ETV Bharat / bharat

କୋରୋନା ଭାଇରସ: 11ଶହ ଟପିଲା ମୃତ୍ୟୁ ସଂଖ୍ୟା

author img

By

Published : Feb 12, 2020, 8:57 AM IST

Updated : Feb 12, 2020, 10:01 AM IST

କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା 1110କୁ ପହଞ୍ଚିଛି । ସେହିପରି ପ୍ରାୟ 42,000 ରୁ ଊର୍ଦ୍ଧ୍ବ ବ୍ୟକ୍ତି ଏଥିରେ ଆକ୍ରାନ୍ତ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

Corona virus
କୋରୋନା ଭାଇରସ

ବେଜିଂ: କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା 1110କୁ ପହଞ୍ଚିଛି । ସେହିପରି ପ୍ରାୟ 42,000ରୁ ଊର୍ଦ୍ଧ୍ବ ବ୍ୟକ୍ତି ଏଥିରେ ଆକ୍ରାନ୍ତ ଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଜେନିଭାରେ ଏକ ବୈଠକ କରିଛି । ସଂକ୍ରମଣ ମାମଲାର ଯାଞ୍ଚକୁ ତୀବ୍ର କରିବା ଏବଂ ଏହାର ନିରାକରଣ ପାଇଁ ଔଷଧ, ଟିକା ଉପଲବ୍ଧ କରାଇବା ଓ ଏହାର ସଂକ୍ରମଣକୁ ରୋକିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା ।

ସେପଟେ କୋରୋନା ଭାଇରସର ଉତ୍ପତିସ୍ଥଳ ଚୀନର ଉହାନରୁ ନିଜ ନିଜ ନାଗରିକଙ୍କୁ ଉଦ୍ଧାର କରିବାରେ ଲାଗିପଡିଛନ୍ତି ବିଭିନ୍ନ ଦେଶ । ଏହି କ୍ରମରେ ନେପାଳ ଉହାନରେ ଫସିଥିବା ତା'ର 180 ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ପ୍ରସ୍ତୁତି କରୁଛି । ନେପାଳ ସରକାର କିଛି ଦିନ ମଧ୍ୟରେ ନେପାଳ ଏୟାରଲାଇନ୍ସର ଚାଟାର୍ଡ ବିମାନ ଜରିଆରେ ସେମାନଙ୍କୁ ଉଦ୍ଧାର କରିବେ ବୋଲି ଜଣାପଡିଛି । ସରକାର ଫେବୃଆରୀ ମଧ୍ୟ ଆଡକୁ ଏହି ବିମାନ ଚୀନକୁ ପଠାଇବେ । ବେଜିଂ ସ୍ଥିତ ନେପାଳ ଦୂତାବାସ ସମସ୍ତ 180 ନାଗରିକଙ୍କ ସମ୍ପର୍କରେ ଥିବା ଜଣାପଡିଛି ।

Last Updated : Feb 12, 2020, 10:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.