ETV Bharat / bharat

ଆମେରିକା ଦୂତାବାସରେ କୋରୋନା ଆକ୍ରାନ୍ତ !

author img

By

Published : Apr 4, 2020, 9:29 AM IST

ଏହା ମଧ୍ୟରେ ଦିଲ୍ଲୀରେ ଥିବା ଆମେରିକା ଦୂତବାସରେ ମଧ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

_corona
ଆମେରିକା ଦୂତବାସ କୋରୋନା ଆକ୍ରାନ୍ତ !

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କୋକୁଆ ଭୟ ଖେଳାଇଛି ମାରାତ୍ମକ କୋରୋନା ଭାଇରସ । ଏହା ମଧ୍ୟରେ ଦିଲ୍ଲୀରେ ଥିବା ଆମେରିକା ଦୂତବାସରେ ମଧ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ତେବେ ଆମେରିକା ଦୂତାବାସର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଜଣେ ଅଧିକାରୀଙ୍କ ରିପୋର୍ଟରେ କୋରୋନା ପଜେଟିଭ ଆସିଛି । କିନ୍ତୁ ସେ ଏହି ଅଧିକାରୀଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନାହାଁନ୍ତି ।

ଏକ ଗଣମାଧ୍ୟମକୁ ସୂଚନା ଦେଇ ଆମେରିକା ଦୂତବାସର ପ୍ରବକ୍ତା କହିଛନ୍ତି, ଆମେ ଭାରତୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମ୍ପର୍କରେ ରହିଛୁ । ଏହାଛଡା ଆମକୁ ଦିଲ୍ଲୀ ଦୂତବାସର ଜଣେ ଅଧିକାରୀ କୋରୋନା ଆକ୍ରାନ୍ତ ଥିବା ଖବର ମିଳିଛି । ଆମେ ଭାରତୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ମିଶି ଉଚିତ୍ ଉପଚାର କରିବାକୁ ଚେଷ୍ଟା କରୁଥିବା ଆମେରିକା ଦୂତବାସର ପ୍ରବକ୍ତା କହିଛନ୍ତି ।

ଏପଟେ ଆମେରିକା ଦୂତବାସ ଏହା ସ୍ପଷ୍ଟ କରିନାହାନ୍ତି ଯେ, କୋରୋନା ଆକ୍ରାନ୍ତ ଜଣଙ୍କ ଆମେରିକାର କି ଭାରତର । କିନ୍ତୁ ଏକ ଖବରକାଗଜରେ ରିପୋର୍ଟ ଅନୁଯାୟୀ, ଆମେରିକା ରାଜଦୂତ ଏପ୍ରିଲ 1ରେ ସମସ୍ତ ଦୂତବାସ ଅଧିକାରୀଙ୍କୁ ଏକ ମେଲ୍ କରିଥିଲେ । ଯେଉଁଥିରେ ଲେଖାଥିଲା ଯେ ଆମେରିକାର ଅଧିକାରୀ କୋରୋନା ଆକ୍ରାନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.