ETV Bharat / bharat

କୋରୋନା ବଢାଇବ ବାଳ ଶ୍ରମିକ ସମସ୍ୟା ! - କୋରୋନା ଭାଇରସ

କୋରୋନା ଭାଇରସ ଯୋଗୁଁ ସୃଷ୍ଟି ହୋଇଥିବା ବିଭିନ୍ନ ସଙ୍କଟ ମଧ୍ୟରୁ ବାଳ ଶ୍ରମିକ ଏକ ବହୁତ ବଡ ସଙ୍କଟ ରୂପରେ ଉଭା ହୋଇପାରେ । ଖାସ କରି ସେହି ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଯେଉଁମାନେ ଏବେ ସବୁକିଛି ଛାଡି ଗାଁ ମୁହାଁ ହେଉଛନ୍ତି ।

 ବାଳ ଶ୍ରମିକ
ବାଳ ଶ୍ରମିକ
author img

By

Published : Jun 13, 2020, 10:40 PM IST

ନୂଆଦିଲ୍ଲୀ: ପୁରା ବିଶ୍ବକୁ ଦୋହଲାଇ ଦେଇଛି କୋରୋନା ଭାଇରସ । ଏହାର ପ୍ରଭାବରେ ବିଶ୍ବରେ ଏବେସୁଦ୍ଧା ଅକଳ୍ପନୀୟ ଆର୍ଥିକ କ୍ଷତି ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ହରାଇଛନ୍ତି । ଅନେକ ଲୋକ ନିଜ ଜୀବିକା ମଧ୍ୟ ହରାଇଛନ୍ତି । ତେବେ କୋରୋନା ଭାଇରସ ଯୋଗୁଁ ସୃଷ୍ଟି ହୋଇଥିବା ବିଭିନ୍ନ ସଙ୍କଟ ମଧ୍ୟରୁ ବାଳ ଶ୍ରମିକ ଏକ ବହୁତ ବଡ ସଙ୍କଟ ରୂପରେ ଉଭା ହୋଇପାରେ । ଖାସ କରି ସେହି ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଯେଉଁମାନେ ଏବେ ସବୁକିଛି ଛାଡି ଗାଁ ମୁହାଁ ହେଉଛନ୍ତି । ମଜୁରୀ ଏବଂ ଖାଦ୍ୟର ଅଭାବ ସେମାନଙ୍କ ଶିଶୁଙ୍କୁ ବାଳ ଶ୍ରମିକ ହେବାରେ ବାଧ୍ୟ କରିବ ବୋଲି କୁହାଯାଉଛି ।

ତେବେ ଶେଷ ଜନଗଣନା ଅନୁଯାୟୀ, ଭାରତରେ ପ୍ରାୟ 10 ମିଲିୟନରୁ ଅଧିକ ବାଳ ଶ୍ରମିକ ରହିଛନ୍ତି । ପ୍ରବାସୀ ମାନେ ବର୍ତ୍ତମାନ ମହାମାରୀ, ସ୍ବାସ୍ଥ୍ୟସେବା ଏବଂ ଆର୍ଥିକ ସଙ୍କଟ ଯୋଗୁଁ ବିଭିନ୍ନ ସହରରେ ରହିବାକୁ ଭୟ କରୁଛନ୍ତି । ଏହି ପ୍ରବାସୀ ଏବେ ସେହି ସବୁ ସ୍ଥାନକୁ ଫେରିଯାଉଛନ୍ତି ଯେଉଁଠାରେ, ରୋଜଗାରର ମଧ୍ୟମ ଖୁବ ସୀମିତ ରହିଛି । ଯେଉଁ କାରଣ ପାଇଁ ସେମାନେ ପୂର୍ବରୁ ସହର ମୁହାଁ ହୋଇଥିଲେ । ତେବେ ବର୍ତ୍ତମାନ ପରିବାରର ବୋଝ ଶିଶୁ ଏବଂ ମହିଳାଙ୍କୁ କାମ କରିବାକୁ ବାଧ୍ୟ କରାପାରେ ବୋଲି ଶିଶୁ ଅଧିକାରର ପରାମର୍ଶଦାତା ଇନାକ୍ଷି ଗାଙ୍ଗୁଲି ଇଟିଭି ଭାରତକୁ କହିଛନ୍ତି ।

ପ୍ରବାସୀ ଶ୍ରମିକ ନିଜ ପିଲାମାନଙ୍କୁ ସହରର ବିଭିନ୍ନ ସ୍କୁଲରେ ଭର୍ତ୍ତି କରାଇଥାନ୍ତି । କିନ୍ତୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ସ୍କୁଲରୁ ବାହାରିବାକୁ ମଜବୁର ହେବାକୁ ପଡେ । ଅନ୍ୟପକ୍ଷରେ ଗାଁକୁ ଯାଇମଧ୍ୟ ସେମାମନେ ଶିକ୍ଷାରୁ ବଞ୍ଚିତ ହୁଅନ୍ତି । ଯାହା ସେମାନଙ୍କୁ କାମ କରିବାକୁ ଏକ ପ୍ରକାର ବାଧ୍ୟ କରାଏ ।

ବିଶ୍ବ ବ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଦେଶବ୍ୟାପି ଲକଡାଉନ ପ୍ରାୟ 40 ମିଲିୟନ ଆନ୍ତରିକ ପ୍ରବାସୀଙ୍କୁ ପ୍ରଭାବିତ କରିଛି ।

ସୂଚନାଯୋଗ୍ୟ ଯେ, ଆଇଏଲଓର ଏକ ରିପୋର୍ଟ ଅନୁଯାୟୀ, ବିଶ୍ବରେ ପ୍ରାୟ 152 ମିଲିୟନ ଶିଶୁ ବାଳ ଶ୍ରମରେ ଲିପ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ 72 ମିଲିୟନ ଶିଶୁ ବିପଦଜନକ କାର୍ଯ୍ୟରେ ଲିପ୍ତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.