ETV Bharat / bharat

କୋରୋନା ଭାଇରସ୍ ଏବଂ ପ୍ରବାସୀ ଶ୍ରମିକମାନଙ୍କର ଦେଖାଯାଉଥିବା ଅବସ୍ଥା

ଅତ୍ୟନ୍ତ କଠୋର ଲକଡାଉନ୍ ପରେ ଟେଲିଭିଜନ, ସୋସିଆଲ ମିଡ଼ିଆ ଏବଂ ଖବରକାଗଜରେ ହୃଦୟ ବିଦାରକ ଚିତ୍ରଗୁଡ଼ିକ ଦେଖିବାକୁ ମିଳୁଛି ଯାହାକି ପ୍ରବାସୀ ଶ୍ରମିକମାନଙ୍କୁ କିପରି ନିଜ ଘରର ନିରାପତ୍ତାକୁ ଫେରିବା ପାଇଁ ସେମାନଙ୍କୁ ମାଇଲ୍ ମାଇଲ୍ ଚାଲିବାକୁ ଠେଲି ଦିଆଯାଉଛି । ଏହିପରି ଅଧିକାଂଶ ଶ୍ରମିକ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରୁ ଆସି ଏକ ସମୃଦ୍ଧ ତଥା ନୂତନ ଭାରତ ଗଠନ ପାଇଁ ସେମାନଙ୍କର ଶ୍ରମ ଯୋଗଦାନ କରୁଛନ୍ତି । ଏହାକୁ ନେଇ ଏକ ଆଲେଖ୍ୟ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 2, 2020, 4:50 PM IST

ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କୋରୋନା ଭାଇରସ୍ ହେତୁ ହଠାତ୍ ୨୧ ଦିନର ତାଲା ବନ୍ଦ ଘୋଷଣା ପରେ ଦେଶର ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ, ଯେଉଁମାନେ ଉପ-ମାନବ ଭାବରେ ବଞ୍ଚିଥିଲେ ସେମାନଙ୍କର ଦୃଶ୍ୟମାନତା ହେବା ସହିତ ଏକାଧିକ ଏକ୍ସପୋଜର୍ ହେଉଛି । ଇଟାଭାଟି, କୋଠାନିର୍ମାଣ ସ୍ଥାନ, ମିଠାଇ ଦୋକାନ, ବନ୍ଦର, କାରଖାନା, ମିଲ୍, କୃଷି କ୍ଷେତ୍ରରେ କାମ କରିବାକୁ ଦାଦନ ଶ୍ରମିକ ଭାବରେ ଚାଲାଣ କରାଯାଏ । ସେମାନେ ନିଜ ପରିବାର ସହିତ କିମ୍ବା ଏକାକୀ ଦାଦନ ଶ୍ରମିକ ଭାବରେ କାମ କ୍ଷେତ୍ରକୁ ଯାଇଥାନ୍ତି । ମହିଳାମାନେ କୃଷି ଶ୍ରମିକ ଭାବରେ ରାଜ୍ୟଗୁଡ଼ିକ ଯାଇଥାନ୍ତି । ଏହିପରି ଅଧିକାଂଶ ଶ୍ରମିକ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରୁ ଆସି ଏକ ସମୃଦ୍ଧ ତଥା ନୂତନ ଭାରତ ଗଠନ ପାଇଁ ସେମାନଙ୍କର ଶ୍ରମ ଯୋଗଦାନ କରୁଛନ୍ତି । ଏହି ଶ୍ରମିକମାନଙ୍କୁ ମଣିଷ ହିସାବରେ ଗଣତି କରାଯାଏନାହିଁ, ଏଥିପାଇଁ ସେମାନେ ଅବହେଳିତ ଏବଂ ବଞ୍ଚିତ; ତଥାପି ସେମାନେ ନିଜ ରାଜ୍ୟ ବିନା ବଞ୍ଚିଛନ୍ତି ।

