ETV Bharat / bharat

'ପୁରା ଦେଶର ନଜର ଏବେ ସେନା ଉପରେ ରହିଛି'

author img

By

Published : Sep 5, 2020, 4:38 PM IST

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଲଦାଖ ସେକ୍ଟର ପହଞ୍ଚିଥିଲେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ଏଭଳି ପରିସ୍ଥିତିରେ ଭାରତୀୟ ସେନାକୁ ଉଭୟ ଉତ୍ସାହ ଏବଂ ଧର୍ଯ୍ୟର ସହ କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଛନ୍ତି ।

'ପୁରା ଦେଶର ନଜର ଏବେ ସେନା ଉପରେ ରହିଛି'
'ପୁରା ଦେଶର ନଜର ଏବେ ସେନା ଉପରେ ରହିଛି'

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଲଦାଖ ସେକ୍ଟର ପହଞ୍ଚିଥିଲେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ଏହି ସମୟରେ ସେ ସେନା ଯବାନଙ୍କ ମନୋବଳ ବଢାଇଛନ୍ତି । ପୁରା ଦେଶର ନଜର ଏବେ ଭାରତୀୟ ସେନା ଉପରେ ରହିଛି । ଏଭଳି ପରିସ୍ଥିତିରେ ଭାରତୀୟ ସେନାକୁ ଉଭୟ ଉତ୍ସାହ ଏବଂ ଧୈର୍ଯ୍ୟର ସହ କାର୍ଯ୍ୟ କରିବାକୁ ହେବ ବୋଲି ନରୱାଣେ କହିଛନ୍ତି ।

ପୂର୍ବଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରେ ପ୍ରାୟ 4 ମାସରୁ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଜାରି ରହିଛି । ଇତି ମଧ୍ୟରେ ଦୁଇ ଥର ଭାରତ ଏବଂ ଚୀନ ସେନାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର 2 ଏବଂ 3 ତାରିଖରେ ନରୱାଣେ ଲଦାଖ ଗସ୍ତରେ ଯାଇଥିଲେ । ସେଠାରେ ସେ ଫରୱାର୍ଡ ପୋଷ୍ଟ ବୁଲିବା ସହ ସୁରକ୍ଷା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସମୟରେ ସେ ଭାରତୀୟ ସେନାର ଯବାନଙ୍କୁ ଉଦବୋଧନ ଦେଇ କହିଥିଲେ, ପୁରା ଦେଶର ନଜର ଏବେ ଭାରତୀୟ ସେନା ଉପରେ ରହିଛି । ଏଭଳି ପରିସ୍ଥିତିରେ ଭାରତୀୟ ସେନାକୁ ଉଭୟ ଉତ୍ସାହ ଏବଂ ଧର୍ଯ୍ୟର ସହ କାର୍ଯ୍ୟ କରିବାକୁ ହେବ ।

ତେବେ ଏହା ପୂର୍ବରୁ ଏକ ସାକ୍ଷାତକାରରେ ନରୱାଣେ ଭାରତ-ଚୀନ ସୀମା ବିବାଦକୁ ନେଇ କହିଥିଲେ, ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନାମୂଳକ ସ୍ଥିତି ରହିଛି । ଏହାକୁ ଦୃଷ୍ଟିରେ ରଖି ଆମେ ସମସ୍ତ ପ୍ରକାର ପ୍ରସ୍ତୁତି କରିଛୁ । ଭାରତର ସୁରକ୍ଷା ବ୍ୟବସ୍ଥା ସୁରକ୍ଷିତ ହାତରେ ଅଛି ବୋଲି ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.