ETV Bharat / bharat

ବିନା ଲକ୍ଷଣ ଥିବା କୋରୋନା ଆକ୍ରାନ୍ତଙ୍କ ପାଇଁ ବିପଦ ଅଧିକ - corona virus may become silent killer for patients

ଲକ୍ଷଣ ଆଦୌ ଦେଖା ଯାଉନଥିବା କୋରୋନା ଆକ୍ରାନ୍ତଙ୍କ ପାଇଁ ରହିଛି ଅଧିକ । ଅଚାନକ ହୋଇପାରେ ଏମାନଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ବିନା ଲକ୍ଷଣ ଥିବା କୋରୋନା ଆକ୍ରାନ୍ତଙ୍କ ପାଇଁ ବିପଦ ଅଧିକ

author img

By

Published : Jul 6, 2020, 12:54 PM IST

ନୂଆଦିଲ୍ଲୀ: ବିଶ୍ବରେ କାୟା ମେଲୁଛି କୋରୋନା । କୋଟିଏରୁ ଊର୍ଦ୍ଧ୍ବ ଲୋକେ କିଲର କୋରୋନା ଭାଇରସରେ ଆକ୍ରାନ୍ତ ହେଲେଣି । ଯାହା ଏବେ ସମଗ୍ର ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଭାଇରସ ବାରମ୍ବାର ତାହାର ଲକ୍ଷଣ ପରିବର୍ତ୍ତନ କରୁଛି ଯାହା ମାନବ ସମାଜ ପାଇଁ କ୍ଷତିକାରକ ।

ସାଧାରଣତଃ କୋରୋନା ଆକ୍ରାନ୍ତ ହେଉଥିବା ବ୍ୟକ୍ତି ଲକ୍ଷଣ ଦେଖାଯାଉଥିବା ବେଳେ ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଲକ୍ଷଣ ଦେଖାଦେଇ ନଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ବ୍ୟକ୍ତି ଜଣକ କୋରୋନା ପଜିଟିଭ ହୋଇଥିବା ଜଣାପଡିଥାଏ । ଏପରିସ୍ଥଳେ ଏହି ଆକ୍ରାନ୍ତ ଏତେ କ୍ଷତି କାରକ ନୁହେଁ ବୋଲି କୁହାଯାଉଥିବା ବେଳେ ଏବେ ଆସିଛି ଆଶ୍ଚର୍ଯ୍ୟକର ତଥ୍ୟ ।

ଏକ ଅଧ୍ୟୟନରୁ ଜଣାପଡିଛି, ଯେଉଁ ଆକ୍ରାନ୍ତଙ୍କ ଶରୀରରେ କୋରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଏନାହିଁ, ସେମାନଙ୍କ ପ୍ରତି ଅଧିକ ବିପଦ ରହିଛି । ଭାଇରସ ପ୍ରଥମେ ମଣିଷ ଶରୀରକୁ ଆଟାର୍କ କରି ଦୁର୍ବଳ କରିଦିଏ । ଅଚାନକ ଏମାନଙ୍କର ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ଅଧିକ ରହିଛି ।

ଏକ ରିପୋର୍ଟରେ ଜଣାପଡିଛି କି, ଭାରତରେ ପ୍ରାୟ 80 ପ୍ରତିଶତ ଏପରି କୋରୋନା ଆକ୍ରାନ୍ତ ଅଟନ୍ତି । ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି, ବିଶ୍ବରେ ଏପରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6ରୁ 41 ପ୍ରତିଶତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.