ETV Bharat / bharat

ଦେଶରେ କୋରୋନା ସୁସ୍ଥହାର ୯୬.୫୮%କୁ ବୃଦ୍ଧି

author img

By

Published : Jan 17, 2021, 12:49 PM IST

ଗତକାଲି ଗୋଟିଏ ଦିନରେ 17 ହଜାର 170 ଜଣ ଲୋକ ସୁସ୍ଥ ହୋଇ ଦେଶର କୋଭିଡ ସୁସ୍ଥହାର 96.58 ପ୍ରତିଶତ ଛୁଇଁଛି । ଏହାକୁ ମିଶାଇ ଆଜିସୁଦ୍ଧା ମୋଟ ୧ କୋଟି ୧ ଲକ୍ଷ ୯୬ ହଜାର ୮୮୫ ଜଣ ଏହି ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଅଧିକ ପଢନ୍ତୁ...

ଦେଶରେ କୋରୋନା ସୁସ୍ଥହାର ୯୬.୫୮%କୁ ବୃଦ୍ଧି
ଦେଶରେ କୋରୋନା ସୁସ୍ଥହାର ୯୬.୫୮%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଗତକାଲି ଠାରୁ(ଶନିବାର) କୋରୋନା ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ 17 ହଜାର 170 ଜଣ ଲୋକ ସୁସ୍ଥ ହୋଇ ଦେଶର କୋଭିଡ ସୁସ୍ଥହାର 96.58 ପ୍ରତିଶତ ଛୁଇଁଛି । ଏହାକୁ ମିଶାଇ ଆଜିସୁଦ୍ଧା ମୋଟ ୧ କୋଟି ୧ ଲକ୍ଷ ୯୬ ହଜାର ୮୮୫ ଜଣ ଏହି ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ତେବେ ସୁସ୍ଥ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମଶଃ ବୃଦ୍ଧି ପାଉଥିବା ଦେଥିବାକୁ ମିଳିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ 5 ହଜାର 144 ନୂଆ ସଂକ୍ରମଣ ସହ ଦେଶରେ ମୋଟ ସଂକ୍ରମଣ ମାମଲା ୧ କୋଟି ୫ ଲକ୍ଷ ୫୭ ହଜାର ୯୮୫କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ 181 ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁସଂଖ୍ୟା 1 ଲକ୍ଷ 52 ହଜାର 274 କୁ ବୃଦ୍ଧି କରିଛନ୍ତି। ତେବେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୨୨୦୭ ହ୍ରାସ ପାଇଛି। ଫଳରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୨ ଲକ୍ଷ ୮ ହଜାର ୮୨୬ ରହିଛି। ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ କୋରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ୧.୪୪ ପ୍ରତିଶତ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.