ETV Bharat / bharat

ସରକାରଙ୍କୁ ଚିନ୍ତା, ଶୀତକାଳୀନ ଅଧିବେଶନ ପୂର୍ବରୁ ହେବ ସାଂସଦଙ୍କ କୋରୋନା ଟେଷ୍ଟ

କୋରୋନା ଭାଇରସ ସଙ୍କଟ ମଧ୍ୟରେ ସଂସଦର ଶୀଳକାଳିନ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । 14 ସେପ୍ଟେମ୍ବରରୁ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଅନେକ ପ୍ରକାର ସାବଧାନତା ଗ୍ରହଣ କରାଯାଉଛି ।

ଶୀତକାଳିନ ଅଧିବେଶନ
ଶୀତକାଳିନ ଅଧିବେଶନ
author img

By

Published : Aug 29, 2020, 12:43 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ମଧ୍ୟରେ ସଂସଦର ଶୀଳକାଳୀନ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । 14 ସେପ୍ଟେମ୍ବରରୁ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଅନେକ ପ୍ରକାର ସାବଧାନତା ଗ୍ରହଣ କରାଯାଉଛି । ଅଧିବେଶନ ଆରମ୍ଭର 72 ଘଣ୍ଟା ପୂର୍ବରୁ ସମସ୍ତ ସାଂସଦଙ୍କ କୋରୋନା ପରୀକ୍ଷା କରାଯିବ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ କହିବାନୁସାରେ, ସମସ୍ତ ସାଂସଦଙ୍କ ସମେତ ସେମାନଙ୍କ ପରିବାରର ମଧ୍ୟ କୋରୋନା ପରୀକ୍ଷା କରାଯିବ ।

ଏହାସହ ସଂସଦ ଆରମ୍ଭ ହେବା ପୂର୍ବରୁ ସେଣ୍ଟ୍ରାଲ ହଲର ସମସ୍ତ ପାସକୁ ରଦ୍ଦ କରାଯାଇଛି । ଶୁକ୍ରବାର ସଂସଦର ଶୀତକାଳୀନ ଅଧିବେଶନର ଅନ୍ତିମ ପ୍ରସ୍ତୁତି ନେଇ ଏମ୍ସ, ଆଇସିଏମଆର, ଡିଆରଡିଓ ଓ ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ବିଶେଷଜ୍ଞଙ୍କ ସହ ଓମ୍ ବିର୍ଲା ବୈଠକ କରିଛନ୍ତି । ସଂସଦ ମଧ୍ୟରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଂ ଓ ଥର୍ମାଲ ଗନ୍ ମାଧ୍ୟମରେ ତାପମାତ୍ରା ଯାଞ୍ଚ କରାଯିବ । ଏହି ସମୟରେ ସ୍ବାସ୍ଥ୍ୟ ସମସ୍ୟାକୁ ବିଶେଷ ଗୁରୁତ୍ବ ଦିଆଯିବ । ଏହାସହ 40ଟି ସ୍ଥାନରେ ଟଚଲେସ୍ ସାନିଟାଇଜର୍ ଲଗାଯିବ । ଜରୁରୀକାଳୀନ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ । ସମଗ୍ର ପରିସରରେ କୋଭିଡ-19ରୁ ରକ୍ଷା ନେଇ ନିର୍ଦ୍ଦେଶନାମା ଜାରି କରାଯିବ ।

ସାଂସଦଙ୍କ ବ୍ୟତିତ ଅଧିବେଶନର ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସ୍ବାସ୍ଥ୍ୟ ମଧ୍ୟ ଯାଞ୍ଚ କରାଯିବ । ଏଥିପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯିବା ସହ ଆବଶ୍ୟକ ପଡିଲେ କର୍ମଚାରୀଙ୍କ ସଂଖ୍ୟାକୁ କମାଯିବ । ଅଧିବେଶନ ସମୟରେ ଲୋକସଭା ଓ ରାଜ୍ୟସଭାର ସର୍ବାଧିକ ଗଣମାଧ୍ୟମ ବ୍ୟକ୍ତିଙ୍କ ସଂଖ୍ୟା 100 ହେବ । ପ୍ରତ୍ୟେକ ଗଣମାଧ୍ୟମ ବ୍ୟକ୍ତିଙ୍କ କୋରୋନା ପରୀକ୍ଷା ହେବ। ତେବେ ମାର୍ଚ୍ଚରେ କୋରୋନା ସଙ୍କଟ ପରେ ସଂସଦ ଅଧିବେଶନ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି, ଏଥିପାଇଁ ଅନେକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପ୍ରକାଶଥାଉକି, ଏହି ଅଧିବେଶନରେ କୋରୋନା ସଙ୍କଟ ହେତୁ ଅନେକ ସତର୍କତା ଅବଲମ୍ବନ କରାଯାଉଛି। 14 ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ 1 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ସଂସଦର ମୋଟ 18 ଟି ଅଧିବେଶନ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଉଭୟ ଗୃହ ସିଫ୍ଟ ଅନୁଯାୟୀ ଚାଲିବ। ରାଜ୍ୟସଭା ପ୍ରତ୍ୟେକ ଦିନର ପ୍ରଥମ 4 ଘଣ୍ଟା ଓ ଆଗାମୀ 4 ଘଣ୍ଟା ପାଇଁ ଲୋକସଭା କାର୍ଯ୍ୟ କରିବ। ଅନ୍ୟପକ୍ଷେ ଏହି ଅବଧି ମଧ୍ୟରେ କୌଣସି ଛୁଟି ରହିବ ନାହିଁ ଅର୍ଥାତ୍ ଶନିବାର-ରବିବାର ମଧ୍ୟ ଗୃହ ଚାଲିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.