ETV Bharat / bharat

ଯୋଗାଡ ନୁହେଁ, ଉପଯୁକ୍ତ ବ୍ୟବସ୍ଥା ଦ୍ବାରା କୋରୋନା ନିୟନ୍ତ୍ରିତ ହେବ: ମାୟାବତୀ - ବହୁଜନ ସମାଜ ପାର୍ଟୀ

ବହୁଜନ ସମାଜ ପାର୍ଟୀ ମୁଖ୍ୟ ମାୟାବତୀ ୟୁପି ସରକାରଙ୍କ ସମେତ କେନ୍ଦ୍ର ସରକାରଙ୍କୁ କୋରୋନା ପ୍ରତିକ୍ରିୟା ନେଇ ସୋମବାର ଟାର୍ଗେଟ କରି କହିଛନ୍ତି, କୋରୋନା ଭାଇରସ ‘ଯୋଗାଡ’ ଦ୍ବାରା ନୁହେଁ ଉପଯୁକ୍ତ ବ୍ୟବସ୍ଥା ଦ୍ବାରା ନିୟନ୍ତ୍ରିତ ହେବ ।

corona
‘ଯୋଗାଡ’ ଦ୍ବାରା କୋରୋନା ଭାଇରସ ନିୟନ୍ତ୍ରଣ ହେବନି
author img

By

Published : Jul 20, 2020, 1:47 PM IST

ଲକ୍ଷ୍ନୌ: ୟୁପି ସରକାରଙ୍କ ସମେତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମାୟାବତୀ । ବହୁଜନ ସମାଜ ପାର୍ଟୀ ମୁଖ୍ୟ ମାୟାବତୀ ୟୁପି ସରକାରଙ୍କ ସମେତ କେନ୍ଦ୍ର ସରକାରଙ୍କୁ କୋରୋନା ପ୍ରତିକ୍ରିୟା ନେଇ ସୋମବାର ଟାର୍ଗେଟ କରି କହିଛନ୍ତି, କୋରୋନା ଭାଇରସ ‘ଯୋଗାଡ’ ଦ୍ବାରା ନୁହେଁ ଉପଯୁକ୍ତ ବ୍ୟବସ୍ଥା ଦ୍ବାରା ନିୟନ୍ତ୍ରିତ ହେବ ।

ୟୁପିରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହା ଏକ ଚିନ୍ତାର ବିଷୟ । ଏଭଳି ପରିସ୍ଥିତିରେ ଦେଶର ଗରିବ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହି ସ୍ଥିତି ଉପରେ ଧ୍ୟାନ ଦେବା ଦରକାର । କୋରୋନା ଯୋଗାଡ ଦ୍ବାରା ନୁହେଁ ବରଂ ଉପଯୁକ୍ତ ବ୍ୟବସ୍ଥା ଦ୍ବାରା ନିୟନ୍ତ୍ରିତ ହେବ ବୋଲି ମାୟାବତୀ ହିନ୍ଦୀରେ ଏକ ଟ୍ବିଟ କରିଛନ୍ତି ।

ତେବେ ୟୁପି ସମେତ ସମଗ୍ର ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ପରିସ୍ଥିତିକୁ ଦେଖି ମାୟାବତୀ ଏପରି ଟ୍ବିଟ କରିଛନ୍ତି । ଆଉ ଏକ ଟ୍ବିଟରେ ମାୟାବତୀ କହିଛନ୍ତି, ଲକଡାଉନରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବେକାରୀ କାରଣରୁ ସେମାନେ କାମ ଖୋଜୁଛନ୍ତି । କାମ ନମିଳିବାରୁ ସେମାନେ ଚିନ୍ତାଗ୍ରସ୍ତ ଅଛନ୍ତି । ଏଭଳି ସ୍ଥିତି ଏକ ଚିନ୍ତାଜନକ ବିଷୟ ଅଟେ ।

ବର୍ତ୍ତମାନ ୟୁପିରେ 49247 କୋରୋନା ମାମଲା ରହିଛି । ଏଥିସହ 1146 ଆକ୍ରାନ୍ତର କୋରୋନାରେ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.