ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ରାଜସ୍ଥାନ, ଗୁଜୁରାଟ । ମହାରାଷ୍ଟ୍ର ପରେ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5000 ପାର କରିଛି ।
ଦିଲ୍ଲୀ ସରକାରଙ୍କ ସୂଚନାନୁସାରେ ମଙ୍ଗଳବାର 206ଟି ନୂଆ କେସ ସାମନାକୁ ଆସିଛି । ଲଗାତାର ସପ୍ତାହେ ହେବ ଏଠାରେ 200 ଉପରେ ପଜିଟିଭ ସଂଖ୍ୟା ରହିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5000 ପାର କରିଛି । ଶେଷ ରିପୋର୍ଟ ସୁଦ୍ଧା ଏହି ସଂଖ୍ୟା 5104 ରହିଛି ବୋଲି ସରକାର ପ୍ରକାଶ କରିଛନ୍ତି ।
ତେବେ ଖୁସିର ବିଷୟ ଯେ ଗତ 3 ଦିନ ହେଲା କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ । ମୋଟ ମୃତ୍ୟୁ ସଂଖ୍ୟା 64ରେ ସ୍ଥିର ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ 3572 ସକ୍ରିୟ ରହିଛନ୍ତି । 1468 ଜଣ ଏବେ ସୁଦ୍ଧା ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।
ସୌଜନ୍ୟ@ANI