ETV Bharat / bharat

କୋରୋନା ଆକ୍ରାନ୍ତଙ୍କୁ ମିଳୁ ଜରୁରୀକାଳିନ ଭତ୍ତା: ଦିଲ୍ଲୀ କଂଗ୍ରେସ - Corona Warriors get emergency allowance

ଯେଉଁମାନେ କୋରୋନା ଭାଇରସ ସହ ମୁକାବିଲା କରୁଛନ୍ତି, ଯେପରିକି ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ସାନିଟାଇଜେସନ ୱାର୍କର, ପୋଲିସ କର୍ମୀ, କୋରୋନା ଆକ୍ରାନ୍ତଙ୍କୁ କୋରୋନା ଭାଇରସର ସ୍ପେସିଆଲ ଏମର୍ଜେନ୍ସି ତଥା ସ୍ବତନ୍ତ୍ର ଜରୁରୀକାଳିନ ଭତ୍ତା ଦେବା ପାଇଁ ଦିଲ୍ଲୀ ସରକାରଙ୍କୁ ଦାବି କରିଛି କଂଗ୍ରେସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ଆକ୍ରାନ୍ତଙ୍କୁ ମିଳୁ ଜରୁରୀକାଳିନ ଭତ୍ତା

author img

By

Published : Apr 14, 2020, 12:45 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ପାଇଁ ଦିଲ୍ଲୀ କଂଗ୍ରେସର ନୂତନ ଦାବି । ଆଗଧାଡିରେ ଠିଆ ହୋଇ ଯେଉଁମାନେ କୋରୋନା ଭାଇରସ ସହ ମୁକାବିଲା କରୁଛନ୍ତି, ଯେପରିକି ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ସାନିଟାଇଜେସନ ୱାର୍କର, ପୋଲିସ କର୍ମୀ, କୋରୋନା ଆକ୍ରାନ୍ତଙ୍କୁ କୋରୋନା ଭାଇରସର ସ୍ପେସିଆଲ ଏମର୍ଜେନ୍ସି ତଥା ସ୍ବତନ୍ତ୍ର ଜରୁରୀକାଳିନ ଭତ୍ତା ଦେବା ପାଇଁ ଦିଲ୍ଲୀ ସରକାରଙ୍କୁ ଦାବି କରିଛି କଂଗ୍ରେସ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖାଯାଇଥିବା ଏକ ଚିଠିରେ ପ୍ରଦେଶ କଂଗ୍ରେସ ଇକାଇର ପ୍ରମୁଖ ଅନୀଲ ଚୌଧୁରୀ କହିଛନ୍ତି, କୋଭିଡ-19 ମହାମାରୀ ବିରୋଧରେ ଲଢାଇ କରିବା ପାଇଁ ଦଳ ସରକାର ସହ ଠିଆ ହୋଇଛି, ହେଲେ ସରକାର ଏହି ଦାବିକୁ ପୂରଣ କରିବା ଦରକାର । ସେ ପୁଣି କହିଛନ୍ତି, ଲୋକନାୟକ ଡାକ୍ତରଖାନାରେ ଯେଉଁ ନର୍ସ ମାନଙ୍କୁ କୋଭିଡ-19 ସଂକ୍ରମିତର ଚିକିତ୍ସା ଚାଲିଥିଲା ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ଆଦେଶ ଦିଆଗଲା । ହେଲେ ସେମାନଙ୍କୁ ସେହି ବିଲ୍ଡିଂରେ ରଖାଯାଇଛି ଯେଉଁଠି ଅନ୍ୟ କୋରୋନ ସଂକ୍ରମିତଙ୍କୁ ରଖାଯାଇଛି ।

ଏସବୁକୁ ଦୃଷ୍ଟିରେ ରଖି କଂଗ୍ରେସ ଅଭିଯୋଗ କରିଛି ଯେ ଏହି ଆକ୍ରାନ୍ତ ନର୍ସମାନଙ୍କୁ ଅଲଗା ରୁମ ଦିଆଯାଉ, ଯେଉଁଥିରେ ଶୌଚାଳୟ ସେହି ରୁମରେ ରହିଥିବା । ସମସ୍ତଙ୍କ ପାଇଁ ଅଲଗା ଅଲଗା ଶଯ୍ୟା ଦିଆଯାଉ । ଦିଲ୍ଲୀ ପୋଲିସ ଦ୍ବାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲାଜୀ ଡାକ୍ତରଖାନାର ଷ୍ଟାଫ, ଡାକ୍ତର, ନର୍ସ ମାରପିଟ ଏବଂ ଦୁର୍ବ୍ୟବହାର କରାଯାଇଛି । କଂଗ୍ରେସର ରାଜ୍ୟ ସମୂହ ଏହାମଧ୍ୟ ଆରୋପ ଲଗାଇଛି ଯେ ସୁବିଧା ଏବଂ କୋରୋନା ପରୀକ୍ଷା କିଟର ଅଭାବ ଯୋଗୁଁ କୋରୋନା ଆକ୍ରାନ୍ତଙ୍କ ଠିକ ଭାବେ ଚିକିତ୍ସା କରାଯାଇପାରୁନାହିଁ ।

@IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.