ଅତ୍ୟନ୍ତ କଠୋର ଲକଡାଉନ୍ ପରେ ଟେଲିଭିଜନ, ସୋସିଆଲ ମିଡ଼ିଆ ଏବଂ ଖବରକାଗଜରେ ହୃଦୟ ବିଦାରକ ଚିତ୍ରଗୁଡ଼ିକ ଦେଖିବାକୁ ମିଳୁଛି ଯାହାକି ପ୍ରବାସୀ ଶ୍ରମିକମାନଙ୍କୁ କିପରି ନିଜ ଘରର ନିରାପତ୍ତାକୁ ଫେରିବା ପାଇଁ ସେମାନଙ୍କୁ ମାଇଲ୍ ମାଇଲ୍ ଚାଲିବାକୁ ଠେଲି ଦିଆଯାଉଛି । ପ୍ରବାସୀ ଶ୍ରମିକମାନଙ୍କର ଏହି ଦୁର୍ଦ୍ଦଶା ଦେଶର କେତେକ ଉତ୍ତମ ବ୍ୟକ୍ତିବିଶେଷ, ଏନଜିଓ ତଥା ଅନୁଷ୍ଠାନର ବିବେକକୁ ଛୁଇଁଛି, ଯେଉଁମାନେ ସେମାନଙ୍କୁ ଖାଦ୍ୟ, ଆଶ୍ରୟ ଏବଂ ନଗଦ ଆକାରରେ ସହାୟତା ପ୍ରଦାନ କରିଛନ୍ତି । କେତେକ ରାଜ୍ୟ ସରକାର ମଧ୍ୟ ଶେଷରେ ସେମାନଙ୍କୁ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । ୨୧ ଦିନିଆ ଲକଡାଉନ ଘୋଷଣା ହେବା ଦିନଠାରୁ ଚାଲିଆସୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ପରିବହନ ତଥା ଅନ୍ୟାନ୍ୟ ସୁବିଧା ପାଇଁ ଏକ ପିଏଲ୍ ଉପରେ ଜବାବ ଦେବାବେଳେ ସୁପ୍ରିମକୋର୍ଟ ଦର୍ଶାଇଛନ୍ତି ଯେ କୋରୋନା ଭାଇରସ ବିସ୍ତାର ହେତୁ ଭୟ ଓ ଆତଙ୍କ ଦେଖାଦେଇଛି । ବାସ୍ତବରେ, ମହାମାରୀ ଅପେକ୍ଷା ଏହା ଏକ ବଡ଼ ବିପଦ । ହଠାତ୍ ସହରରୁ ଗ୍ରାମାଞ୍ଚଳକୁ ଦେଶାନ୍ତରର ସମସ୍ୟାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସରକାରଙ୍କ ତରଫରୁ ଏକ ରିପୋର୍ଟ ସୁପ୍ରିମକୋର୍ଟ ପକ୍ଷରୁ ଦାବି କରାଯାଇଛି।

ପ୍ରବାସୀ ଶ୍ରମିକ - ତେଲେଙ୍ଗାନା ସରକାରଙ୍କ ପ୍ରତିକ୍ରିୟା

ତେଲେଙ୍ଗାନା ସରକାର ରାଜ୍ୟରେ ଥିବା ଆନୁମାନିକ ୩.୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି । ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡରୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗଣମାଧ୍ୟମକୁ ଭେଟି ତାଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ଆଶ୍ବାସନା ଦେବା ପାଇଁ ହିନ୍ଦୀରେ ମଧ୍ୟ କହିଥିଲେ । ସେ କହିଛନ୍ତି, ପ୍ପତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ମୁଁ ଆପଣଙ୍କୁ କହୁଛି ଯେ ସମସ୍ୟାର ସମାଧାନ ପାଇଁ ଯେତେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ; ଆମେ ପଛକୁ ହଟିବୁ ନାହିଁ, ଆମେ ଟଙ୍କା ପାଇଁ ବ୍ୟବସ୍ଥା କରିବୁ । ଆପଣ ଆରାମରେ ରୁହନ୍ତୁ । କୌଣସି ପରିସ୍ଥିତିରେ ବି କେହି ତେଲେଙ୍ଗାନା କିମ୍ବା ଅନ୍ୟ ରାଜ୍ୟରେ ଭୋକରେ ରହିବା ଉଚିତ୍ ନୁହେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପ୍ରବାସୀ ଶ୍ରମିକ ମାନଙ୍କୁ ମଧ୍ୟ ଅନୁରୋଧ କରିଥିଲେ, ଯେ ତେଲେଙ୍ଗାନା ଛାଡ଼ି ନିଜ ଜନ୍ମସ୍ଥାନରେ ପହଞ୍ଚିବାକୁ ତରବରିଆ ଭାବରେ ଚେଷ୍ଟା କର ନାହିଁ । ରାଜ୍ୟର ଅଗ୍ରଗତି ସୁନିଶ୍ଚିତ କରିବାକୁ, ତେଲେଙ୍ଗାନାର ସେବା କରିବାକୁ ଆପଣମାନେ (ତେଲେଙ୍ଗାନାକୁ) ଆସିଛନ୍ତି ଏବଂ ତେଣୁ ଆମେ ଆପଣଙ୍କୁ ପରିବାର ସଦସ୍ୟ ଭାବରେ ଦେଖୁଛୁ । କୌଣସି ବିଷୟରେ ଚିନ୍ତା କର ନାହିଁ । ଆମେ ତୁମର ଯତ୍ନ ନେବୁ ବୋଲି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି ।

