାନୀୟ ନିୟୋଜକ ସଂସ୍ଥା ସମ୍ମାନ ଦିଅନ୍ତି । ପ୍ରତି ବର୍ଷ ଭାରତକୁ 40-50 ବିଲିଅନ୍‌ (ଶହେ କୋଟି) ଆମେରିକୀୟ ଡଲାର ପଠାଇ ସେମାନେ ଭାରତୀୟ ଅର୍ଥନୀତିକୁ ସମୃଦ୍ଧ କରିଛନ୍ତି ।

ହେଲେ, ଗତ କିଛି ବର୍ଷ ହେଲା ଅଶୋଧିତ ତୈଳ ଦର ହ୍ରାସ ଯୋଗୁଁ ନିଯୁକ୍ତି ଏବଂ ଦେଶକୁ ଅର୍ଥପ୍ରେରଣ ଉପରେ ଏହାର ପ୍ରଭାବ ପଡ଼ିଛି । ବିଶ୍ବ ମହାମାରୀ ସହିତ ଅଶୋଧିତ ତୈଳ ଦର ହ୍ରାସର ମିଳିତ ପ୍ରଭାବ ଯୋଗୁଁ ବିଭିନ୍ନ ଅର୍ଥନୀତି 25-30% ସଙ୍କୁଚିତ ହେବାର ସମ୍ଭାବନା ରହିଛି । ବୃହତ୍‌ ପ୍ରକଳ୍ପଗୁଡ଼ିକ ବିଳମ୍ବିତ ତାରିଖକୁ ଘୁଞ୍ଚାଇ ଦିଆଯାଇପାରେ କିମ୍ବା କୋଭିଡ୍‌ ପରବର୍ତ୍ତୀ ସମୟରେ ସାମଗ୍ରୀକ ଭାବେ ସେମାନଙ୍କ ଅର୍ଥନୈତିକ ଢାଞ୍ଚାର ପୁନର୍ବିନ୍ୟାସ କରାଯାଇପାରେ । ବିଶ୍ବ ବ୍ୟାଙ୍କର ଆକଳନ ଅନୁସାରେ ମାରାତ୍ମକ କରୋନା ଭାଇରସ୍‌ ଯୋଗୁଁ ବିଦେଶରୁ ଭାରତକୁ ପଠାଯାଉଥିବା ଅର୍ଥ ପରିମାଣ 23 ପ୍ରତିଶତ ହ୍ରାସ ପାଇ 83 ବିଲିଅନ୍‌ ଆମେରିକୀୟ ଡଲାରରୁ (2019) ଏ ବର୍ଷ 64 ବିଲିଅନ୍‌ ଆମେରିକୀୟ ଡଲାରରେ ପହଞ୍ଚିପାରେ ।

ପ୍ରବାସୀ କର୍ମଚାରୀଙ୍କ ଦରମା ହ୍ରାସ ହିଁ ଏହାର ବଡ଼ କାରଣ ହେବ । ଏହା ପରେ ହୁଏତ ବହୁ ସଂଖ୍ୟାରେ ଚାକିରିରୁ ଛଟେଇ ଏବଂ ସ୍ବଦେଶ ପ୍ରତ୍ୟାବର୍ତ୍ତନ ସହିତ ପ୍ରେରଣକାରୀ ରାଷ୍ଟ୍ରରେ ଏହାର ସାମାଜିକ ଓ ଅର୍ଥନୈତିକ ପରିଣାମ ପରିଲକ୍ଷିତ ହୋଇପାରେ । ଏହା ସହିତ, ସରକାରୀ ସହଯୋଗ ବିନା ବିଦେଶରେ କାରବାର କରୁଥିବା ଶିଳ୍ପପତି ଏବଂ ଉଦ୍ୟୋଗୀମାନଙ୍କ ପାଇଁ ସେମାନଙ୍କ ବ୍ୟବସାୟ ସୁଧାରିବା କଷ୍ଟକର ହୋଇପାରେ । କାରଣ ଓ ପରିଣତିର ଏଭଳି ଏକ ପଙ୍କିଳ ଚକ୍ର କେତେଦୂର ଗତିଶୀଳ ହେବ, ଏହି ସମୟରେ ତାହାର ପୂର୍ବାନୁମାନ କରିବା କଷ୍ଟକର । କିନ୍ତୁ ବିଦେଶରୁ ଫେରୁଥିବା ଅତିରିକ୍ତ ନାଗରିକମାନଙ୍କ ଥଇଥାନ, ପୁନଃ ପ୍ରଶିକ୍ଷଣ ଏବଂ ପୁନର୍ନିଯୁକ୍ତି ସକାଶେ ବିଭିନ୍ନ ଦେଶକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।

