ETV Bharat / bharat

‘ଇକୋସିଷ୍ଟମର ସ୍ବାସ୍ଥ୍ୟ ସହ ଜଡିତ କୋରୋନା ଭୁତାଣୁ’ - ଇକୋସିଷ୍ଟମର ସ୍ବାସ୍ଥ୍ୟ ସହ ଜଡିତ କୋରୋନା ଭୁତାଣୁ

ଲକ୍ଷ ଲକ୍ଷ ମୃତ୍ୟୁ ଏବଂ କୋଟି କୋଟି ଅର୍ଥିକ କ୍ଷତି ସହ ଏହା ଏକ ମରାତ୍ମକ ମହାମାରୀ ରୂପରେ ଉଭା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅଧିକ ପଢ଼ନ୍ତୁ...

Coronavirus, corona virus interlinked with health of ecosystems,  UNEP Report, ଇକୋସିଷ୍ଟମର ସ୍ବାସ୍ଥ୍ୟ ସହ ଜଡିତ କୋରୋନା ଭୁତାଣୁ, କୋରୋନା ଭୁତାଣୁ
ଇକୋସିଷ୍ଟମର ସ୍ବାସ୍ଥ୍ୟ ସହ ଜଡିତ କୋରୋନା ଭୁତାଣୁ
author img

By

Published : Apr 7, 2020, 1:18 AM IST

ହାଇଦ୍ରାବାଦ: କରୋନାଭାଇରସ ବା COVID-19 ମହାମାରୀ ହେଉଛି ବର୍ତ୍ତମାନ ସମୟର ସବୁଠାରୁ ବଡ ବୈଶ୍ବିକ ସଙ୍କଟ ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ବିଶ୍ବ ସାମ୍ନା କରିଥିବା ସବୁଠୁ ବଡ ଚ୍ୟାଲେଞ୍ଜ।

ସାଂପ୍ରତିକ ଦଶନ୍ଧିରେ ବିଶ୍ବରେ ଅନେକ ଜୁନୋଟିକ ରୋଗ ଦେଖାଦେଇଛି ଯାହା ପଶୁଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ଯଥା: ଇବୋଲା, ବାର୍ଡ ଫ୍ଲୁ, ସ୍ବାଇନ୍ ଫ୍ଲୁ, ମିଡିଲ ଇଷ୍ଟ ରେସ୍ପିରୋଟୋରି ସିଣ୍ଡ୍ରୋମ (MERS), ରିଫ୍ଟ ଭ୍ୟାଲି ଜ୍ବର, ସଡନ ଏକ୍ୟୁଟ ରେସ୍ପେରୋଟାରୀ ସିଣ୍ଡ୍ରୋମ (SARS), ୱେଷ୍ଟ ନାଇଲ ଭାଇରସ, ଜିକା ଭାଇରସ - ଏବଂ ବର୍ତ୍ତମାନ ନୋଭେଲ କରୋନା ଭାଇରସ ବା COVID-19 ଭଳି ରୋଗରେ ଆକ୍ରାନ୍ତ । ଲକ୍ଷ ଲକ୍ଷ ମୃତ୍ୟୁ ଏବଂ କୋଟି କୋଟି ଅର୍ଥିକ କ୍ଷତି ସହ ଏହା ଏକ ମରାତ୍ମକ ମହାମାରୀ ରୂପରେ ଉଭା ହେବାର ଆଶଙ୍କା ସୃଷ୍ଟି ହୋଇଛି।

ନୋଭେଲ କରୋନା ଭାଇରସ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି ଏବଂ ଏହା ସ୍ପଷ୍ଟ ଯେ COVID-19 ଶେଷ ମହାମାରୀ ହେବ ନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ COVID-19 ସ୍ବାସ୍ଥ୍ୟ ସଙ୍କଟଠାରୁ ବହୁତ ଅଧିକ । ଏହାର ପ୍ରଭାବ ପଡିଥିବା ପ୍ରତ୍ୟେକ ଦେଶ ଚାପଗ୍ରସ୍ତ ଥିବା ବେଳେ ଏହା ଆର୍ଥିକ, ସାମାଜିକ ଓ ରାଜନୈତିକ ସଙ୍କଟ ସୃ୍ଷ୍ଟି କରିବାର ସାମର୍ଥ୍ୟ ରଖେ ଯାହା ଅନେକ ବର୍ଷ ଯାଏଁ ଏହାର ଗଭୀର ଦାଗ ଛାଡିଯିବ ।