ମାର୍ଚ୍ଚ ୩୦ ତାରିଖରେ ଜାରି ହୋଇଥିବା ସରକାରୀ ଆଦେଶ ମୁଖ୍ୟମନ୍ତ୍ରୀଙ୍କ ଭାବନାରେ ପ୍ରତିଫଳିତ ହୋଇଛି । ସମସ୍ତ ପ୍ରବାସୀ ଶ୍ରମିକ ତେଲେଙ୍ଗାନାର ବିକାଶରେ ଅଂଶୀଦାର ଅଟନ୍ତି ଏବଂ ସେମାନଙ୍କୁ ସମସ୍ତ ଜରୁରୀକାଳୀନ ଭିତ୍ତିରେ ସମର୍ଥନ କରିବାର ଆବଶ୍ୟକତା ରହିଛି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୨ କିଲୋଗ୍ରାମ ଚାଉଳ (କିମ୍ବା ମୁଣ୍ଡ ପିଛା ୧୨ କିଲୋଗ୍ରାମ ଅଟା) ମାଗଣାରେ ପ୍ରଦାନ କରାଯିବ ସହିତ ତୁରନ୍ତ ରିଲିଫ୍ ଭାବରେ ୫୦୦ ଟଙ୍କା ନଗଦ ଆକାରରେ ଦିଆଯିବ । ଏଥିପାଇଁ ରାଜ୍ୟକୁ ୨୯.୯୬ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ । ତେଲେଙ୍ଗାନା ସରକାରଙ୍କ ଏହି ନିର୍ଦ୍ଦେଶ ସେହି ସମସ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ, ଯେଉଁମାନଙ୍କ ପାଖରେ ରାଜ୍ୟ ସରକାରଙ୍କ ଦ୍ବାରା ବଣ୍ଟନ କରାଯାଇଥିବା ଖାଦ୍ୟ ସୁରକ୍ଷା କାର୍ଡ ନାହିଁ । ଯଦି ପ୍ରବାସୀ ଶ୍ରମିକମାନଙ୍କର ରୋଷେଇ ଘର ନାହିଁ ତେବେ ସେମାନଙ୍କୁ ରନ୍ଧା ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଯେପରିକି ଆଶ୍ରୟସ୍ଥଳ, ଜଳ, ଚିକିତ୍ସା ସେବା ଯୋଗାଇବାକୁ ଜିଲ୍ଲା କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କମ୍ ଆକଳନ ହୋଇଥାଇପାରେ । ଯଦିଓ ପ୍ରବାସୀ ଶ୍ରମିକଙ୍କର ପ୍ରକୃତ ସଂଖ୍ୟା ଅଧିକ, ଆଶା କରାଯାଉଛି ଯେ ଘୋଷିତ ପଦକ୍ଷେପଗୁଡ଼ିକ ସମସ୍ତ ପ୍ରବାସୀଙ୍କ ପାଇଁ ଉପଲବ୍ଧ ହେବ ।

