ETV Bharat / bharat

‘ବିଶ୍ବସ୍ତରୀୟ ପ୍ରତିଯୋଗିତା ପାଇଁ ଭାରତକୁ ଦକ୍ଷତା ଉପରେ ଧ୍ୟାନ ଦେବାକୁ ହେବ’

author img

By

Published : Jul 15, 2020, 5:14 PM IST

ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କୋଭିଡ ପରବର୍ତ୍ତୀ ବିଶ୍ବ ପାଇଁ ଜ୍ଞାନ ଓ କୌଶଳ ନବୀକରଣର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି । କୋଭିଡ ପରେ ବିଶ୍ବସ୍ତରରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଦେଶ ଦକ୍ଷତା, ମାପ ଓ ଗତି ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ
ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ

ନୂଆଦିଲ୍ଲୀ: ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କୋଭିଡ ପରବର୍ତ୍ତୀ ବିଶ୍ବ ପାଇଁ ଜ୍ଞାନ ଓ କୌଶଳ ନବୀକରଣର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି । କୋଭିଡ ପରେ ବିଶ୍ବସ୍ତରରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଦେଶ ଦକ୍ଷତା ଓ ଗତି ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ
ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ

ଏକ ଆର୍ଟିକିଲରେ ନାଇଡୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଥିବା ବିଭିନ୍ନ ପଦକ୍ଷେପ ଅର୍ଥନୀତିକୁ ପୁନଃ ସ୍ଥାପିତ କରିବ । ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଜୀବିକା ନିର୍ବାହ କରିବା ପାଇଁ ଉଦ୍ଦିଷ୍ଟ ହେବ ।

ସେ କହିଛନ୍ତି ଯେ ଏହି ଅଭିଯାନ ଆତ୍ମନିର୍ଭରଶୀଳତାକୁ ଆଗେଇ ନେବାକୁ ଲକ୍ଷ୍ୟ ରଖିଛି । ବିଭିନ୍ନ କ୍ଷେତ୍ର ଗୁଡିକରେ ଦକ୍ଷତା ବୃଦ୍ଧି ତଥା ଦେଶରେ ବିଶ୍ବସ୍ତରୀୟ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛି । ନାଇଡୁ ସର୍ବଭାରତୀୟ ସ୍ତରରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଭାରତୀୟ ବ୍ରାଣ୍ଡ ଗଠନ କରିବାର ଆବଶ୍ୟକତା ଉପରେ ଗୁରୁତ୍ବରୋପ କରିଥିଲେ । ସେ କହିଛନ୍ତି ଯେ ଭାରତୀୟମାନେ ଅନେକ ମଲ୍ଟି ନ୍ୟାସନାଲ କମ୍ପାନୀଗୁଡିକର ନେତୃତ୍ବ ନେଉଛନ୍ତି । ଦେଶରେ ଜ୍ଞାନ ଓ ପ୍ରତିଭାର ଅଭାବ ନାହିଁ। ତଥାପି ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜି ଦ୍ବାରା ରୋଜଗାରର ଆବଶ୍ୟକତା ପୂରଣ କରିବା ପାଇଁ ସେ ଯୁବପିଢିଙ୍କ ଦକ୍ଷତାକୁ ନବୀକରଣ କରିବାର ଗୁରୁତ୍ବକୁ ଦୋହରାଇଥିଲେ ।

କୋଭିଡ-19 ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଅନିଶ୍ଚିତତାକୁ ଏକ ସୁଯୋଗ ବୋଲି କହି ସେ କୌଶଳର ବିକାଶ ସହିତ ଡିଜିଟାଲ ଟେକ୍ନୋଲୋଜିର ଗୁରୁତ୍ବ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଉପରାଷ୍ଟ୍ରପତି ଏହି ବିଶ୍ବାସକୁ ନିଶ୍ଚିତ କରିଛନ୍ତି ଯେ ଅନ୍ୟ ଦେଶମାନଙ୍କୁ କୁଶଳୀ ମାନବ ଶକ୍ତି ଯୋଗାଇବା ପାଇଁ ଭାରତର ବିଶ୍ବ ହବ୍ ଭାବରେ ଉଭା ହେବାର ସାମର୍ଥ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.