ETV Bharat / bharat

ଦେଶରେ ବଢୁଛି କୋରୋନା ସଂକ୍ରମଣ, ହ୍ରାସ ପାଉଛି ମୃତ୍ୟୁହାର

ଦେଶରେ ସଂକ୍ରମଣ ମାମଲା ଦୈନିକ ରେକର୍ଡ ସଂଖ୍ୟକ ରିପୋର୍ଟ କରାଯାଉଛି । ହେଲେ ସେପଟେ ସୁସ୍ଥ ହାର ବଢିବା ସହ ମୃତ୍ୟୁହାରର ହ୍ରାସ ପାଇବାରେ ଲାଗିଛି । କୋରୋନା ଜନିତ ମୃତ୍ୟୁହାରର ସାପ୍ତାହିକ ରିପୋର୍ଟରେ ମୃତ୍ୟୁହାର କମିଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

author img

By

Published : Sep 7, 2020, 12:01 PM IST

ହ୍ରାସ ପାଉଛି ମୃତ୍ୟୁହାର
ହ୍ରାସ ପାଉଛି ମୃତ୍ୟୁହାର

ନୂଆଦିଲ୍ଲୀ: ସଂକ୍ରମଣ ମାମଲାରେ ବ୍ରାଜିଲକୁ ପଛରେ ପକାଇ ଭାରତ ଦ୍ବିତୀୟରେ ପହଞ୍ଚିଛି । ସଂକ୍ରମିତଙ୍କ ସଂଖ୍ୟା 42 ଲକ୍ଷ ପାର କରିଛି । ଆଜି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ଗତ 24 ଘଣ୍ଟାରେ ପୁଣି 90,802 ମାମଲା ରିପୋର୍ଟ କରାଯିବ ସହ 1016 ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୃତ୍ୟୁ ହାରରେ ପୁଣି ଥରେ ହ୍ରାସ ଘଟିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଏକ ସଦ୍ୟତମ ରିପୋର୍ଟରୁ ଜଣାପଡିଛି ଯେ, କୋଭିଡ ମୃତ୍ୟୁ ହାର (CFR) 2% ତଳକୁ ଖସି ଆସିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି । ଏହି ରିପୋର୍ଟରେ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଦର୍ଶାଇଛି ଯେ, ଅଗଷ୍ଟ 1 ସୁଦ୍ଧା ଦେଶରେ କୋରୋନା ମୃତ୍ୟୁହାର 2.15 ରହିଥିଲା ଯାହା ସେପ୍ଟେମ୍ବର 6 ବେଳକୁ ହ୍ରାସ ପାଇ 1.72ରେ ପହଞ୍ଚିଛି ।

ତଥ୍ୟ ଆହୁରି ଦର୍ଶାଉଛି ଯେ, ଅଗଷ୍ଟ 10 ରୁ ଅଗଷ୍ଟ 16 ସପ୍ତାହିକ CFR ହାରାହାରି 1.97 ପ୍ରତିଶତ ଥିଲା। ଅଗଷ୍ଟ 31ରୁ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ହାରାହାରି ସାପ୍ତାହିକ CFR 1.75 ପ୍ରତିଶତକୁ ଖସି ଆସିଛି।

ଦେଶରେ ଟ୍ରିପଲ ’ଟି’ ଟେଷ୍ଟ, ଟ୍ରାକ, ଟ୍ରେଟ ରଣନୀତିକୁ ବ୍ୟାପକ କରାଯିବା ଦ୍ବାରା ମୃତ୍ୟୁ ହାର କମ କରାଯାଇପାରିଛି । ଶୀଘ୍ର ନିରାକରଣ ମାଧ୍ୟମରେ ନିରନ୍ତର ପ୍ରୟାସ, ଏବଂ ସମୟାନୁବର୍ତ୍ତୀ ତଥା ପ୍ରଭାବଶାଳୀ ଚିକିତ୍ସା CFR କୁ ସ୍ଥିର କରିବାରେ ଲାଗିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଦେଶରେ ଆଜିର ରିପୋର୍ଟ ମୁତାବକ 42, 04,613ରେ ପହଞ୍ଚିଛି । ସେଥିମଧ୍ୟରୁ ସକ୍ରିୟ କେସ 8,82,542 ରହିଥିବାବେଳେ 32,50,429 ଜଣ ସୁସ୍ଥ ହୋଇଛନ୍ତି । 71, 642 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.