ନିଃସନ୍ଦେହ, ଆଜି ଦେଶରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏହା ଅନ୍ୟତମ ସୁଦୂର ପ୍ରସାରୀ କାର୍ଯ୍ୟକ୍ରମ । ପ୍ରବାସୀ ଶ୍ରମିକ କଲ୍ୟାଣ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାକୁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉଛି । ଏସମ୍ପର୍କରେ କିଛି ଖବର ପ୍ରକାଶ ପାଇଛି ଯେ କିଛି ସ୍ଥାନୀୟ ସରକାର ଏବଂ ଗ୍ରାମ ପଞ୍ଚାୟତ ପ୍ରକୃତରେ ସମସ୍ତ ୧୨ କିଲୋଗ୍ରାମ ଚାଉଳ ଏବଂ ୫୦୦ ଟଙ୍କା ଯୋଗାଉଛନ୍ତି ।

ଅବଶ୍ୟ, ଚାଉଳ ମିଲକୁ ବଜାୟ ରଖିବା ଏବଂ ପାଚିଥିବା ଫସଲକୁ ଏକ ସପ୍ତାହ କିମ୍ବା ୧୦ ଦିନ ମଧ୍ୟରେ ଅମଳ କରିବାରେ ପ୍ରବାସୀ ଶ୍ରମିକମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଯାହାକି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

କୃଷକ - ସରକାରଙ୍କ ପ୍ରତିକ୍ରିୟା

କୋରୋନା ଭାଇରସ ପାଇଁ ଲକଡାଉନର ଅସାଧାରଣ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ସହାୟତା ଏବଂ ରିହାତି ମଧ୍ୟ ପ୍ରଦାନ କରିଥିଲେ । ତେଲେଙ୍ଗାନାର ନୂତନ ରାଜ୍ୟ ଗଠନ ପରେ ଜଳସେଚନରେ ବିପୁଳ ପୁଞ୍ଜି ବିନିଯୋଗ ହେତୁ ଆକଳନ କରାଯାଇଛି ଯେ ୧.୦୫ କୋଟି ଟନ୍ ଧାନ ଅମଳ ହେବ । ରବି ଫସଲ ୫୦ ଲକ୍ଷ ଏକରରୁ ଅଧିକ ଜମିରେ ଚାଷ କରାଯାଇଥିଲା । ୪୦ ଲକ୍ଷ ଏକର ଜମିରେ ଧାନ ଚାଷ କରାଯାଇଥିଲା ଯାହା ଏକ ରେକର୍ଡ଼ । ଫସଲ ଅମଳ ପାଇଁ ଆବଶ୍ୟକ ଯନ୍ତ୍ରପାତିର ଏକ ଆକଳନ ସରକାର ପ୍ରସ୍ତୁତ କରିସାରିଛନ୍ତି ଏବଂ ସହରାଞ୍ଚଳରୁ ଟ୍ରାକ୍ଟର ଚାଳିତ ଅମଳ ଯନ୍ତ୍ର ସଂଗ୍ରହ କରି ଅମଳ ପାଇଁ କ୍ଷେତରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବ୍ୟବଧାନକୁ ଦୂର କରିବା ପାଇଁ ତାମିଲନାଡୁରୁ ୧୫୦୦ ଅମଳକାରୀ ଯନ୍ତ୍ରପାତି ପାଇବାକୁ ମଧ୍ୟ ଯୋଜନା କରୁଛନ୍ତି ।

ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟି ବଜାର ଭୁଶୁଡ଼ି ପଡ଼ିଥିବାରୁ ସରକାର କୃଷକମାନଙ୍କୁ ଉଦ୍ଧାର କରିବା ଏବଂ ସର୍ବନିମ୍ନ ସହାୟତା ମୂଲ୍ୟରେ ସମସ୍ତ ଶସ୍ୟ କ୍ରୟ କରିବା ପାଇଁ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି, ସରକାର ଚାଷୀମାନଙ୍କର ସମ୍ପୃକ୍ତ ଗ୍ରାମରୁ ସମସ୍ତ ଉତ୍ପାଦ କ୍ରୟ କରିବେ । କୃଷି ବିଭାଗ କୃଷକମାନଙ୍କୁ କୁପନ୍ ପ୍ରଦାନ କରିବ ଏବଂ ସେହି ଅନୁଯାୟୀ ସରକାରୀ କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟରେ ଖାଦ୍ୟ ଶସ୍ୟ କ୍ରୟ କରିବେ । ଏହି କ୍ରୟ ପ୍ରକ୍ରିୟା ଏପ୍ରିଲ୍ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ମେଗ୍ଦ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ । ଚାଷୀମାନଙ୍କୁ ଦେୟ ବିଷୟରେ କୌଣସି ଅସୁବିଧା ହେବ ନାହିଁ । ଯଦି କୃଷକ ତାଙ୍କ ପାସବୁକ୍ ଏବଂ ଆକାଉଣ୍ଟ୍ ନମ୍ବର ଦାଖଲ କରନ୍ତି, ତେବେ ଟଙ୍କା ତାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ । ୩୦,୦୦୦କୋଟି ଟଙ୍କା ଏହି ପରିପ୍ରେକ୍ଷୀରେ ସିଭିଲ୍ ଯୋଗାଣ ନିଗମକୁ ଆବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛି ଯେ ସହରାଞ୍ଚଳର ବଜାର ବନ୍ଦ ରହିବ ଏବଂ ସମସ୍ତ ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ଏବଂ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରି ଗ୍ରାମଗୁଡ଼ିକରେ ସମ୍ପୂର୍ଣ୍ଣ କ୍ରୟ ହେବ । ସେ ନିଜ ଗ୍ରାମକୁ ରାସ୍ତାରେ ବ୍ୟାରିକେଡ୍ ଲଗାଇ ଟ୍ରକ୍ ଚଳାଚଳରେ ବାଧା ନଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି ।

ଧାନ କିଣିବା ପାଇଁ ୭୦ ଲକ୍ଷ ବସ୍ତା ଆବଶ୍ୟକ ହେବ ବୋଲି ସରକାର ଆକଳନ କରିଛନ୍ତି । ରାଜ୍ୟରେ ମାତ୍ର ୩୫ ଲକ୍ଷ ବସ୍ତା ଅଛି ଏବଂ କୋଲକାତାର ବସ୍ତା ଉତ୍ପାଦନକାରୀମାନେ ତାଲା ପକାଇବା କାରଣରୁ ସେମାନଙ୍କ କାର୍ଯ୍ୟ ବନ୍ଦ କରିଥିବାରୁ ରାଜ୍ୟ ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ଏବଂ ଏହାର ବିକଳ୍ପ ଖୋଜୁଛି । ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଯୋଗାଯୋଗ କରାଯିବ ବୋଲି କେ. ଚନ୍ଦ୍ରଶେଖର ରାଓ ସୂଚିତ କରିଛନ୍ତି ।

ବିହାର ପ୍ରବାସୀ ଶ୍ରମିକଙ୍କ ପାଇଁ କୃଷି ଅର୍ଥନୀତିରେ ସଙ୍କଟ

ତେଲେଙ୍ଗାନାର ଶହ ଶହ ଚାଉଳ ମିଲ୍ ବିହାରୀ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭର କରେ, ଯାହାକି ଚାଉଳ ମିଲର ୯୫ ପ୍ରତିଶତ କର୍ମଚାରୀ ବିହାରୀ ଅଟନ୍ତି । ସେମାନେ ହେଉଛନ୍ତି ହେଡ୍ ଲୋଡ଼୍ ବାହକ, ଯେଉଁମାନେ ଚାଉଳ ଟ୍ରକ୍ ଲୋଡ଼୍ ଏବଂ ଅନଲୋଡ଼୍ କରି ତାକୁ ପରିବହନ କରିଥାନ୍ତି । ଅନେକ ଶ୍ରମିକ 'ହୋଲି' ପାଇଁ ବିହାରକୁ ଫେରିଥିଲେ ଏବଂ କୋରୋନା ଭାଇରସ ପାଇଁ ଦେଶରେ ଲକଡାଉନ ହୋଇଥିବାରୁ ବର୍ତ୍ତମାନ ସେଠାରେ ଅଟକି ରହିଛନ୍ତି । ସେମାନଙ୍କ ବିନା ଚାଉଳ ଅର୍ଥନୀତି ପ୍ରକୃତରେ ଭୁଶୁଡ଼ି ପଡ଼ିବ ।

