କୋରୋନା ବିସ୍ତାର ବୃଦ୍ଧି ପାଉଥିବା ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ବିଶ୍ବ ବ୍ୟାପୀ ଅନୁସନ୍ଧାନ କରାଯାଉଛି। ବିଭିନ୍ନ ଦେଶର ବୈଜ୍ଞାନିକମାନେ କୋରୋନା ଜୀବାଣୁ ମୁକାବିଲା କରିବାର ଉପାୟ ଖୋଜିବାକୁ ଚେଷ୍ଟା କରୁଛନ୍ତି।
ଏହା ସ୍ପଷ୍ଟ ହୋଇଯାଇଛି ଯେ କୋରୋନା ଆମ ନାକ, ଆଖି, ପାଟି ଇତ୍ୟାଦି ମାଧ୍ୟମରେ ଆମ ଶରୀରକୁ ପ୍ରବେଶ କରିପାରେ ଏବଂ ଏହା ଗଳା ମାଧ୍ୟମରେ ଆମ ଫୁସଫୁସରେ ପହଞ୍ଚେ। ଏହାର ସଂକ୍ରମଣ ଫୁସଫୁସରେ ବ୍ୟାପିଯିବା ପରେ ଶ୍ବାସକ୍ରିୟାରେ ଅସୁବିଧା ବଢିଯାଏ ଏବଂ ପରେ ସଂକ୍ରମିତ ରୋଗୀକୁ ଭେଣ୍ଟିଲେଟର ଆବଶ୍ୟକ ହୁଏ ।
କୋରୋନା ଜୀବାଣୁରୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଏକ ନୂତନ ରିପୋର୍ଟରେ, ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପାଟି ଧୋଇ କୋରୋନା ସଂକ୍ରମଣକୁ ଗୁରୁତର ହେବାରୁ ରୋକାଯାଇପାରିବ।
କୁହାଯାଉଛି ଯେ ସଂକ୍ରମଣ ବିସ୍ତାର ହେବା ପୂର୍ବରୁ ପାଟି ଧୋଇବା ସମୟରେ କରୋନା ଜୀବାଣୁ ନଷ୍ଟ ହୋଇପାରେ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସଂକ୍ରମଣ ପୂର୍ବରୁ ପାଟି ଧୋଇବା କୋରୋନା ଜୀବାଣୁ ନଷ୍ଟ କରିଦେବ। ସେ ଯୁକ୍ତି ବାଢିଛନ୍ତି ଯେ କୋରୋନା ଜୀବାଣୁର ବାହ୍ୟ ଭାଗରେ ଚର୍ବିର ଏକ ସ୍ତର ଅଛି, ଯାହାକି କିଛି ରାସାୟନିକ ପଦାର୍ଥ ଦ୍ୱାରା ନଷ୍ଟ ହୋଇପାରେ। ଯାହା ଦ୍ବାରା ଜୀବାଣୁର ବିସ୍ତାରରେ ରୋକ ଲାଗିପାରିବ।
ବୌଜ୍ଞାନିକମାନେ କହିଛନ୍ତି ଯେ କରୋନା ଜୀବାଣୁ ନଷ୍ଟ କରିବାରେ ପାଟି ଧୋଇବା କେତେ ପ୍ରଭାବଶାଳୀ ତାହା ପାଇଁ ଅଧିକ ଅନୁସନ୍ଧାନ ଆବଶ୍ୟକ । ଏହି ଟିମରେ ଭାଇରୋଲୋଜିଷ୍ଟ, ଲିପିଡ ସାଇଣ୍ଟିଷ୍ଟ ଏବଂ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଅନ୍ତର୍ଭୁକ୍ତ ଅଛନ୍ତି।