ETV Bharat / bharat

କୋରୋନା: ଭାରତର 5ଟି ରାଜ୍ୟରେ 69ପ୍ରତିଶତ ସଂକ୍ରମଣ ସହ ଆରୋଗ୍ୟ ହାର 50.59 ପ୍ରତିଶତ

author img

By

Published : Jun 14, 2020, 4:15 PM IST

ଭାରତରେ କୋରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ରବିବାର ଭାରତରେ କୋରୋନା ରୋଗୀଙ୍କ ମୋଟ ସଂଖ୍ୟା 3,20,922 କୁ ବୃଦ୍ଧି ପାଇଛି । ଏହି ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ 9,195 ରୋଗୀଙ୍କର ମୃତ୍ୟୁ ହୋଇଛି ।

ଆରୋଗ୍ୟତା ହାର 50.59 ପ୍ରତିଶତ
ଆରୋଗ୍ୟତା ହାର 50.59 ପ୍ରତିଶତ

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ରବିବାର ଭାରତରେ କୋରୋନା ରୋଗୀଙ୍କ ମୋଟ ସଂଖ୍ୟା 3,20,922 କୁ ବୃଦ୍ଧି ପାଇଛି । ଏହି ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ 9,195 ରୋଗୀଙ୍କର ମୃତ୍ୟୁ ହୋଇଛି। ଗତ 24 ଘଣ୍ଟା ମଧ୍ୟରେ 11,929 ନୂଆ ମାମଲା ରିପୋର୍ଟ କରାଯାଇଛି କିନ୍ତୁ 5 ଟି ରାଜ୍ୟରେ ସର୍ବାଧିକ ମାମଲା। ଭାରତରେ ମୋଟ ମାମଲାର 69 ପ୍ରତିଶତ କେବଳ 5 ଟି ରାଜ୍ୟରେ ଅଛି ।

ଏହି 5ଟି ରାଜ୍ୟ ହେଉଛି ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ ଓ ରାଜସ୍ଥାନ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି 5ଟି ରାଜ୍ୟରେ 69.06 ପ୍ରତିଶତ କୋରୋନା ସଂକ୍ରମଣ ମାମଲା ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରହିଛି ।

ମହାରାଷ୍ଟ୍ରରେ ସମୁଦାୟ 1,04,568 ମାମଲା ରିପୋର୍ଟ ହୋଇଛି । ମୋଟ୍ ରିପୋର୍ଟ ହୋଇଥିବା ମାମଲା ଗୁଡିକର 32.58 ପ୍ରତିଶତ ମହାରାଷ୍ଟ୍ରରେ । ଦେଶରେ ଏକ ତୃତୀୟାଂଶ ମାମଲା କେବଳ ମହାରାଷ୍ଟ୍ରରୁ ଆସିଛି । ଏହା ପରେ ଦ୍ବିତୀୟ ନମ୍ବର ହେଉଛି ତାମିଲନାଡୁ, ଯେଉଁଠାରେ ସମୁଦାୟ 42,687 ମାମଲା ସାମ୍ନାକୁ ଆସିଛି । ଏହା ହେଉଛି ମୋଟ ମାମଲାର 13.30 ପ୍ରତିଶତ ।

ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି । ଏଠାରେ 38,958 ମାମଲା ରହିଛି, ଏହା ମୋଟ ମାମଲାର 12.13 ପ୍ରତିଶତ । ଗୁଜରାଟରେ ସମୁଦାୟ 23,038 ମାମଲା ଆସିଛି ଓ ଏହା ମୋଟ ମାମଲାର 7.17 ପ୍ରତିଶତ । ରାଜସ୍ଥାନ ପଞ୍ଚମ ସ୍ଥାନରେ ଅଛି ଯେଉଁଠାରେ 12,401 ମାମଲା ଅଛି ଏବଂ ଏହା 3.86 ପ୍ରତିଶତ ଅଟେ । ଏହି 5 ଟି ରାଜ୍ୟରେ ମୋଟ 2,21,652 ମାମଲା ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରହିଛି । ଏଥି ସହିତ ଦେଶରେ ସଂକ୍ରମଣ ହେତୁ ମୋଟ ମୃତ୍ୟୁର 78.60 ପ୍ରତିଶତ ମୃତ୍ୟୁ ଏହି 5 ଟି ରାଜ୍ୟରେ ଘଟିଛି ।

ମହାରାଷ୍ଟ୍ରରେ 3,830 ମୃତ୍ୟୁ ଘଟିଛି, ଏହା ଦେଶରେ ମୋଟ ମୃତ୍ୟୁର 41.65 ପ୍ରତିଶତ ଅଟେ। ଗୁଜୁରାଟରେ ସଂକ୍ରମଣ ହେତୁ 1,448 ମୃତ୍ୟୁ, ଦେଶରେ ମୋଟ ମୃତ୍ୟୁର 15.74 ପ୍ରତିଶତ । ଦିଲ୍ଲୀରେ 1,271 ସଂକ୍ରମଣର ମୃତ୍ୟୁ ହୋଇଛି, ଯାହା ଦେଶରେ ମୋଟ ମୃତ୍ୟୁର 13.82 ପ୍ରତିଶତ । ତାମିଲନାଡୁରେ 397 ରୋଗୀ ସଂକ୍ରମଣ ହେତୁ ମୃତ୍ୟୁ ବରଣ କରିଛନ୍ତି, ଯାହା ଦେଶରେ ମୋଟ ମୃତ୍ୟୁର 4.31 ପ୍ରତିଶତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.