ETV Bharat / bharat

ବ୍ରିଟେନର ଦାବି, 90ମିନିଟରେ ହେବ ରାପିଡ ସ୍ବାବ ଟେଷ୍ଟ

ଏବେ ଦୁଇଟି ନୂତନ ପରୀକ୍ଷା ଦ୍ବାରା କୋରୋନା ଭୂତାଣୁ ଏବଂ ଫ୍ଲୁ ର ଯାଞ୍ଚ କରିବ ବ୍ରିଟେନ । ତେବେ 90 ମିନିଟରେ ପରୀକ୍ଷା ଫଳାଫଳ ହାସଲ କରାଯିବ ବୋଲି ବ୍ରିଟେନ ଦାବି କରିଛି । ତେବେ ଏହି ନୂତନ ରାପିଡ ସ୍ବାବ୍ ପରୀକ୍ଷାକୁ ଲ୍ୟାମ୍ପୋର କୁହାଯାଉଛି। ଅଧିକ ପଢନ୍ତୁ...

 ଲ୍ୟାମ୍ପୋର୍ ମାଧ୍ୟମରେ ଚିହ୍ନଟ ହେବ କୋରୋନା ଓ ଫ୍ଲୁ, ଆସନ୍ତା ସପ୍ତାହରୁ ଆରମ୍ଭ

author img

By

Published : Aug 4, 2020, 12:28 PM IST

ଲଣ୍ଡନ: ସାରା ବିଶ୍ବ ପାଇଁ ବର୍ତ୍ତମାନ ଆତଙ୍କ ଆଣିଛି ମହମାରୀ କୋରୋନା । ଆଉ ଏଥିରୁ ମୁକୁଳିବା ପାଇଁ ଲାଗି ପଡ଼ିଛନ୍ତି ସବୁ ଦେଶର ବିଶେଷଜ୍ଞ । ଏବେ ଦୁଇଟି ନୂତନ ପରୀକ୍ଷା ଦ୍ବାରା କୋରୋନା ଭୂତାଣୁ ଏବଂ ଫ୍ଲୁ ର ଯାଞ୍ଚ କରିବ ବ୍ରିଟେନ । ତେବେ 90 ମିନିଟରେ ପରୀକ୍ଷା ଫଳାଫଳ ହାସଲ କରାଯିବ ବୋଲି ବ୍ରିଟେନ ଦାବି କରିଛି । ଏହା ବର୍ତ୍ତମାନର ପରୀକ୍ଷଣ କ୍ଷମତା ବୃଦ୍ଧି କରିବ ଏବଂ ଶୀତ ଆସିବା ପୂର୍ବରୁ କୋରୋନା ସଂକ୍ରମଣର ସମ୍ପ୍ରସାରଣକୁ ସୀମିତ କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ଆସନ୍ତା ସପ୍ତାହରୁ ବ୍ରିଟେନରେ କୋରୋନା ଏବଂ ଫ୍ଲୁର ପରୀକ୍ଷା ନୂତନ ରାପିଡ ଟେଷ୍ଟ ମାଧ୍ୟମରେ କରାଯିବ । ଏହି ନୂତନ ରାପିଡ ସ୍ବାବ୍ ପରୀକ୍ଷାକୁ ଲ୍ୟାମ୍ପୋର କୁହାଯାଉଛି। ଏହାର ପ୍ରଥମ ବ୍ୟବହାର କେୟାର ହାଉସ୍ ଏବଂ ଲ୍ୟାବରେ ହେବ ।ଯାହା ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ -19 ଏବଂ ଅନ୍ୟାନ୍ୟ ରୋଗ ମଧ୍ୟରେ ପାର୍ଥକ୍ୟ କରିବାରେ ସାହାଯ୍ୟ କରିବ ।

ଆସନ୍ତା ସପ୍ତାହରୁ ଡାକ୍ତରଖାନା, ନର୍ସିଂହୋମ ଏବଂ ଲ୍ୟାବରେ ପରୀକ୍ଷା କରିବାର କ୍ଷମତା 5.8 ମିଲିୟନକୁ ବୃଦ୍ଧି କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ପରୀକ୍ଷା କାର୍ଯ୍ୟକାରୀ କରିବା ପାଇଁ ଅଧିକ ଡାକ୍ତରୀ ତାଲିମ ଆବଶ୍ୟକ ହେବ ନାହିଁ । ଏହାର ଅର୍ଥ ହେଉଛି ପରୀକ୍ଷା ମଧ୍ୟ କ୍ଲିନିକାଲ୍ ପରିବେଶ ବାହାରେ କରାଯାଇପାରିବ । ସେପ୍ଟେମ୍ବରରୁ NHS ଡାକ୍ତରଖାନାରେ 5000 ମେସିନ୍ ସ୍ଥାପନ କରାଯିବ, ଯେଉଁଠାରୁ ନାକ ସ୍ବାବ୍ ନମୁନା ସଂଗ୍ରହ କରାଯାଇପାରିବ ବୋଲି ବିଶ୍ୱାସ କରାଯାଏ। ତେବେ 5 ହଜାର ମେସିନରୁ 58 ଲକ୍ଷ ପରୀକ୍ଷା କରିବାକୁ ଦାବି କରାଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.