ETV Bharat / bharat

ଆଜି ଠାରୁ ଦିଲ୍ଲୀରେ ଶସ୍ତା ହେଲା ମଦ - ଆଜି ଠାରୁ ଦିଲ୍ଲୀରେ ଶସ୍ତା ହେଲା ମଦ

ମଦ ଉପରୁ ହଟିଲା 70 ପ୍ରତିଶତ ଅତିରିକ୍ତ କୋରୋନା ଟ୍ୟାକ୍ସ । ସେପଟେ ସମସ୍ତ ପ୍ରକାର ମଦ ଉପରେ 25 ପ୍ରତିଶତ ଭାଟ ଲାଗିଛି । ଅଧିକ ପଢନ୍ତୁ...

ଆଜି ଠାରୁ ଦିଲ୍ଲୀରେ ଶସ୍ତା ହେଲା ମଦ
ଆଜି ଠାରୁ ଦିଲ୍ଲୀରେ ଶସ୍ତା ହେଲା ମଦ
author img

By

Published : Jun 10, 2020, 8:01 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ କମିଲା ମଦ ଦର । 70 ପ୍ରତିଶତ କୋରୋନା ଟ୍ୟାକ୍ସକୁ ପ୍ରତ୍ୟାହାର କଲେ ଦିଲ୍ଲୀ ସରକାର । ତେବେ ସରକାର ସମସ୍ତ ପ୍ରକାରର ମଦ ଉପରେ 25 ପ୍ରତିଶତ ଭାଟ ଲଗାଯାଇଛି । ପୂର୍ବରୁ ଏହା 20 ପ୍ରତିଶତ ରହିଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ‘ସ୍ପେଶାଲ କୋରୋନା ଫି’ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି।

ଲକଡାଉନ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ମଦ ଦୋକାନ ଖୋଲିବା ପରେ ମଦ ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସଂକ୍ରମଣ ସମୟରେ ଏପରି ଭିଡକୁ ଦେଖି ଦିଲ୍ଲୀ ସରକାର ମଦ ଉପରେ 70 ପ୍ରତିଶତ ଅତିରିକ୍ତ ଟ୍ୟାକ୍ସ ଲଗାଇ ଦରଦାମ ବୃଦ୍ଧି କରିଥିଲେ ।

ଦେଶରେ ମଙ୍ଗଳବାର ରେକର୍ଡ ସଂଖ୍ୟକ 9987 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଫଳରେ କୋରୋନା ପଜିଟିଭ ସଂଖ୍ୟା 26 ଲକ୍ଷ 65 ହଜାର 589ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା 7 ହଜାର 466 ରିପୋର୍ଟ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.