ଗୋଟିଏ ଦେଶରେ ଉତ୍ପନ୍ନ ହେଉଥିବା ରୋଗ, ଅନ୍ୟ ଦେଶମାନଙ୍କ ମଧ୍ୟରେ ଥିବା ଦୂରତାକୁ ଖାତିର ନକରି ଅନାୟାସରେ ସବୁ ସ୍ଥାନକୁ ବ୍ୟାପିପାରେ । COVID-19ର ଦ୍ରୁତ ବିସ୍ତାରରେ ଏହା ବିଶେଷ ଦୃଶ୍ୟମାନ ହୁଏ, ଯାହା ପ୍ରଥମ ମାମଲା ରିପୋର୍ଟ ହେବାର ତିନିମାସ ମଧ୍ୟରେ ବିଶ୍ବର ପ୍ରାୟ ସମସ୍ତ ଦେଶକୁ ପ୍ରଭାବିତ କରିଥିଲା ​​।

ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (United Nations Environment Programme (UNEP)) 2016 ରେ ସୂଚାଇ ଦେଇଛି ଯେ ମଣିଷଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମସ୍ତ ସଂକ୍ରାମକ ରୋଗର 60% ଜୁନୋଟିକ ଏବଂ ଏହି ଜୁନୋଟିକ ରୋଗଗୁଡିକ ଇକୋସିଷ୍ଟମର ସ୍ବାସ୍ଥ୍ୟ ସହିତ ନିବିଡ ଭାବରେ ଜଡିତ।

ଆମେ ଅବିଭାଜିତ ଅଞ୍ଚଳରେ ଅଛୁ । ଆମର ଅନେକ ସମ୍ପ୍ରଦାୟ ବର୍ତ୍ତମାନ ଅଜ୍ଞାତ ଅଟନ୍ତି । ଲୋକମାନେ ନିଜ ଇଚ୍ଛାରେ କିମ୍ବା ସରକାରୀ ଆଦେଶ ଅନୁଯାୟୀ ଘର ଭିତରେ ରହିଥିବାରୁ ଦୁନିଆର ଅନେକ ବଡ ବଡ ସହର ଏବେ ଏକ ପ୍ରକାର ନିଶବ୍ଦ ହୋଇ ଯାଇଛି । ସମଗ୍ର ବିଶ୍ବରେ ଦୋକାନ, ପ୍ରେକ୍ଷାଳୟ, ରେଷ୍ଟୁରାଣ୍ଟ ଏବଂ ବାର ବନ୍ଦ ହେଉଛି । ପ୍ରତିଦିନ ଲୋକମାନେ ଚାକିରି ଏବଂ ଆୟ ହରାଉଛନ୍ତି । କିନ୍ତୁ ପୂର୍ବାବସ୍ଥା କେବେ ଫେରିବ ତାହା ଜାଣିବାର କୌଣସି ଉପାୟ ନାହିଁ । ପର୍ଯ୍ୟଟନ ଉପରେ ଅଧିକ ନିର୍ଭରଶୀଳ ଛୋଟ ଦ୍ବୀପପୁଞ୍ଜ ଦେଶଗୁଡ଼ିକରେ ବାସ ରହିଯାଇଛି ଖାଲି ହୋଟେଲ ଏବଂ ନିର୍ଜନ ବେଳାଭୂମି । ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଆକଳନ କରିଛି ଯେ 25 ନିୟୁତ ଚାକିରୀ ୟାରି ଭିତରେ ଲୋକେ ହରାଇ ପାରନ୍ତି ।

ୟୁଏନପି ଫ୍ରଣ୍ଟିଅର୍ସ ରିପୋର୍ଟ ଅନୁଯାୟୀ, ଯେଉଁଠାରେ ପରିବେଶରେ ପରିବର୍ତ୍ତନ, ପଶୁ କିମ୍ବା ମାନବଙ୍କ ଆୟୋଜକଙ୍କ ମଧ୍ୟରେ ପରିବର୍ତ୍ତନ, କିମ୍ବା ପାଥୋଜେନରେ ପରିବର୍ତ୍ତନ ଆସିଥାଏ ସେଇଠି ଜୁନୋଜ ସୁବିଧାବାଦୀ ହୋଇ ବଢ଼ିବାରେ ଲାଗନ୍ତି । ଗତ ଶତାବ୍ଦୀରେ, ଜନସଂଖ୍ୟା ବୃଦ୍ଧି ଏବଂ ଇକୋସିଷ୍ଟମ ଏବଂ ଜୈବ ବିବିଧତାର ହ୍ରାସ ଯୋଗୁଁ ପଶୁ ଏବଂ ଲୋକଙ୍କ ମଧ୍ୟରେ ପାଥୋଜେନ ପାଇଁ ଅଦୃଶ୍ୟ ସୁଯୋଗରେ ପରିଣତ ହୋଇଛି ।