ବିଦେଶରେ କୋଭିଡ୍‌ ସଂକ୍ରମଣ ଏବଂ ଯୁଦ୍ଧ ବିଭୀଷିକା ଲାଗି ରହିଥିବା ଅଞ୍ଚଳରୁ ହଜାର ହଜାର ନାଗରିକଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବାରେ ଭାରତ ପ୍ରଥମ ଦେଶ ଭାବେ ସ୍ଥାନ ପାଇଛି । କୋଭିଡ୍‌-19 ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଏବଂ ସାରା ବିଶ୍ବ ସହିତ ଐକ୍ୟଭାବ ପ୍ରଦର୍ଶନ ସହିତ ଏ ଦିଗରେ ବିଶ୍ବ ସ୍ତରୀୟ ପ୍ରଚେଷ୍ଟାକୁ ଅନୁପ୍ରେରିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦି ଆମ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହିତ ଏବଂ ଜି20 ରାଷ୍ଟ୍ର ସମୂହର ନେତାଙ୍କ ସମେତ ବିଭିନ୍ନ ବିଶ୍ବସ୍ତରୀୟ ନେତାଙ୍କ ସହିତ ଡିଜିଟାଲ କୂଟନୀତି ଆରମ୍ଭ କରିଥିଲେ । ଭାରତୀୟ ନାଗରିକମାନଙ୍କ କଲ୍ୟାଣସାଧନ ନିମନ୍ତେ ଅଧିକ ସଂଖ୍ୟାରେ ପ୍ରବାସୀ ଭାରତୀୟ ବସବାସ କରୁଥିବା ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟ ଏବଂ ସରକାରଙ୍କ ମୁଖ୍ୟମାନଙ୍କ ସହିତ ସେ କଥାବାର୍ତ୍ତା କରିଥିଲେ । ସେମାନଙ୍କ ନିକଟରୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିଥିଲା । ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ବିଭିନ୍ନ ଦୂତାବାସକୁ କ୍ରିୟାଶୀଳ କରାଯାଇଥିଲା ।

କୋଭିଡ୍‌-19 ପ୍ରାଦୁର୍ଭାବ ଶେଷ ହୋଇ ଆସିବା ବେଳକୁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ଭୂମିକା ଓ ହସ୍ତକ୍ଷେପର ପରିସର ବୃଦ୍ଧି ପାଇବ । କିନ୍ତୁ ଏହା ଫଳରେ ହୁଏତ ସୀମା ପରିଚାଳନା ଏବଂ ବିଦେଶୀ ନାଗରିକଙ୍କ ଆଗମନ ନିୟନ୍ତ୍ରଣ ଉପରେ କଠୋର କଟକଣା ଜାରି କରାଯାଇପାରେ । ବିଶେଷତଃ ବିକଶିତ ରାଷ୍ଟ୍ରଗୁଡ଼ିକରେ ଏହା ନଜରକୁ ଆସିପାରେ । ଗମନାଗମନ ଉପରେ କଟକଣା ଦୁର୍ଭାଗ୍ୟଜନକ । ଏମିତି କି ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁଁ ନୁହେଁ, ବରଂ ବିଦେଶାଗତ କର୍ମଜୀବୀଙ୍କ ଯୋଗୁଁ ସେମାନଙ୍କ ଦେଶରେ ବେକାର ସମସ୍ୟା ବଢ଼ିବାରେ ଲାଗିଛି ବୋଲି ଯେଉଁମାନେ ଅନୁଭବ କରନ୍ତି, ସେମାନେ ମଧ୍ୟ ଏଭଳି କଟକଣାରୁ ଦୂରେଇ ଯିବା ନିହାତି ଦରକାର । ଦୁର୍ଭାଗ୍ୟବଶତଃ, ନିକଟ ଅତୀତରେ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂସ୍ଥା ନିରାଶ କରିଛନ୍ତି । ସୁତରାଂ, ଦ୍ବିପାକ୍ଷିକ ଏବଂ ବହୁପାକ୍ଷିକ ଆଲୋଚନା ଅବ୍ୟାହତ ରଖିବାରେ ହିଁ ସମାଧାନର ପନ୍ଥା ନିହିତ ।

(ରାଷ୍ଟ୍ରଦୂତ ଅନିଲ ତ୍ରିଗୁଣାୟତ, ଜୋର୍ଡାନ୍‌, ଲିବ୍ୟା ଏବଂ ମାଲ୍‌ଟାରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.