ETV Bharat / bharat

ସାବଧାନ ! କୋରୋନା ରୋଗୀଙ୍କ ଆଖି ଲୁହରୁ ବ୍ୟାପୁଛି ସଂକ୍ରମଣ - covid-19-infected-patients-tears

ମହାମାରୀ ପାଇଁ ବର୍ତ୍ତମାନ ସମୟରେ ମାଷ୍ଟରଷ୍ଟ୍ରୋକ୍ ପାଲଟିଛି ଫେସ ମାସ୍କ। ଯାହାକୁ ବ୍ୟବହାର କରିବା ଦ୍ବାରା ଜଣେ ବ୍ୟକ୍ତିଙ୍କ ପାଖରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ବ୍ୟାପୁନି। ଗବେଷକମାନେ ପୂର୍ବରୁ କହିଥିଲେ ଯେ କୋରୋନା ଅତ୍ୟଧିକ ବିପଦ ଆଖିକୁ ରହିଛି ହେଲେ ଏବେ ଆଖି ଲୁହ ଦ୍ବାରା ସଂକ୍ରମଣ ବ୍ୟାପୁଛି ବୋଲି ସେମାନେ ମତ ରଖିଛନ୍ତି।

ସାବଧାନ ! କୋରୋନା ରୋଗୀଙ୍କ ଆଖି ଲୁହରୁ ବ୍ୟାପୁଛି ସଂକ୍ରମଣ

author img

By

Published : Jun 5, 2020, 7:58 AM IST

ହାଇଦ୍ରାବାଦ: ବଢିଚାଲିଛି କୋରୋନା କାୟା। ସଂକ୍ରମଣର କୋପରେ ସଢୁଛନ୍ତି ବିଶ୍ବବାସୀ। ସମସ୍ତେ ଏହି ଅଜଣା ଭାଇରସର ପାଦ୍ରୁଭାବରେ ଭୟ ଓ ଭ୍ରାନ୍ତିରେ କାଳାତିପାତ କରୁଛନ୍ତି। ଏହା ଭିତରେ ଆଶାର ଆଲୋକ ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି। ତାହା ହେଉଛି ଭାଇରସ ନିପାତ ପାଇଁ ଔଷଧର ଉଦ୍ଭାବନ। ତେବେ ସବୁଠୁ ବଡ କଥା ହେଉଛି ଔଷଧ ନବାହାରିବା ପର୍ଯ୍ୟନ୍ତ ସାମାଜିକ ଦୂରତା, ଫେସ ମାସ୍କ, ସଫାସୁତରା ଓ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ ହୋଇପଡିଛି।

ମହାମାରୀ ପାଇଁ ବର୍ତ୍ତମାନ ସମୟରେ ମାଷ୍ଟରଷ୍ଟ୍ରୋକ୍ ପାଲଟିଛି ଫେସ ମାସ୍କ। ଯାହାକୁ ବ୍ୟବହାର କରିବା ଦ୍ବାରା ଜଣେ ବ୍ୟକ୍ତିଙ୍କ ପାଖରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ବ୍ୟାପୁନି। ଗବେଷକମାନେ ପୂର୍ବରୁ କହିଥିଲେ ଯେ କୋରୋନା ଅତ୍ୟଧିକ ବିପଦ ଆଖିକୁ ରହିଛି ହେଲେ ଏବେ ଆଖି ଦ୍ବାରା ସଂକ୍ରମଣ ବ୍ୟାପୁଛି ବୋଲି ସେମାନେ ମତ ରଖିଛନ୍ତି।

କୋରୋନା ଜୀବାଣୁ ବିଷୟରେ ଅଧିକ ଲୋକ ଜାଣିଛନ୍ତି ଯେ ଏହା ନାକ ଏବଂ ପାଟିରେ ବ୍ୟାପିଛି, କିନ୍ତୁ ବର୍ତ୍ତମାନ ଡାକ୍ତରମାନେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଡାକ୍ତରମାନେ କହିଛନ୍ତି ଯେ କୋରୋନା ଜୀବାଣୁ ମଧ୍ୟ ଆଖିରେ ବ୍ୟାପିପାରେ। ତେବେ କାନ ମାଧ୍ୟମରେ ଏହାର ବିସ୍ତାର ହେବାର ସମ୍ଭାବନାକୁ ସେ ଅସ୍ୱୀକାର କରିଛନ୍ତି।

ଡାକ୍ତରମାନେ କହିଛନ୍ତି ଯେ ଯଦି ସଂକ୍ରମିତ ବ୍ୟକ୍ତି କାଶ କିମ୍ବା ଛିଙ୍କନ୍ତି, ତେବେ ସଂକ୍ରମଣ ନାକ ଏବଂ ପାଟି ସହିତ ଆଖି ମାଧ୍ୟମରେ ଶରୀରକୁ ପ୍ରବେଶ କରିପାରେ। ଜୀବାଣୁ ସଂକ୍ରମିତ ହାତରେ ଆଖିକୁ ସ୍ପର୍ଶ କରି ସଂକ୍ରମଣ ବିସ୍ତାର ହେବାର ସମ୍ଭାବନା ଅଛି । ଆହୁରି ମଧ୍ୟ, ସଂକ୍ରମିତ ବ୍ୟକ୍ତିଙ୍କ ଲୁହରୁ ଏହି ସଂକ୍ରାମକ ରୋଗ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଛି ।

ସଂକ୍ରମିତ ବ୍ୟକ୍ତିର ଲୁହର ସଂସ୍ପର୍ଶରେ କୌଣସି ବ୍ୟକ୍ତି ଆସିରେ ତାହା ଜଣେ ସୁସ୍ଥ ଲୋକ ପ୍ରତି ବିପଦ ଆଣିଦେବ। ତେଣୁ ଭାଇରସ ଠୁ ଦୂରେଇବା ପାଇଁ ସତର୍କ,ସଚେତନ ଓ ସଜାଗ ରହିବା ଜରୁରୀ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.