ETV Bharat / bharat

କୋଭିଡ -19: ନୋଏଡାର 4ଟି ହୋଟେଲ ହେବ ଆଇସୋଲେସନ ୱାର୍ଡ

author img

By

Published : Apr 4, 2020, 10:47 AM IST

ନୂଆଦିଲ୍ଲୀର ସବୁଠୁ ବେଶୀ ସଂକ୍ରମିତ ଜିଲ୍ଲା ହେଉଛି ନୋଏଡା । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ 4ଟି ହୋଟେଲ ଆଇସୋଲେସନ ପାଇଁ ହାତକୁ ନେଇଛି । ଅଧିକ ପଢନ୍ତୁ....

covid-19
ନୋଏଡାର 4ଟି ହୋଟେଲରେ ହେବ ଆଇସୋଲେସନ ୱାର୍ଡ

ନୂଆଦିଲ୍ଲୀ: ନୋଏଡାରେ ଦିନକୁ ଦିନ ବୃଦ୍ଧି ପାଉଥିବା କୋରୋନା ଭାଇରସକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କୁ ଅଲଗା ରଖିବା ପାଇଁ ଜିଲ୍ଲା ପ୍ରଶାସନ ଜିଲ୍ଲାର ଚାରୋଟି ହୋଟେଲକୁ ଆଇସୋଲେସନ ଓ୍ବାର୍ଡ ପାଇଁ ପ୍ରସ୍ତୁତ କରୁଛି । ନୋଏଡାର ନୂତନ ଡିଏସ ସୁବାସ ଏଲ.ଓ୍ବାଇ ଜିଲ୍ଲାର ମୋଟ 4ଟି ହୋଟେଲକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ହୋଟେଲରେ ଆଇସୋଲେସନ ୱାର୍ଡ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଉତ୍ତରପ୍ରଦେଶରେ କୋରୋନା ଜୀବାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ରାଜ୍ୟରେ କୋରୋନା ପଜିଟିଭଙ୍କ ସଂଖ୍ୟା ପାଖାପାଖି 166 ରେ ପହଞ୍ଚିଛି । ନୋଏଡା ଜିଲ୍ଲା ରାଜ୍ୟରେ ସବୁଠାରୁ ଖରାପ ସ୍ଥିତିରେ ରହିଛି । କେବଳ ନୋଏଡାରେ ସମୁଦାୟ 50 ଟି କୋରୋନା ସଂକ୍ରମିତ ରିପୋର୍ଟ ହୋଇଥିବା ବେଳେ, ସେଥିମଧ୍ୟରୁ 8 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.