ରିପୋର୍ଟରେ କୁହାଯାଇଛି ଯେ ହାରାହାରି ପ୍ରତି ଚାରି ମାସରେ ମଣିଷ ମଧ୍ୟରେ ଗୋଟିଏ ନୂତନ ସଂକ୍ରାମକ ରୋଗ ସୃଷ୍ଟି ହୁଏ। ମାନବ କାର୍ଯ୍ୟକଳାପ ପରିବେଶରେ ବଡ଼ ପରିବର୍ତ୍ତନ ଆଣିଛି । ସେମାନେ ପ୍ରାକୃତିକ ମଧ୍ୟବର୍ତ୍ତୀ କ୍ଷେତ୍ର ଗୁଡିକୁ ନଷ୍ଟ କରିଦିଅନ୍ତି ଯାହା ସାଧାରଣତ ମଣିଷକୁ ପଶୁମାନଙ୍କଠାରୁ ଅଲଗା କରିଦିଏ ଏବଂ ଜୀବାଣୁ ମାନଙ୍କ ପାଇଁ ବନ୍ୟ ଜନ୍ତୁମାନଙ୍କଠାରୁ ମଣିଷଙ୍କ ପାଖକୁ ପହଁଞ୍ଚିବାର ସୁଯୋଗ ସୃଷ୍ଟି କରେ ।

ଶୀଘ୍ର ପ୍ରତିକ୍ରିୟା ପାଇଁ କମ ସମ୍ବଳ ଥିବା ବ୍ୟକ୍ତିଙ୍କ ପାଇଁ ଦ୍ରୁତ ଜଳବାୟୁ ପରିବର୍ତ୍ତନ ଏକ ବଡ ଚ୍ୟାଲେଞ୍ଜ ଅଟେ । ସେମାନଙ୍କୁ ଅଧିକ ଅସୁରକ୍ଷିତ ରଖିଥାଏ ଏବଂ ଜୁନୋଟିକ୍ ରୋଗ ବିସ୍ତାରରୁ ସେମାନଙ୍କର କ୍ଷତି ହେବାର ଆଶଙ୍କା ବଢ଼ାଇଥାଏ ।

ୟୁଏନଇପି, ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଏବଂ ପୃଥିବୀର ଶହ ଶହ ଭାଗୀଦାରୀ ସମଗ୍ର ବିଶ୍ବରେ ଇକୋସିଷ୍ଟମର ଅବକ୍ଷୟକୁ ରୋକିବା, ବନ୍ଦ କରିବା ଏବଂ ଓଲଟାଇବା ପାଇଁ 10 ବର୍ଷର ପ୍ରୟାସ ଆରମ୍ଭ କରୁଛନ୍ତି। ଜାତିସଂଘର ଦଶନ୍ଧିରେ ଇକୋସିଷ୍ଟମ ପୁନରୁଦ୍ଧାର 2021-2030 ଭାବରେ ଜଣାଶୁଣା, ବାସସ୍ଥାନ ନଷ୍ଟ ଏବଂ ଅବନତିର ଏହି ସର୍ବଭାରତୀୟ ସ୍ତରରେ ସମନ୍ବିତ ପ୍ରତିକ୍ରିୟା ଇଚ୍ଛାଶକ୍ତି ଏବଂ ପ୍ରକୃତି ସହିତ ମାନବିକତାର ସମ୍ପର୍କକୁ ପୁନଃ ସ୍ଥାପିତ କରିବାର କ୍ଷମତା ଉପରେ ଧ୍ୟାନ ଦେବ ।

ୟୁଏନଇପି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଙ୍ଗର୍ ଆଣ୍ଡରସେନ୍ କହିଛନ୍ତି ଯେ ଆମେ ଚାହିଁଲେ କିମ୍ବା ନଚାହିଁଲେ ବି ପ୍ରକୃତି ସହିତ ଅନ୍ତରଙ୍ଗ ଭାବରେ ଜଡିତ । ଯଦି ଆମେ ପ୍ରକୃତିର ଯତ୍ନ ନେଉ ନାହୁଁ, ତେବେ ଆମେ ନିଜ ଯତ୍ନ ନେଇ ପାରିବୁ ନାହିଁ ।

ବର୍ତ୍ତମାନର ମହାମାରୀରୁ ବିଶ୍ବ ନିସ୍ତାର ପାଇବା ସହ ବିଶ୍ବରେ ମହାମାରୀର ସଂକ୍ରମଣ ରୋକିବାର ଆବଶ୍ୟକତା ରହିଛି । ଏହାସହ ଦୁର୍ବଳ ଲୋକ ଏବଂ ଅର୍ଥନୀତି ଉପରେ ଏହାର ସମ୍ଭାବ୍ୟ ଭୟଙ୍କର ପ୍ରଭାବକୁ ଦୂର କରିବାକୁ ମଧ୍ୟ ଆବଶ୍ୟକତା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.