ଇସଲାମବାଦ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ବିଶ୍ବର 120ଟି ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସ ପାକିସ୍ତାନରେ ବର୍ତ୍ତମାନ ସୁଦ୍ଧା 18806 ଲୋକଙ୍କୁ ନିଜ କବଳିତ କରିଛି ।ଏଥିସହ ଏହି ଭାଇରସ କାରଣରୁ ପାକିସ୍ତାନରେ 432 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ଡନ୍ର ତଥ୍ୟ ଅନୁଯାୟୀ, ପାକିସ୍ତାନର ପଞ୍ଜାବରୁ 6854 ମାମଲା, ସିନ୍ଧରୁ 7102 ମାମଲା, କେପିରୁ 2907 ଏବଂ ବାଲଚିସ୍ତାନରୁ 1172 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା ପାକିସ୍ତାନରେ ଗତ 24 ଘଣ୍ଟା ମଧ୍ୟରେ 15 ଜଣ ଡାକ୍ତରଙ୍କ ସମେତ 18 ଜଣ ସ୍ୱାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ସେହିପରି ୟୁରୋପର ଇଟାଲୀ, ସ୍ପେନ୍ ଏବଂ ଫ୍ରାନ୍ସ ଭଳି ଦେଶରେ ମଧ୍ୟ କୋରୋନା ଭାଇରସ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ଏହି ଦେଶ ମାନଙ୍କରେ କୋରୋନା କାରଣରୁ ପ୍ରତ୍ୟେକ 23 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି ଆମେରିକାରେ ମଧ୍ୟ କୋରୋନା କାରଣରୁ ପ୍ରତ୍ୟେକ ଦିନ 1000ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଉଥିବା ବେଳେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 67 ହଜାର ପାର କରିଛି ।