ଫସଲ ଅମଳଯନ୍ତ୍ରପାତି ବ୍ୟବସ୍ଥା କରାଯାଇ ପାରିବ, ଏମଏସପି ଦିଆଯାଇପାରିବ, ଅଖା ବସ୍ତା ବ୍ୟବସ୍ଥା କରାଯାଇପାରିବ, ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଗାଁରୁ ଚାଉଳ କାରଖାନା ଏବଂ ଚାଉଳ ମିଲରୁ ଗୋଦାମ ପର୍ଯ୍ୟନ୍ତ ଓ ଟ୍ରକ୍ ଉପରକୁ ବୋହିବା ପାଇଁ ବାହକ ନଥିବାରୁ ସବୁକିଛି ଅଟକି ଯାଇଛି । ଏଥିପାଇଁ ତେଲେଙ୍ଗାନା ବିହାରୀ ପ୍ରବାସୀ ଶ୍ରମିକମାନଙ୍କ ପରେ ଅତିଶୟ ନିର୍ଭରଶୀଳ । ଏହା ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ ପ୍ରତିଫଳିତ ହୋଇଛି ଯେ ତାଙ୍କ ମୁଖ୍ୟ ସଚିବ ବିହାର ପ୍ରତିପକ୍ଷଙ୍କ ସହ କଥା ହୋଇ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କରିବେ । ଯଦି ଆବଶ୍ୟକ ହୁଏ, ସେ ବିହାରୀ ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ କିଛି ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିବାକୁ କେନ୍ଦ୍ର ସହିତ କଥା ହେବେ !

ତେଣୁ, ଏହା ଆମକୁ କୋରୋନା ଭାଇରସ ସୂଚାଇ ଦେଇଛି ଯେ ପ୍ରବାସୀ ଶ୍ରମିକମାନେ ଆମ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଆମକୁ କହିଥାଏ ଯେ ଆମର ସୁସ୍ଥତା, ଆରାମ ଏବଂ ନିରାପତ୍ତା ଆମର ଅର୍ଥନୀତିରେ ପ୍ରବାସୀ ଶ୍ରମିକମାନଙ୍କର ଅଦ୍ଭୁତ ଅବଦାନ ଉପରେ ନିର୍ଭର କରେ । ସୁବର୍ଣ୍ଣ ଅଣ୍ଡା ଦେଉଥିବା ରାଜହଂସକୁ ମାରିବା ପାଇଁ କୌଣସି ପ୍ରତିଷ୍ଠାନ ପକ୍ଷରେ ସମ୍ଭବ ନୁହେଁ । ସେମାନଙ୍କୁ ଆକର୍ଷିତ କରିବା, ଖୋଜାଯିବା, ଖାଦ୍ୟ, ଆଶ୍ରୟ ଏବଂ ଯତ୍ନ ଦିଆଯିବା ଉଚିତ୍, ଯାହାଫଳରେ ସେମାନେ ବିନା ପ୍ରଶ୍ନରେ ଉତ୍ପାଦନ ଜାରି ରଖିବେ । ବର୍ତ୍ତମାନ ସୁଦ୍ଧା ସେମାନେ ଅଧିକାର ସହ ଅଧିକାରଧାରୀ ଭାବରେ ବିବେଚିତ ହୁଅନ୍ତି ନାହିଁ, ନାଗରିକ ଭାବରେ ସମ୍ମାନର ସହ ନାଗରିକ ଅଟନ୍ତି କିନ୍ତୁ କେବଳ ହିତାଧିକାରୀଙ୍କ ରାଜ୍ୟ କଲ୍ୟାଣ ଏବଂ ଦାନ ଉପରେ ନିର୍ଭରଶୀଳ । ରାଜ୍ୟ ଆମକୁ ବିଶ୍ବାସ କରିବା ଜାରି ରଖିବ ଯେ ପ୍ରବାସୀ ଶ୍ରମିକମାନେ ଆମକୁ ଆବଶ୍ୟକ କରନ୍ତି ଏବଂ ଆମେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ ଏବଂ ସମାନ ନାଗରିକ ନୁହେଁ ।

ପ୍ରଫେସର ଶାନ୍ଥା ସିହ୍ନା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.